ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ଅନ୍ୟମାନେ ବି ପଢିପାରିବେ ଆପଣଙ୍କ ମନର କଥା, ଚକିତ କରିଦେବ ଏହି ଷ୍ଟଡି

Published By : Harapriya Biswal | November 24, 2024 5:08 PM

ନୂଆଦିଲ୍ଲୀ,୨୪।୧୧: ମନ ଭିତରେ କିଛି କଥା ଲୁଚାଇ ରଖିଛନ୍ତି  କି ? ତେବେ ତାହା ଆଉ ଗୁପ୍ତ ହୋଇ ରହିବନି।  ମଣିଷ ମସ୍ତିଷ୍କକୁ ପଢିବା ଏବେ ହେବ ଆହୁରି ସହଜ। ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ ଏହା ଉପରେ କାମ କରିବା ଆରମ୍ଭ କରିଛି। ଏହି କମ୍ପାନୀ ମାନବ ମସ୍ତିଷ୍କରେ ଚିପ୍ ପ୍ରତ୍ୟାରୋପଣ କରିଛି। ଏହା ସଫଳ ହେଲେ ସହଜରେ ପଢିହେବ ମସ୍ତିଷ୍କ।

ମସ୍ତିଷ୍କର ଗହନ କଥାକୁ ପଢିବାକୁ ଚାଲିଛି ରିସର୍ଚ୍ଚ। ଏନେଇ ଏଲନ୍ ମସ୍କଙ୍କ କମ୍ପାନୀ ନ୍ୟୁରାଲିଙ୍କ କାମ କରିବା ଆରମ୍ଭ କରିଛି। ଏହି କମ୍ପାନୀ ପ୍ରଥମ କରି ମାନବ ମସ୍ତିଷ୍କରେ ଚିପ୍ ପ୍ରତ୍ୟାରୋପଣ କରିବାରେ ସଫଳ ହୋଇଛି। ଯଦି ଏହାର ମାନବ ପରୀକ୍ଷଣ ସଫଳ ହୁଏ ତେବେ ଭିନ୍ନକ୍ଷମମାନେ ଚିପ୍ ମାଧ୍ୟମରେ ଏକ ନୂଆ ଜୀବନ ପାଇପାରିବେ। ଏହାର ଉଦେଶ୍ୟ ନ୍ୟୁରନ୍ସରୁ ସଙ୍କେତକୁ ପଢିବା। ଏହି ପ୍ରୋଜେକ୍ଟ ଉପରେ ଏଲନ୍ ମସ୍କ କହିଛନ୍ତି , ତାଙ୍କର ଦୀର୍ଘକାଳୀନ ଲକ୍ଷ୍ୟ ମାନବ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସକୁ ଏକାଠି ଆଣିବା। ଏହାଛଡା ମାଇକ୍ରୋ ଇଲେକ୍ଟ୍ରୋଡ୍ର ଆବିଷ୍କାର କରିବା, ଯାହାକୁ ମସ୍ତିଷ୍କର ଗଭୀର ରକ୍ତ ବାହିକାର ମାଧ୍ୟମକୁ ପ୍ରେରିତ କରି ସ୍ଥାପିତ କରାଯାଇପାରେ। ଯାହାଫଳରେ ଓପନ ବ୍ରେନ୍ ସର୍ଜରୀ ଦରକାର ପଡିବ ନାହିଁ।

ଯଦି ଏଭଳି ହୁଏ ତେବେ ଭବିଷ୍ୟତରେ ମଣିଷର ମସ୍ତିଷ୍କକୁ ପଢିବା ସହଜ ହୋଇଯିବ। ମସ୍ତିଷ୍କକୁ ପ୍ରାଇଭେଟ୍ କରି ରଖି ହେବନି। ଯଦି ମନ ଭିତରେ କିଛି ଭାବୁଛନ୍ତି ତେବେ ତାହା ନିଜ ପର୍ଯ୍ୟନ୍ତ ସୀମିତ କରି ରଖି ହେବନି। ଅନ୍ୟମାନେ ବି ପଢିବାରେ ସକ୍ଷମ ହେବେ। ୧୮୯୫ ରେ ବୈଜ୍ଞାନିକ ଜୁଲିୟସ୍ ଏମ୍ମନର ମଧ୍ୟ ଏଭଳି ଏକ ରିସର୍ଚ୍ଚ କରିଥିଲେ। ସେ କହିଥିଲେ  ତାଙ୍କ ମେସିନ୍‌ ବିଚାରର ପାର୍ଟନକୁ  ମଧ୍ୟ ଠିକ୍ ସେଭଳି  ରେକର୍ଡ କରିପାରିବ, ଯେଉଁଭଳି ଧ୍ବନୀକୁ ରେକର୍ଡ କରାଯାଏ। ଏମ୍ମନରଙ୍କୁ ଏହି ବିଚାର ଫୋନୋଟୋଗ୍ରାଫ୍ ଜରିଆରେ ଆସିଥିଲା, ଯାହା ପବନରେ ଧ୍ବନୀର ତରଙ୍ଗକୁ ମିଶାଇ କାଗଜରେ ଲେଖିପାରେ। ତେବେ ତାଙ୍କର ଏହି ରିସର୍ଚ୍ଚ ସେତେବେଳେ ଫେଲ୍ ମାରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.