ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଜେଲେନସ୍କି ଆପଣ ଏକା ନୁହଁନ୍ତି, ନିର୍ଭୟରେ ରୁହନ୍ତୁ: ଟ୍ରମ୍ପଙ୍କ ସହ ବିବାଦ ପରେ ୟୁକ୍ରେନକୁ ଏହି ଦେଶ ଗୁଡିକ ଦେଲେ ସମର୍ଥନ

Published By : Harapriya Biswal | March 1, 2025 5:38 PM

ନୂଆଦିଲ୍ଲୀ,୧।୩: ୟୁକ୍ରେନର ରାଷ୍ଟ୍ରପତି ଭୋଲ୍ଡିମିର ଜେଲେନସ୍କି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପଙ୍କ ମଧ୍ୟରେ ବିତର୍କ। ବାକଯୁଦ୍ଧ ପରେ ମୁହାଁମୁହିଁ ହେଲେ ଦୁଇ ବିଶ୍ବନେତା। ଶୁକ୍ରବାର ହ୍ବାଇଟ ହାଉସ ଓଭାଲ କାର୍ଯ୍ୟାଳୟରେ ଟ୍ରମ୍ପ ଓ  ଜେଲେନସ୍କିଙ୍କ ସାକ୍ଷାତ ସମୟରେ ସାମ୍ନାକୁ ଆସିଥିଲା ଏଭଳି କିଛି ଦୃଶ୍ୟ। ଏହାର କାରଣ ଥିଲା ୟୁକ୍ରେନ୍-ଋଷ ମଧ୍ୟରେ ସଂଘର୍ଷ ସମ୍ପର୍କରେ ଆମେରିକା ଓ ୟୁରୋପ ମଧ୍ୟରେ ବଢୁଥିବା ମତଭେଦ। ୟୁକ୍ରେନ୍‌ର ୟୁରୋପୀୟ ପାର୍ଟନର ଓ ଦୁନିଆର ଅଲଗା ଅଲଗା ଦେଶର ନେତାମାନେ ଜେଲେନସ୍କିଙ୍କୁ ସମର୍ଥନ କରିଛନ୍ତି। ସେଭଳି ଅନ୍ୟପକ୍ଷେ ‘ହ୍ବାଉଟ ହାଉସ୍‌’ ଟ୍ରମ୍ପଙ୍କୁ ସମର୍ଥନ କରିଛି। 

ଏହି ଘଟଣା ପରେ ୟୁରୋପର ବହୁ ପ୍ରମୁଖ ଦେଶ ଜେଲେନସ୍କିଙ୍କ ପକ୍ଷରେ ନିଜର ମୁହଁ ଖୋଲିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ ‘ଏକ୍ସ’ରେ ଲେଖିଛନ୍ତି ଜଣେ ଋଷ ହେଉଛି ଜଣେ ଆକ୍ରମଣକାରୀ। ୟୁକ୍ରେନ୍ ପୀଡିତ। ତିନି ବର୍ଷ ପୁର୍ବେ ଆମେ ୟୁକ୍ରେନ୍‌କୁ ସାହାଯ୍ୟ ଓ ଋଷ ଉପରେ କଟକଣା ଲଗାଇବା ଠିକ୍ ଥିଲା। ଆମେ ଅର୍ଥାତ ଆମେରିକା, ୟୁରୋପ, କାନାଡା, ଜାପାନ ଓ ଅନ୍ୟ ସବୁ ଦେଶ।’ ଏଥିପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି, ଯେଉଁମାନେ ଆରମ୍ଭରୁ ଲଢୁଛନ୍ତି। ସେମାନେ ନିଜର ଗାରିମା, ସ୍ବତନ୍ତ୍ରତା, ନିଜର ସନ୍ତାପ ଏବଂ ୟୁରୋପର ସୁରକ୍ଷା ପାଇଁ ଲଢୁଛନ୍ତି। ଟ୍ରମ୍ପ ଦୁଇପକ୍ଷକୁ ସମାନ ମାନିବାର ଦୃଷ୍ଟିକୋଣକୁ ଆମେ ନିନ୍ଦା କରୁଛୁ। କେବଳ ସେତିକି ନୁହେଁ ଜର୍ମାନୀର ଆଗାମୀ ସମ୍ଭାବିତ ଚାନସେଲର ଫେଡରିକ୍ ମର୍ଜ ଏକ୍ସରେ ଲେଖିଛନ୍ତି, ପ୍ରିୟ ଜେଲେନସ୍କି ଆମେ ଭଲ ଓ ଖରାପ ଉଭୟ ସମୟରେ ତୁମ ସହ ଅଛୁ। ସେଭଳି ୟୁକ୍ରେନର ପଡୋଶୀ ଦେଶ ପୋଲାଣ୍ଡର ପ୍ରଧନାମନ୍ତ୍ରୀ ଡୋନାଲ୍ଡୋ ଟସ୍କ ଲେଖିଛନ୍ତି, ୟୁୟ ୟୁକ୍ରେନୀ ମିତ୍ର ଆପଣ ଏକା ନାହାନ୍ତିଁ। ଏଷ୍ଟୋନିଆର ପ୍ରଧାନମନ୍ତ୍ରୀ କ୍ରିଷ୍ଟନ୍ ମିଚେଲ କହିଛନ୍ତି, ଜେଲେନସ୍କି ଓ ୟୁକ୍ରେନ୍ ସହ ଆମେ ଅଛୁ। ଏହି ଦେଶ ଗୁଡିକ ସହ ସ୍ବିଡେନ, ଲିଥୁଆନିଆ, ଲାତାଭିୟା,ଚେକ ଗଣରାଜ୍ୟ, ସ୍ପେନ୍, ନରଓ୍ବେ, ନେଦରଲାଣ୍ଡ, କାନାଡା, ସ୍ଲୋଭାନିୟା,ବେଲଜିୟମ୍, ଫିନଲାଣ୍ଡ, ୟୁକେ, ୟୁରୋପୀୟ ସଂଘ ଓ ବେଲଜିୟମ ଭଳି ଦେଶ ମଧ୍ୟ ଜେଲେନସ୍କିଙ୍କ ପ୍ରତି ନିଜର ସମର୍ଥନ ଜଣାଇଛନ୍ତି। 

ରୁଷ ସହ ଅସ୍ତ୍ର ବିରତି ପ୍ରସ୍ତାବକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଦେଖିବାକୁ ମିଳିଛି, ଏପରି କି ତୁମେ ତୃତୀୟ ବିଶ୍ବଯୁଦ୍ଧର ଜୁଆ ଖେଳୁଛ, ଯାହାର ପରିଣାମ ଭୟଙ୍କର ହେବ ବୋଲି ଜେଲେନସ୍କିଙ୍କୁ ଚେତାଇଥିଲେ ଟ୍ରମ୍ପ । ୟୁକ୍ରେନବାସୀଙ୍କ ହିତ ଲାଗି ଦୀର୍ଘ ବର୍ଷ ଧରି ଚାଲିଥିବା ଏହି ଯୁଦ୍ଧ ବନ୍ଦ ହେବାର ଆବଶ୍ୟକତା ରହିଛି। ଏଥିପାଇଁ ରୁଷ ସହ ବୁଝାମଣା କରିବାକୁ ଟ୍ରମ୍ପ  ପ୍ରସ୍ତାବ  ଦେଇଥିଲେ। ଏହାକୁ ପ୍ରତ୍ୟଖାନ କରିଥିଲେ ୟୁକ୍ରେନ ରାଷ୍ଟ୍ରପତି । ଏହାପରେ ଟ୍ରମ୍ପ କହିଥିଲେ, ତୁମର କୌଣସି ଭଲ ସ୍ଥିତି ନାହିଁ। କେବଳ ଆମେରିକାର ହତିଆରରେ ଯୁଦ୍ଧ ଲଢୁଛ। ଆମେରିକାର ସେନା ସହାୟତା ବିନା ଯୁଦ୍ଧ ଦୁଇ ସପ୍ତାହରେ ଶେଷ ହୋଇଯିବ। ସ୍ଥିତି ଖରାପ ହେଉଥିବାର ଦେଖି ବୈଠକକୁ ମଝିରେ ଛାଡି ଉଠି ପଳାଇଥିଲେ ଜେଲେନସ୍କି। ଏପରିକି ଟ୍ରମ୍ପଙ୍କ ପକ୍ଷରୁ ମଧ୍ୟ ଜେଲେନସ୍କିଙ୍କୁ ସମୟ ପୂର୍ବରୁ ହ୍ବାଇଟ୍ ହାଉସ୍ ଛାଡିବାକୁ କୁହାଯାଇଥିଲା। ପ୍ରସ୍ତାବିତ ଖଣିଜ ଚୁକ୍ତି ଉପରେ ମଧ୍ୟରେ କୌଣସି ସାକ୍ଷର ହୋଇପାରିନଥିଲା। ଏହି ଘଟଣା ପରେ ଟ୍ରମ୍ପ ସୋସିଆଲ ମିଡିଆରେ ଲେଖିଥିଲେ, ଯେତେବେଳେ ଆପଣ ବାସ୍ତବରେ ଶାନ୍ତି ପାଇଁ ପ୍ରସ୍ତୁତ, ସେତେବେଳେ ଆସିପାରନ୍ତି।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.