ନୂଆଦିଲ୍ଲୀ : ବୁଧବାର ସନ୍ଧ୍ୟାରେ ଜୋମାଟୋର କୋ-ଫାଉଣ୍ଡର ଓ ସିଇଓ ଦୀପିନ୍ଦର ଗୋୟଲ ଟ୍ୱିଟ୍‌ କରି ଲେଖିଛନ୍ତି। ତାଙ୍କୁ ଜଣେ ଚିଫ୍‌ ଅଫ୍‌ ଷ୍ଟାରର ଆବଶ୍ୟକତା ରହିଛି। କିନ୍ତୁ ଏହି ଚାକିରିରେ ଦୀପିନ୍ଦର କି ଜୋମାଟୋ କୌଣସି ଟଙ୍କା ପ୍ରଥମ ବର୍ଷ ପାଇଁ ଦେବେ ନାହିଁ। ବରଂ ଏହି ପୋଷ୍ଟ ପାଇଁ ଚୟନ ହୋଇଥିବା ବ୍ୟକ୍ତିଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ। ଗୁରୁବାର ଦୀପିନ୍ଦର ଗୋୟଲ ଟ୍ୱିଟ୍‌ କରି କହିଛନ୍ତି କି, ଚିଫ୍‌ ଅଫ୍‌ ଷ୍ଟାଫ୍‌ ପାଇଁ ୧୦,୦୦୦ରୁ ଅଧିକ ଲୋକେ ଆବେଦନ କରିଛନ୍ତି। କହି ରଖୁଛୁ କି, ଏହି ପୋଷ୍ଟ ପାଇଁ ଆବେଦନ କରିବାର ଡେଡଲାଇନ ଗୁରୁବାର ସନ୍ଧ୍ୟା ୬ଟା ଯାଏ ରହିଥିଲା। 

ଦୀପିନ୍ଦର ଗୋୟଲ ଟ୍ୱିଟ୍‌ କରି ଲେଖିଛନ୍ତି, ଆମେ ୧୦,୦୦୦ରୁ ଅଧିକ ଆବେଦନ ପତ୍ର ପାଇଛୁ। ଯେଉଁଥିରେ ଖୁବ୍‌ ମିଶ୍ରିତ କ୍ୟାଟୋଗୋରୀ ଅଛି । ୧- ଏମିତି ବ୍ୟକ୍ତି ଯାହା ପାଖରେ ପୂରା ଟଙ୍କା ଥିବ। ୨- ଏମିତି ଲୋକ ଯାହା ପାଖରେ ଅଳ୍ପ ପଇସା ଅଛି। ୩- କିଛି ଲୋକେ କହିଲେ ତାଙ୍କ ପାଖରେ କୌଣସି ଟଙ୍କା ନାହିଁ। ୪- ଏମିତି ଲୋକ ଯାହାଙ୍କ ପାଖରେ ପ୍ରକୃତରେ କିଛି ଟଙ୍କା ନାହିଁ । ଦୀପିନ୍ଦର ଗୋୟଲ କହିଛନ୍ତି କି ଏହି ମାମଲାରେ ସେ ଆଗକୁ ଅପଡେଟ୍‌ ଦେବେ। 

ଏହି ନୂଆ ପୋଷ୍ଟର ସୋସିଆଲ ମିଡ଼ିଆରେ ଖୁବ୍‌ ଚର୍ଚ୍ଚା ହେଉଛି। କିଛି ଲୋକଙ୍କ ଅନୁସାରେ ଏହା ମାର୍କେଟିଂର ଏକ ଉପାୟ । ବିଜନେସମ୍ୟାନ ହର୍ଷ ଗୋୟନକା ମଧ୍ୟ ଏହି ପୋଷ୍ଟ ଉପରେ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ମଧ୍ୟ ଏହାକୁ ଏକ ସୁନ୍ଦର ପ୍ରଚାରର ମାଧ୍ୟମ କହିଛନ୍ତି। 

କହି ରଖୁଛୁ କି , ବୁଧବାର ଦୀପିନ୍ଦର ଗୋୟଲ ଟ୍ୱିଟ୍‌ କରି ଲେଖିଥିଲେ କି ,ମୁଁ ଏକ ଚିଫ୍‌ ଅଫ୍‌ ଷ୍ଟାଫ୍‌ର ତଲାସ କରୁଛି। କିନ୍ତୁ ଏହା ପାରମ୍ପରିକ ଚାକିରି ପରି ନୁହେଁ । ଏହି ପୋଷ୍ଟ ପାଇଁପ୍ରଥମ ବର୍ଷା କୌଣସି ଦରମା ମିଳିବ ନାହିଁ । ଏହାସହ ୨୦ ଲକ୍ଷ ଟଙ୍କା ମଧ୍ୟ ଦେବାକୁ ପଡ଼ିବ। ସେ ଏହା ସ୍ପଷ୍ଟ କରିଥିଲେ କି ଏହି ୨୦ଲକ୍ଷ ଟଙ୍କାର ବ୍ୟବହାର ଚ୍ୟାରିଟି ପାଇଁ ହେବ ।