ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ରାଗିଂମୁକ୍ତ କ୍ୟାମ୍ପସ୍‌ କେତେ ସଫଳ ? ଶିକ୍ଷାବର୍ଷ ଆରମ୍ଭରୁ ୧୯ ରାଗିଂ

Published By : Rasmita Pradhan | October 16, 2024 12:03 PM

ଭୁବନେଶ୍ୱର, ୧୬/୧୦ : ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ରାଗିଂମୁକ୍ତ କରିବା ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ଠୁ ଆରମ୍ଭ କରି ଉଚ୍ଚଶିକ୍ଷା ବିଭାଗ ଯାଏ ସବୁଠି ପ୍ରୟାସ ଆରମ୍ଭ ହୋଇଛ । ଏଥିଲାଗି ସଚେତନତା ମଧ୍ୟ ସୃଷ୍ଟି କରାଯାଉଛି । ତଥାପି ଶତପ୍ରତିଶତ ରାଗିଂମୁକ୍ତ କ୍ୟାମ୍ପସ ହୋଇପାରୁନି । ଗତ ଅଗଷ୍ଟ ମାସରୁ ଶିକ୍ଷା ବର୍ଷ ଆରମ୍ଭ ହୋଇଛି । ୨ ମାସ ନହେଉଣୁ ୧୯ ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି । ଏହା ଭିତରେ ୪ଟି ଗୁରୁତର ଅଭିଯୋଗ ରହିଛି । ଯାହା ପ୍ରମାଣ କରୁଛି ରାଗିଂ ମୁକ୍ତ କ୍ୟାମ୍ପସ କରିବାରେ ଶତପ୍ରତିଶତ ସଫଳ ହୋଇପାରୁନି ଉଚ୍ଚ ଶିକ୍ଷା ବିଭାଗ ।  

୧୯ ରାଗିଂ ଅଭିଯୋଗରୁ ୧୩ଟି ସରକାରୀ ଶିକ୍ଷାନୁଷ୍ଠାନରେ ହୋଇଛି । ଏଥିରେ ରାଜ୍ୟର ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟ ମଧ୍ୟରୁ ରେଭେନ୍ସା ବିଶ୍ୱବିଦ୍ୟାଳୟ, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ, ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ ଆଦି ରହିଛି । ୧୪ଟି ରାଗିଂ ଅଭିଯୋଗର ତଦନ୍ତ ଏବେ ଚାଲିଛି । ଆଉ ୪ଟି ରାଗିଂ ଅଭିଯୋଗର ତଦନ୍ତ ହୋଇ ଅଭିଯୁକ୍ତ ଚିହ୍ନଟ କରାଯାଇ ଦଣ୍ଡ ଦିଆଯାଇଛି ।  ସୂଚନାଯୋଗ୍ୟ, ସାରା ଦେଶରେ ମୋଟ ୩୦୭ ରାଗିଂ ଅଭିଯୋଗ ପଞ୍ଜୀକରଣ ହୋଇଛି । ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବାଠୁ ଆଜି ଯାଏ ୧୦ଟି ରାଜ୍ୟରେ ସର୍ବାଧିକ ରାଗିଂ ହୋଇଥିବା ଜଣାପଡ଼ିଛି । ଏଥିରେ ଓଡ଼ିଶା ୬ ନମ୍ବର ସ୍ଥାନରେ ରହିଛି । ବିହାରରେ ୨୧, ମହାରାଷ୍ଟ୍ରରେ ୨୦, ମଧ୍ୟପ୍ରଦେଶରେ ୨୭, ପଶ୍ଚିମ ବଙ୍ଗରେ ୩୧, ଉତ୍ତର ପ୍ରଦେଶରେ ସର୍ବାଧିକ ୫୧ଟି ରାଗିଂ ଅଭିଯୋଗ ସାମ୍ନାକୁ ଆସିଛି ।  ସରକାରୀ ଉଚ୍ଚଶିକ୍ଷାନୁଷ୍ଠାନରେ ବିଶେଷ କରି ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନେ ରାଗିଂର ସମ୍ମୁଖୀନ ହେଉଛନ୍ତି । ତେଣୁ ଶିକ୍ଷାର୍ଥୀଙ୍କୁ କାଉନସେଲିଂ କରିବା ଏବଂ ଶିକ୍ଷାନୁଷ୍ଠାନ କ୍ୟାମ୍ପସ ସାରା ଆଣ୍ଟି ରାଗିଂ ହେଲ୍‌ପ ଲାଇନ ନମ୍ବର ପ୍ରକାଶ କରିବାର ଆବଶ୍ୟକତା ରହିଛି । ନିୟମିତ ଭାବେ ପାଟ୍ରୋଲିଂ ମଧ୍ୟ ଦରକାର । ହେଲେ ଅନେକ କଲେଜ ଓ ବିଶ୍ୱବିଦ୍ୟାଳୟ ଏପରି କରୁନାହାନ୍ତି । ଫଳରେ ରାଗିଂ ରୋକାଯାଇ ପାରୁନାହିଁ ।  

ୟୁଜିସିର ଗାଇଡ୍‌ଲାଇନ ଅନୁଯାୟୀ ପ୍ରଥମ ବର୍ଷ ଅର୍ଥାତ୍‌ ନୂଆ କରି ନାମ ଲେଖାଇଥିବା ପିଲାଙ୍କୁ ହଷ୍ଟେଲରେ ଅଲଗା ରଖିବାର ନିୟମ ରହିଛି । ହେଲେ ଅନେକ ଶିକ୍ଷାନୁଷ୍ଠାନରେ ଗୋଟିଏ ହଷ୍ଟେଲ କୋଠାରେ ନୂଆ ଶିକ୍ଷାର୍ଥୀଙ୍କୁ ପୁରୁଣା ଶିକ୍ଷାର୍ଥୀଙ୍କ ସାଙ୍ଗରେ ରଖାଯାଉଛି । ଯାହା ଫଳରେ ଉପର ଶ୍ରେଣୀର ପିଲାଙ୍କ ଦ୍ୱାରା ନୂଆ ପିଲାମାନେ ରାଗିଂର ଶିକାର ହେଉଛନ୍ତି । ରାଗିଂ କମିଟି ଏ ଦିଗରେ ଅଧିକ ସକ୍ରିୟ ହେବା ଉଚିତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଉଛି ।  ନିକଟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ହୋଇଥିବା ରାଗିଂ ଘଟଣାରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ୪ଜଣ ପିଜି ଶିକ୍ଷାର୍ଥୀଙ୍କୁ ବହିଷ୍କାର କରିବା ସହ ୧୩ ଜଣଙ୍କୁ ଦଣ୍ଡ ଦିଆଯାଇଛି ।  ଶିକ୍ଷାବିତ୍‌ଙ୍କ କହିବା କଥା, ରାଗିଂ ରୋକିବା ପାଇଁ ନିଆଯାଉଥିବା ପଦକ୍ଷେପ ଯଥେଷ୍ଟ ହେଉନାହିଁ । କେବଳ ଏତିକି ନୁହେଁ ଶିକ୍ଷାନୁଷ୍ଠାନ ଏବଂ ହଷ୍ଟେଲରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେଉନାହିଁ । ବିଶେଷ କରି ରାତି ସମୟରେ କ୍ୟାମ୍ପସ ଓ ହଷ୍ଟେଲକୁ ପ୍ରବେଶ କରୁଥିବା ଶିକ୍ଷାର୍ଥୀଙ୍କର ତଥ୍ୟକୁ ରେକର୍ଡ କରିବାର ଆବଶ୍ୟକତା ରହିଛି ।  

ସୂଚନାଯୋଗ୍ୟ, ୟୁଜିସି ପକ୍ଷରୁ ଆଣ୍ଟି ରାଗିଂ ହେଲ୍‌ପ ଲାଇନ ନମ୍ବର (୧୮୦୦୧୮୦୫୫୨୨) ଜାରି କରାଯାଇଛି । ଯେଉଁଥିରେ ଶିକ୍ଷାର୍ଥୀମାନେ ରାଗିଂ ସଂପର୍କିତ ଅଭିଯୋଗକୁ ପଞ୍ଜୀକରଣ କରିପାରିବେ । ଗତବର୍ଷ ଏହି ହେଲ୍‌ପ ଲାଇନ ନମ୍ବରରେ ୪୦ଟି ଅଭିଯୋଗ ଓଡ଼ିଶାରୁ ହିଁ ପଞ୍ଜୀକରଣ କରାଯାଇଥିଲା । ଏଥିରେ ବଲାଙ୍ଗିର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଘଟଣା ମଧ୍ୟ ଅନ୍ତର୍ଭୁକ୍ତ ଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.