ଫୁଲବାଣୀ, ୨୭।୪ : ଗୋଛାପଡା ଥାନା ଅନ୍ତର୍ଗତ ବୁଡେନପଙ୍ଗା ଗ୍ରାମର ବବିତା କହଁରଙ୍କ ଘର ବାଡ଼ିରେ ଥିବା କଦଳୀ ବଗିଚାରେ ଅବକାରୀ ବିଭାଗ ଚଢାଉ କରି ୨୨୦ କିଗ୍ରା ଗଞ୍ଜେଇ ଜବତ କରିଛି। ଏଥିସହ ବବିତାଙ୍କୁ ପୋଲିସ ଗିରଫ କରିଛି।
ଅବକାରୀ ଅଧିକ୍ଷକ ଝାସକେତନ ବରିହାଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ପୂର୍ଣ୍ଣ ଚନ୍ଦ୍ର ବେହେରା, ଏଏସଆଇ ଭବାନୀ ଶଙ୍କର ସେଠୀ,ଏସଆଇ ସୁଜିତ କୁମାର ମୁଦୁଲି ଏବଂ ଭୃଗୁପତି ଦିଗାଲ,ଏସଆଇ ସଦାଶିବ ରଣା, ଏମ. ସଞ୍ଜୀବ କୁମାର,ମିନତୀ ଗୁନ୍ତିଆ, ସଚିନ ଗୁରୁ ଏକ୍ସଆଇଜ କନେଷ୍ଟବଳ ଏବଂ ଷ୍ଟାଫ କଟ୍ରିଙ୍ଗିଆ ମୁଖ୍ୟ ରାସ୍ତାରେ ପାଟ୍ରୋଲିଂ କରୁଥିଲେ। ଗୋଛାପଡା ଥାନା ଅନ୍ତର୍ଗତ ବୁଡେନପଙ୍ଗା ଗ୍ରାମର ବବିତା କହଁରଙ୍କ ଘର ବାଡ଼ିରେ ଥିବା କଦଳୀ ବଗିଚାରେ ଏଗାରଟି ବସ୍ତାରେ ଗଞ୍ଜେଇ ଚାଲାଣ କରିବା ଉଦ୍ଦେଶ୍ୟରେ ରଖାଯାଇ ଥିବା ଅବକାରୀ ବିଭାଗ ଖବର ପାଇଥିଲା। ପାଟ୍ରୋଲିଂ ଟିମ ଚଢାଉ କରି ୨୨୦ କିଗ୍ରା ଗଞ୍ଜେଇ ଜବତ କରିଥିଲା l ଏଥି ସହିତ ବବିତା କହଁରକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଅବକାରୀ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି l