ନିର୍ବାଚନ ଖବର
  • ବୁଥରେ ଇଭିଏମ୍ ଭାଙ୍ଗିବା ମାମଲା: ପ୍ରଶାନ୍ତ ଜଗଦ୍ଦେବଙ୍କୁ ଅନ୍ତରୀଣ ଜାମିନ
  • ||
  • ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଦିଲ୍ଲୀ ଡାକରା, CWC ବୈଠକ ହେବେ ସାମିଲ୍
  • ||
  • ବାଲେଶ୍ଵର; ଲଗାତାର ଦୁଇ ଦିନ ହେବ ବାଲେଶ୍ଵର ଜିଲ୍ଲାରେ ଶୁଭୁଛି ପ୍ରଚଣ୍ଡ ଶବ୍ଦ, ଲୋକ ଭୟଭିତ
  • ||
  • ବିସିସିଆଇ ଘରୋଇ କ୍ରୀଡ଼ାସୂଚୀ ଘୋଷଣା: ଏଥର ଦୁଇଟି ପର୍ଯ୍ୟାୟରେ ଖେଳାଯିବ ରଣଜୀ ଟ୍ରଫି
  • ||
  • ପୁରୀ ବାଣ ଦୁର୍ଘଟଣାଗ୍ରସ୍ତ ମୃତକଙ୍କ ପରିଚୟ ଅସ୍ପଷ୍ଟ: ଆସିଲେନି ସମ୍ପର୍କୀୟ, ଆଜି ହେବ ସଂସ୍କାର
  • ||
  • ଶୁକ୍ରବାର ନାସାଉରେ ମୁହାଁମୁହିଁ ହେବେ କାନାଡ଼ା- ଆୟର୍ଲାଣ୍ଡ, ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍
  • ||
  • ଶୁକ୍ରବାର ବସିବ ଏନ୍‌ଡିଏର ସଂସଦୀୟ ଦଳ ବୈଠକ, ନୂଆ କ୍ୟାବିନେଟରେ ପୁରୁଣାଙ୍କୁ ମିଳିପାରେ ସ୍ଥାନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ବିପର୍ଯ୍ୟୟ ଘଟାଇଲା ୟୁଏସଏ, ସୁପର ଓଭରରେ ପାକିସ୍ତାନକୁ ହରାଇଲା
  • ||
  • ରାଜ୍ୟରେ ଏବେ ଭୀଷଣ ତାତି, ୧୦ ସୁଦ୍ଧା ଛୁଇଁପାରେ ମୌସୁମୀ: ଦକ୍ଷିଣରେ କାଳବୈଶାଖୀ ସମ୍ଭାବନା
  • ||

ଇଲେକ୍ସନ ଡ୍ୟୁଟି ସାରି ଫେରୁଥିଲେ, ବସ୍ ଧକ୍କାରେ ପ୍ରିଜାଇଡିଂ ଅଫିସରଙ୍କ ମୃତ୍ୟୁ

ମାଲକାନଗିରି,୧୪/୫ : ନିର୍ବାଚନ କାର୍ଯ୍ୟ ସାରି ଫେରୁଥିବା ବେଳେ ଜଣେ ପ୍ରିଜାଇଡିଂ ଅଫିସରଙ୍କ ବସ୍ ଧକ୍କାରେ ମୃତ୍ୟୁ ଘଟିଛି। ମୃତ ଶିକ୍ଷକ ହେଲେ ଖଇରପୁଟ ବ୍ଲକ ମୁଦୁଲିପଡା ପଞ୍ଚାୟତ ବନ୍ଧଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଇନ୍ଦ୍ରଜିତ କିର୍ସାନୀ। ଇନ୍ଦ୍ରଜିତ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ୧୨୨ ନମ୍ବର ବୁଥରେ ପ୍ରିଜାଇଡିଂ ଅଫିର ଭାବେ ନିୟୋଜିତ ଥିଲେ। ଗତକାଲି ମତଦାନ କାର୍ଯ୍ୟ ଶେଷ କରି ବିଳମ୍ବିତ ରାତ୍ରି ହେବାରୁ ଆଜି ସକାଳୁ ମାଲକାନଗିରିରୁ ନିଜ ଘର ଖଇରପୁଟ ବ୍ଲକ କଦମଗୁଡା ପଞ୍ଚାୟତ ଖୁରିଗୁଡା ଗ୍ରାମକୁ ଫେରୁଥିଲେ। ଏହି ସମୟରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ କତାମେଟା ବଜାର ନିକଟ ତମଗୁଡା ଛକ ଠାରେ ନିର୍ବାଚନରେ ମୁତୟନ ଥିବା ଏକ ଘରୋଇ ବସ୍ ଧକ୍କାରେ ତାଙ୍କର ମୃତ୍ୟୁ ଘଟିଥିଲା।

ସ୍ଥାନୀୟ ଲୋକେ ଓ ସାଥି ଶିକ୍ଷକମାନେ ଇନ୍ଦ୍ରଜୀତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠରେ ମାଥିଲି ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଘଟଣାସ୍ଥଳରେ ମାଲକାନଗିରି ଆଦର୍ଶ ଥାନା ପୁଲିସ ପହଁଚି ଦୁର୍ଘଟଣା ଘଟାଇଥିବା ନିର୍ବାଚନ କାମରେ ନିୟୋଜିତ ପଵନକୁମାର ନାମକ ଘରୋଇ ବସ୍‌କୁ ଜବତ କରିବା ସହିତ ଡ୍ରାଇଭର ବିଜ୍ଞାନ ସ୍ୱାଇଁଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି।

ଶିକ୍ଷକଙ୍କ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଥିବାର ମାଲକାନଗିରି ଥାନା ଅଧିକାରୀ ରିଗନ କିଣ୍ଡୋ ସୂଚନା ଦେଇଛନ୍ତି। ମୃତ ଶିକ୍ଷକ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିବାରୁ ପରିବାର ଲୋକେ ଅସହାୟ ହୋଇପଡି ଦୁଃଖରେ ଭାଙ୍ଗିପଡିଛନ୍ତି। ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଶିକ୍ଷକଙ୍କ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବାରୁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି।

ମୃତ୍ୟୁ ଖବର ପାଇବାପରେ ଖଇରପୁଟ ବ୍ଲକର ସମସ୍ତ ଶିକ୍ଷକ ଓ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ଡମ୍ବରୁ ସୀସା ଓ ଖଇରପୁଟ ବ୍ଲକ ଅଧ୍ୟକ୍ଷ ବିଘ୍ନ କିର୍ଶନୀ ମାଥିଲି ମେଡ଼ିକାଲରେ ପହଞ୍ଚି ମୃତ ଶିକ୍ଷକଙ୍କ ଶେଷ ଦର୍ଶନ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.