ମୁମ୍ୱାଇ – ମନୋଜ ବାଜପେୟୀ ନିଜର ସୁନ୍ଦର ଆକ୍ଟିଂ ପାଇଁ ଖୁବ୍ ଜଣାଶୁଣା। ଗତ କିଛି ବର୍ଷ ହେବ ଅଭିନେତା ନିଜର କାମ ମାଧ୍ୟମରେ ଅଡିଆନ୍ସଙ୍କୁ ଖୁବ୍ ଏଣ୍ଟରଟେନ୍ କରିଛନ୍ତି। ଆଗାମୀ ଦିନରେ ଅଭିନେତା ଭୈୟା ଜୀ ନାମକ ଫିଲ୍ମରେ ପୁଣି ଥରେ ସ୍କ୍ରିନ୍ରେ କମାଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମନୋଜ ବାଜପେୟୀ ନିଜର ଫିଲ୍ମକୁ ପ୍ରମୋଟ କରି ଇଣ୍ଟରଭ୍ୟୁ ଦେଉଛନ୍ତି। ଏହି ସମୟରେ ଅଭିନେତା ସଲମାନ ଖାନଙ୍କ ସହ ଜଡ଼ିତ ଏମିତି କାହାଣୀ ସେୟାର କରିଛନ୍ତି , ଯାହାକୁ ଶୁଣିବା ପରେ ଭାଇଜାନଙ୍କ ପ୍ରଶଂସକ ଖୁବ୍ ଖୁସିରେ ଗଦଗଦ ହୋଇଯିବେ।
ପିଙ୍କଭିଲା ସହ କଥାବାର୍ତ୍ତା ବେଳେ ମନୋଜ ବାଜପେୟୀ କହିଛନ୍ତି କି ,କେମିତି ସଲମାନ ଖାନ ଜିତି ଥିବା ଫିଲ୍ମଫେୟାର ପୁରସ୍କାର ତାଙ୍କ ନାଁରେ କରି ଦେଇ ଥିଲେ। ଇଣ୍ଟରଭ୍ୟୁରେ ଆକ୍ଟଟରଙ୍କ ଠାରୁ ୧୯୯୮ର ଫିଲ୍ମ ଫେୟାର ପୁରସ୍କାରରେ ସେହି କଥା ପଚରା ଗଲା, ଯେବେ ତାଙ୍କ ସ୍ଥାନରେ ସଲମାନ ଖାନଙ୍କୁ ବେଷ୍ଟ ସପୋର୍ଟିଂ ଆକ୍ଟର ପୁରିସ୍କାର ମିଳିଥିଲା। କିନ୍ତୁ ଭାଇଜାନଙ୍କର ମନ୍ତବ୍ୟ ହାରି ଯାଇଥିବା ମନୋଜଙ୍କର ହୃଦୟକୁ ଖୁସି କରି ଦେଇଥିଲା।
ମନୋଜ ପାଜପେୟୀ ବର୍ଷ ବର୍ଷର ପୁରୁଣା ସେହି କଥାକୁ ମନେପକାଇ କହିଛନ୍ତି , ଏଥିରେ ବହୁତ ବଡ଼ ସତ ଅଛି , କାହିଁକି ନା ଆମେ ସବୁ ସେଠାରେ ଉପସ୍ଥିତ ଥିଲୁ। ଯେବେ ନାଁ ଘୋଷଣା ହେଲା , ଯେତେ ଲୋକ ସେଠାରେ ଥିଲେ , ସମସ୍ତେ ଅସନ୍ତୁଷ୍ଟ ହୋଇ ଯାଇଥିଲେ। ଲୋକେ ଠିଆ ହୋଇ ଜୋରରେ ପାଟି କରୁଥିଲେ କି ଭିକୁ ମହାତ୍ରେ।
ମନୋଜ ବାଜପେୟୀ , ସଲମାନ ଖାନଙ୍କ ପ୍ରଶଂସା କରି କହିଛନ୍ତି , ଏହା ସଲମାନ ଖାନଙ୍କ ସହୃଦୟତା ଥିଲା କି ସେ ଷ୍ଟେଜକୁ ଗଲେ ଏବଂ ସେ କହିଲେ କି, ଜଣାନାହିଁ ମୋତେ କାହିଁକି ଦିଆଯାଉଛି। ଏହା ତ ମନୋଜ ଡିଜର୍ଭ କରୁଛନ୍ତି। ଏହା କହିବା ପାଇଁ ବହୁତ ବଡ଼ ହୃଦୟ ଥିବା ଦରକାର। ସଲମାନ ଖାନ ସେ ସବୁ କହି ଦେଇ ଥିଲେ। ମୋତେ ବହୁତ ଖୁସି ଲାଗିଲା କି ଆମ ଇଣ୍ଡଷ୍ଟ୍ରୀରେ ଏମିତି ବି ଲୋକ ଅଛନ୍ତି ।
କହି ରଖୁଛୁକି , ସଲମାନ ଖାନଙ୍କୁ ୧୯୯୮ରେ ଫିଲ୍ମ କୁଛ କୁଛ୍ ହୋତା ହୈ ପାଇଁ ବେଷ୍ଟ ସପୋର୍ଟିଂ ହିରୋର ପୁରସ୍କାର ଜିତି ଥିଲେ ।ଅନ୍ୟପଟେ ଫିଲ୍ମ ସତ୍ୟାରେ ଭିକୁର ରୋଲ କରୁଥିବା ମନୋଜ ବାଜପେୟୀ ନୋମିନେଟ୍ ହୋଇଥିଲେ।