ପ୍ରମୂଖ ଖବର

ପ୍ରଚାରବେଳେ ବିଜେପି ପ୍ରାର୍ଥୀ ଟଂକଧର ତ୍ରିପାଠୀଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଝାରସୁଗୁଡ଼ା, ୧୩/୫ : ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ଟଂକଧର ତ୍ରିପାଠୀଙ୍କ ପତ୍ନୀ ଓ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରାଯାଇଥିବା ଅଭିଯୋଗ । ପ୍ରତିବାଦରେ ଝାରସୁଗୁଡା ଟାଉନ ଥାନା ଘେରାଉ ସହ ରାସ୍ତା ଅବରୋଧ କରିଛନ୍ତି ବିଜେପି କର୍ମୀ । ଆଜି ସନ୍ଧ୍ୟାରେ ମହିଳାଙ୍କ ସହ ବିଜେପି ପ୍ରାର୍ଥୀଙ୍କ ପତ୍ନୀ ପ୍ରଚାର କଲାବେଳେ ବୁରୋମାଲରେ ହୋଇଛି ଦୁର୍ବ୍ୟବହାର  ।

ଏହାକୁ ନେଇ ଝାରସୁଗୁଡା ଥାନାରେ ବିଜେପି –ବିଜେଡି କର୍ମୀ ମୁହାଁମୁହିଁ । ବିଜେପି କର୍ମୀଙ୍କ ଥାନା ଘେରାଉ ଚାଲିଥିବାବେଳେ ଥାନାରେ ଧସେଇ ପଶିଛନ୍ତି ବିଜେଡି କର୍ମୀ  ।  ପୋଲିସ ଉଭୟ ପକ୍ଷଙ୍କୁ ବୁଝାସୁଝା ଚଳାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.