ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା, ଜେଲ୍ ଗଲେ ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶ

ବ୍ରହ୍ମପୁର, ୧୪/୦୫ : ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲା। ସ୍ଵାଧୀନ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଗୋଷାଣୀ ନୂଆଗାଁ ଥାନା ପୁଲିସ। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି।

ପ୍ରକାଶ ଥାଉକି, ସୋମବାର ସନ୍ଧ୍ୟାରେ ମତଦାନ ସରିବା ପରେ ଇଭିଏମ୍‌ ସିଲ୍‌ ହୋଇଛି କି ନାହିଁ ଦେଖିବାକୁ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସମର୍ଥକ ଗୋସାଇଁନୂଆଗାଁର ୧୩୨ନଂ ବୁଥ୍‌କୁ ଯାଇଥିଲେ । ଥାନା ନିକଟରେ ଥିବା ଇଭିଏମ୍‌ ଗାଡ଼ି ନିକଟକୁ ଯାଇ ସେ  ସମ୍ପୃକ୍ତ ଅଫିସରଙ୍କ ସହ କଥା ହେଉଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ପିଣ୍ଟୁ ପହଞ୍ଚିଥିଲେ । ଉଭୟଙ୍କ ମଧ୍ୟରେ  କିଛି ବଚସା ହେବା ପରେ ପିଣ୍ଟୁ ପ୍ରଦୀପଙ୍କୁ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି । ପରେ  ଉଭୟ ପ୍ରାର୍ଥୀଙ୍କ ସମର୍ଥକ ଗୋଷ୍ଠୀ ମଧ୍ୟରେ ହାତାହାତି  ପରିସ୍ଥିତି ସୃଷ୍ଟି ହୋଇଥିଲା । ପୁଲିସ ହସ୍ତକ୍ଷେପ  ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା ।  

ପ୍ରଦୀପଙ୍କ ଛାତିକୁ ମାଡ଼ ହୋଇଥିବାରୁ ତାଙ୍କର ଏକ୍ସରେ କରାଯାଇଥିଲା। ପିଣ୍ଟୁଙ୍କୁ ଗୋସାଇଁନୂଆଗାଁ ଥାନା ପୁଲିସ ଅଟକ ରଖିଥିଲା। ଡାକ୍ତରଖାନାରେ ଅବ୍ୟବସ୍ଥା ନେଇ ବିଜେପି କର୍ମୀ ହୋହଲ୍ଲା କରିଥିଲେ।  ଡାକ୍ତରଖାନାରେ ପ୍ରଦୀପ ପାଣିଗ୍ରାହୀଙ୍କ ଶତାଧିକ ସମର୍ଥକ ଘଟଣାକୁ ନିନ୍ଦା କରିବା ସହ ପିଣ୍ଟୁଙ୍କ ଗିରଫ ଦାବି କରିଥିଲେ । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.