ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଡ୍ରାମା କୁଇନ୍ ରାଖୀ ସାୱନ୍ତ ଡାକ୍ତରଖାନାରେ ଭର୍ତ୍ତି, ଅବସ୍ଥା ଗୁରୁତର ଥିବା କହିଲେ ଡାକ୍ତର...

ନୂଆଦିଲ୍ଲୀ: ବଲିଉଡର ଆଇଟମ୍ ଗାର୍ଲ ଏବଂ ଡ୍ରାମା କୁଇନ୍ ରାଖୀ ସାୱନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ରହିଛି କି, ହାର୍ଟ ସମ୍ବନ୍ଧୀୟ ରୋଗ ହେତୁ ରାଖୀ ସାୱନ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି । ଅଭିନେତ୍ରୀଙ୍କ କିଛି ଫଟୋ ଏବେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏଥିରେ ରାଖୀଙ୍କୁ ଡାକ୍ତରଖାନାର ବେଡ୍ ଉପରେ ଦେଖିବାକୁ ମିଳୁଛି । ରାଖୀ ସଂପୂର୍ଣ୍ଣ ଚେତାଶୂନ୍ୟ ଏବଂ ଡାକ୍ତର ତାଙ୍କୁ ପରୀକ୍ଷା କରୁଛନ୍ତି । ଡାକ୍ତରମାନେ କହିଛନ୍ତି ଯେ ରାଖୀଙ୍କ ଅବସ୍ଥା ଟିକେ ଗୁରୁତର ରହିଛି । ତେବେ ତାଙ୍କର ଣ ହୋଇଛି ସେ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସି ନାହିଁ।

ସୂଚନା ଅନୁଯାୟୀରାଖୀ ସାୱନ୍ତ ଏକ ଗୁରୁତର ହୃଦଘାତରେ ପୀଡିତ । ବର୍ତ୍ତମାନ ରାଖୀ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଷୟରେ ଗୋପନୀୟତା ବଜାୟ ରଖିବାକୁ ଚାହୁଁଛନ୍ତି ବୋଲି ଜଣାପଡିଛି । ରାଖୀ ସାୱନ୍ତଙ୍କ ଫଟୋ ପାପାରାଜି ପେଜ୍‌ରେ ସେୟାର କରାଯାଇଛି । ସୋସିଆଲ ମିଡିଆରେ ପ୍ରଶଂସକ ମାନେ ରାଖୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.