ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାମାଙ୍କନ ଦାଖଲ କଲେ କଙ୍ଗନା: ୭ କେଜି ସୁନା, ୬୦ କେଜି ରୂପା ଏବଂ ୫୦ LIC ପଲିସି… ଜାଣନ୍ତୁ ମୋଟ କେତେ ଟଙ୍କାର ମାଲିକାଣୀ ?

ମୁମ୍ବାଇ,୧୪।୫: ‘କ୍ବିନ୍’, ’ତନ୍ନୁ ଓ୍ବେଡସ୍ ମନୁ’ ଠାରୁ ନେଇ ‘ତେଜସ୍‌’ରେ ଦମଦାର ଫିଲ୍ମ ଦେଇଥିବା କଙ୍ଗନା ରାନାଓ୍ବତ ବଲିଉଡ ଫିଲ୍ମରେ ନିଜ ଆକ୍ଟିଂର ଛାପ ଛାଡିଛନ୍ତି। ଏବେ ସେ ରାଜନୀତିରେ କରିଛନ୍ତି ଏଣ୍ଟ୍ରି। ମଙ୍ଗଳବାର ଫିଲ୍ମ ଅଭିନେତ୍ରୀ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରୁ ଭାରତୀୟ ଜନତା ପାର୍ଟି ବିଜେପି ପକ୍ଷରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେ ନୋମିନେସନ୍ ଫାଇଲ କରିବା ପରେ ନିର୍ବାଚନକୁ ଲୋକତନ୍ତ୍ରର ପର୍ବ ବୋଲି କହି ମଣ୍ଡିରୁ ନିର୍ବାଚନ ଲଢିବାକୁ ନିଜର ଗର୍ବ ବୋଲି କହିଛନ୍ତି।

ରାଜନୀତିରେ ଆସିବା ପୂର୍ବରୁ ତାଙ୍କୁ ବିଭିନ୍ନ ପ୍ରସଙ୍ଗରେ ନିଜ ରାଜନୈତିକ ବିଚାର ରଖୁଥିବାର ଦେଖିବାକୁ ମିଳିଛି।ଏବେ ସେ ପଲିଟିକ୍ସରେ ଏଣ୍ଟ୍ରି କରିଛନ୍ତି। କଙ୍ଗନା ବିଜେପିର କୋଟିପତି ଲିଷ୍ଟରେ ଅଛନ୍ତି। ଆସନ୍ତୁ ଜାଣିବା ତାଙ୍କ ପାଖରେ କ’ଣ କ’ଣ ଅଛି ?

କଙ୍ଗନାଙ୍କ ନେଟଓ୍ବର୍ଥ ବିଷୟରେ ଯଦି କଥା ହେବା ତେବେ ସେ ତାଙ୍କ ସତ୍ୟପାଠରେ ଏହା ୯୦ କୋଟିରୁ ଅଧିକ କହିଛନ୍ତି। ଦ୍ବାଦଶ ପାସ୍ କଙ୍ଗନାଙ୍କ ପାଖରେ ୨ ଲକ୍ଷ ଟଙ୍କାର କ୍ୟାସ୍, ବ୍ୟାଙ୍କ ଖାତା, ସେୟାର-ଡିବେଞ୍ଚର୍ସ ଓ ଜୁଏଲାରୀ ସହିତ ଅନ୍ୟ ସବୁକୁ ଯୋଡି ମୋଟ ସ୍ଥାବର ସମ୍ପତ୍ତି ୨୮,୭୩,୨୩୯ ରହିଛି। ସେଭଳି ଅସ୍ଥାବର ସମ୍ପତ୍ତି ୬୨,୯୨,୮୭,୦୦୦ ଟଙ୍କା ରହିଛି। ସେଭଳି ଲୋନ୍ କଥା ଯଦି ହେବା ତେବେ କଙ୍ଗନାଙ୍କ ଉପରେ ୧୭,୩୮,୦୦୦୦୦ ଟଙ୍କା ରହିଛି।

ନିର୍ବାଚନୀ ସତ୍ୟପାଠ ଅନୁସାରେ, କଙ୍ଗନାଙ୍କ ପାଖରେ ୬ କିଲୋ ୭୦୦ ଗ୍ରାମ୍ ସୁନାର ଗହଣା ରହିଛି, ଯାହାର ମୂଲ୍ୟ ୫ କୋଟି। ଏହାଛଡା ତାଙ୍କ ପାଖରେ ୬୦ କେଜି ରୁପା ରହିଛି, ଯାହାର ମୂଲ୍ୟ ୫୦ ଲକ୍ଷ। କେବଳ ସେତିକି ନୁହେଁ ହୀରାର ଜୁଏଲାରୀ ମଧ୍ୟ ରହିଛି, ଯାହାର ମୂଲ୍ୟ ୩ କୋଟିରୁ ଅଧିକ। କଙ୍ଗନା ମହଙ୍ଗା ଓ ଲଗଜରୀ କାରର ସଉକ୍ ରଖନ୍ତି, ତାଙ୍କ କାର କଲେକ୍ସନରେ ଗୋଟିଏରୁ ଗୋଟିଏ ଦାବୀ ଗାଡି ରହିଛି। ନିର୍ବାଚନ କମିଶନଙ୍କୁ ଦେଇଥିବା ସତ୍ୟପାଠରେ ସେ ଦୁଇଟି କାର ବିଷୟରେ ଆଲୋଚନା କରିଛନ୍ତି। ଏଥିରେ ଗୋଟିଏ ବିଏମ୍‌ଡବ୍ଲୁ୭ ସିରିଜ୍ ଓ ଦ୍ବିତୀୟ Mercedes Benz GLE SUV ରହିଛି। ଏହି ଦୁଇଟି କାରର ମୋଟ ମୂଲ୍ୟ ୧.୫୬ କୋଟି ଟଙ୍କା ରହିଛି। 

କଙ୍ଗନାଙ୍କ ନାଁରେ ଗୋଟିଏ କିମ୍ବା ଦୁଇଟି ଏଲଆଇସି ପଲିସି ନୁହେଁ, ବଂର ୫୦ଟି ପଲିସି ରହିଛି। ଏ ସବୁ ଗୋଟିଏ ତାରିଖ ୪ ଜୁନ୍ ୨୦୦୮ ରେ କିଣାଯାଇଛି। ଏହାଛଡା ସେ ସେୟାରରେ ମଧ୍ୟ ନିବେଶ କରିଛନ୍ତି। ମଣିକର୍ଣ୍ଣିକା ପ୍ରାଇଭେଟ୍ ଲିମିଟେଡ୍‌ର ୯୯୯୯ ସେୟାର ତାଙ୍କ ପାଖରେ ରହିଛି, ଯାହାର ଟୋଲାଲ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ଆମାଉଣ୍ଟ ୧.୨୦ କୋଟିରୁ ଅଧିକ। କଙ୍ଗନା ଗୋଟିଏ ଫିଲ୍ମରୁ ୧୫ ରୁ ୨୫ କୋଟି ଟଙ୍କା ଚାର୍ଜ କରୁଛନ୍ତି। ସେଭଳି ବିଜ୍ଞାପନ ପାଇଁ ୩-୩.୫ କୋଟି ଚାର୍ଜ କରନ୍ତି। ମୁମ୍ବାଇରେ କଙ୍ଗନାଙ୍କ ଗୋଟିଏ ଦାମୀ ବଙ୍ଗଳା ରହିଛି, ଯାହାର ମୂଲ୍ୟ ୨୫ କୋଟି। ଏହାଛଡା ମୁମ୍ବାଇରେ ୫ ବେଡ୍‌ରୁମ୍ ଆପାର୍ଟମେଣ୍ଟ ରହିଛି, ଯାହାର ମୂଲ୍ୟ ୧୫ ରୁ ୨୦ କୋଟିଟଙ୍କା ରହିଛି। ମୁମ୍ବାଇର ପାଲି ହିଲ୍‌ରେ ଏକ ବଡ ଅଫିସ ସ୍ପେସ୍ ଅଛି, ଯାହାର ମୂଲ୍ୟ କୋଟି କୋଟି ଟଙ୍କାର ଅଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.