ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ପ୍ରେମ ପାଇଁ ଉନ୍ମତ୍ତ କାଣ୍ଡ: ପ୍ରେମିକାର ମା’ଙ୍କୁ ଚୋଟ, ପ୍ରେମିକର ମାଇଁ ରକ୍ତାକ୍ତ...

ପୁରୀ,୧୪/୦୫: ପ୍ରେମ ପାଇଁ କୁମ୍ଭାରପଡ଼ା ଥାନା ଅଧୀନ ବାଲିଉପର ବସ୍ତିରେ ଘଟିଛି ଉନ୍ମତ୍ତ କାଣ୍ଡ । ୨ ଜଣ ମହିଳା ରକ୍ତାକ୍ତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ହୋଇଛି । ଉଭୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେବା ପରେ କୁମ୍ଭାରପଡ଼ା ଥାନାରେ ଏତଲା ଦେଇଛନ୍ତି । ଆହତ ମହିଳାଙ୍କ  ମଧ୍ୟରୁ ଜଣେ ବାଲିଉପର ବସ୍ତିର ହୋଇଥିବା ବେଳେ ଅନ୍ୟ ଜଣକ  ଚାରିନଳାର ବୋଲି ଜଣାପଡ଼ିଛି । ସୁରକ୍ଷା ଦୃଷ୍ଟିରୁ ଉଭୟଙ୍କ ପରିଚୟ ଗୋପନ ରଖାଯାଇଛି । 

ଅଭିଯୋଗ ଅନୁସାରେ ବାଲିଉପର ବସ୍ତିର ମହିଳାଙ୍କ ଝିଅ ଓ ସେହି ଅଞ୍ଚଳର ଜଣେ ଯୁବକ ମଧ୍ୟରେ ପ୍ରେମ ସମ୍ପର୍କ ରହିଛି । ଏହି  କାରଣକୁ କେନ୍ଦ୍ର କରି ସୋମବାର ସନ୍ଧ୍ୟାରେ ଯୁବତୀଙ୍କ ମା’ ଓ  ଯୁବକଙ୍କ ପରିବାର ମଧ୍ୟରେ ଝଗଡ଼ା ଚାଲିଥିଲା । ଏହି ସମୟରେ ଯୁବକର ମାଇଁ(ଅନ୍ୟ ଆହତ ମହିଳା)  ସେଠାରେ ପହଞ୍ଚି ଯାଇଥିଲେ ।  ଯୁବତୀଙ୍କ ମା’ଙ୍କ ମାଡ଼ରେ ଯୁବକର ମାଇଁ ରକ୍ତାକ୍ତ ହୋଇଥିଲେ । ମାଇଁଙ୍କୁ  ଆକ୍ରମଣର ପ୍ରତିଶୋଧ ନେବାକୁ  ଯୁବକ ଜଣକ ପ୍ରତିଆକ୍ରମଣ  କରିଥିଲେ । ପ୍ରେମିକାର ମା’ଙ୍କୁ  ଧାରୁଆ ଅସ୍ତ୍ରରେ ଚୋଟ ମାରି  ରକ୍ତାକ୍ତ କରିଥିଲେ ଯୁବକ । ଯୁବତୀଙ୍କ ମା’ଙ୍କ ଆଖି ଉପର ମଥାରେ ଗଭୀର କ୍ଷତ ସୃଷ୍ଟି ହୋଇ ପ୍ରବଳ ରକ୍ତସ୍ରାବ ହୋଇଥିଲା । ଦୁଇ ମହିଳା କୁମ୍ଭାରପଡ଼ା ଥାନାରେ ପହଞ୍ଚି  ଅଭିଯୋଗ କରିଥିଲେ । ପୁଲିସ ଉଭୟଙ୍କୁ ଡାକ୍ତରଖାନା ପଠାଇଥିଲା ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.