ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅସମୟରେ ଆସୁଛି ଯୌବନ, ୟାର୍ଲି ପ୍ୟୁବର୍ଟିର ଶିକାର ହେଉଛନ୍ତି ଶିଶୁ, କିପରି କରିବେ ମୁକାବିଲା ?

Published By : Rasmita Pradhan | December 14, 2024 10:34 AM

ନୂଆଦିଲ୍ଲୀ, ୧୪/୧୨ : ଏବେ ସମୟ ପୂର୍ବରୁ ଆସୁଛି ଯୌବନ । ବିକଶିତ ହେଉଛି ଶରୀର । ବଦଳୁଛି ଶରୀରର ଆକାର ଏବଂ ଆକୃତି । ଖୁବ୍ କମ୍ ବୟସରୁ ଝିଅମାନଙ୍କର ହେଉଛି ଋତୁସ୍ରାବ ପ୍ରକ୍ରିୟା । ୮ରୁ ୧୦ ବର୍ଷ ବୟସରେ ହୋଇଯାଉଛି ପିରିୟଡସ୍ । ଯାହା ପରେ ପିଲା ଜନ୍ମ କରିବାକୁ ସକ୍ଷମ ହେଉଛନ୍ତି ସେମାନେ । ସେହିପରି ପୁଅମାନଙ୍କର ବି ହେଉଛି ୟାର୍ଲି ପ୍ୟୁବର୍ଟି । ଖୁବ୍‌ଶୀଘ୍ର ଉଠୁଛି ନିଶ ଦାଢ଼ି । ତେବେ ଏହା ପଛରେ କ’ଣ ରହିଛି କାରଣ ? ବର୍ତ୍ତମାନ କାହିଁକି ୟାର୍ଲି ପ୍ୟୁବର୍ଟିର ଶିକାର ହେଉଛନ୍ତି ପିଲାମାନେ ? କ’ଣ ଏହି ସମସ୍ୟାର ସମାଧାନ ? ନିଜ ପିଲାମାନଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ ହେବାଠାରୁ କିପରି ଅଟକାଇବେ ? 

ପିଲାମାନଙ୍କର ଶାରିରୀକ ବିକାଶ ସହ ମାନସିକ ବିକାଶ ଜରୁରୀ। କିନ୍ତୁ ଏବେ ଅସାମୟିକ ଯୌବନର ଶିକାର ହେଉଛନ୍ତି ପିଲାମାନେ। ଯେଉଁ ସମୟରେ ହାଇଜିନ୍‌ର ଜ୍ଞାନ ନଥାଏ ସେହି ସମୟରେ ଆସୁଛି ପିରିୟଡ୍‌ସ୍। ଯେଉଁଥିପାଇଁ ସେମାନଙ୍କୁ ହେବାକୁ ପଡ଼ିପାରେ ଲଜ୍ଜିତ। କିମ୍ଵା ବିଭିନ୍ନ ପ୍ରକାରର ସଂକ୍ରମଣର ହୋଇପାରନ୍ତି ଶିକାର। ତେବେ ଏହା ପଛର ମୂଳ କାରଣ ହେଉଛି ଜୀବନଶୈଳୀ ଏବଂ ଖାଦ୍ୟପେୟ। ସାଧାରଣତଃ ୩ରୁ ୭ ବର୍ଷର ପିଲାମାନେ ଅଧିକ ଚର୍ବି ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ବିଗିଡିଯାଏ ହରମୋନ୍। ଯାହାକି ୟାର୍ଟି ପ୍ୟୁବର୍ଟିର ମୂଳ କାରଣ। ସେହିପରି ଅତ୍ୟଧିକ ଦୁଗ୍ଧ ଜାତୀୟ ଖାଦ୍ୟ, ମିଠା ଜାତୀୟ ଖାଦ୍ୟ ଏବଂ ଜଙ୍କଫୁଡ୍ ଖାଇବା ଦ୍ଵାରା ମଧ୍ୟ ବିଗିଡିଥାଏ ହରମୋନ୍।

ସେହିପରି ଏବେ ମୋବାଇଲ୍ ଯୋଗୁଁ ପିଲାମାନେ ଖେଳକୁଦ କରିବାକୁ ପସନ୍ଦ କରୁନାହାଁନ୍ତି। ମାତାପିତାମାନେ ମଧ୍ୟ ଏଥିପ୍ରତି ଧ୍ୟାନ ଦେଉନାହାଁନ୍ତି। ଯେଉଁଥିପାଇଁ ସେମାନଙ୍କର ହରମୋନ୍ ସନ୍ତୁଳନ ବିଗୁଡୁଛି। ତେଣୁ ପିଲାମାନେ ପ୍ରତିଦିନ ୪୫ ରୁ ୬୦ ମିନିଟ୍ ଖେଳକୁଦ କରିବା ଜରୁରୀ। ଏହାଦ୍ଵାରା ସେମାନେ ଫିଜିକାଲି ଫିଟ୍ ରହିବା ସହ ସେମାନଙ୍କର ୟାର୍ଲି ପ୍ୟୁବର୍ଟି ହୋଇନଥାଏ। ଏତଦ୍ ବ୍ୟତୀତ ପିଲାମାନଙ୍କୁ ମୋବାଇଲ୍ କିମ୍ଵା ଟିଭିରେ ଆସୁଥିବା ଆଡଲ୍ଟ କଣ୍ଟେଟ ଠାରୁ ଦୂରରେ ରଖନ୍ତୁ। ଏସବୁ ଦେଖିବା ଦ୍ଵାରା ସେମାନଙ୍କର ପିଟ୍ୟୁଟାରି ଗ୍ଲାଣ୍ଡ୍‌ରୁ ହରମୋନ ନିର୍ଗତ ହୁଏ। ତେଣୁ ଆପଣଙ୍କ ପିଲା ମୋବାଇଲ୍‌ରେ କଣ ଦେଖୁଛି ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା କରିବା ଦ୍ଵାରା ପିଲାମାନଙ୍କ ୟାର୍ଲି ପ୍ୟୁବର୍ଟି ରୋକିହେବ। ସେମାନଙ୍କୁ ଏକ ସୁନ୍ଦର ଶୈଶବ ମିଳିବ।















Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.