ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

୨୦୩୦ ସୁଦ୍ଧା ମଣିଷ ଭଳି ବୁଦ୍ଧିମତା ପାଇବ ଏଆଇ, ମାନବ ସମାଜ ପାଇଁ ହୋଇପାରେ ଭୟଙ୍କର କ୍ଷତି

Published By : Krishna Priya | April 8, 2025 9:04 AM

ନୂଆଦିଲ୍ଲୀ ୦୮/୦୪: ମାନବ-ସ୍ତରୀୟ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)   । ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସ (ଏଜିଆଇ) ଭାବେ ଏହା ଲୋକପ୍ରିୟ । ୨୦୩୦ ମସିହା ସୁଦ୍ଧା ଏଜିଆଇ ଆସିବ, ଯାହା ସବୁଦିନ ପାଇଁ ମାନବତାକୁ ଧ୍ୱଂସ କରିଦେବ । ଗୁଗଲ୍‌ ଡିପ୍‌ମାଇଣ୍ଡର ନୂଆ ଅଧ୍ୟୟନ ଏହା ଅନୁମାନ କରିଛି । ଏଜିଆଇ ବା ଆର୍ଟିଫିସିଆଲ ଜେନେରାଲ ଇଣ୍ଟେଲିଜେନ୍ସର ବ୍ୟାପକ ସାମର୍ଥ୍ୟକୁ ଅଧ୍ୟନୟ ଦର୍ଶାଇଛି । ଏହା ଆମର ଭୟଙ୍କର କ୍ଷତି କରିପାରେ ବୋଲି ମଧ୍ୟ ଚେତାଇ ଦେଇଛି । ମାନବତାକୁ ସମ୍ପୂର୍ଣ୍ଣ ଧ୍ୱଂସ କରୁଥିବା ବର୍ତ୍ତମାନର ବିପଦଗୁଡ଼ିକ ଏହି ଗମ୍ଭୀର କ୍ଷତିର ସ୍ପଷ୍ଟ ଉଦାହରଣ ବୋଲି ଅଧ୍ୟୟନ ଆଲୋକପାତ କରିଛି ।

ଇତିମଧ୍ୟରେ ଏହି କ୍ଷତି ଗମ୍ଭୀର କି ନୁହେଁ, ତାହା ସ୍ଥିର କରିବା ଗୁଗଲ୍‌ ଡିପ୍‌ମାଇଣ୍ଡ୍‌ ପାଇଁ ବିଷୟ ନୁହେଁ । ଏହା ସମାଜର ଦୃଷ୍ଟିକୋଣ, ଯାହା ତା’ର ସାମୂହିକ ବିପଦ ସହନଶୀଳତା ଓ କ୍ଷତିର ଅବଧାରଣା ଦ୍ୱାରା ନିର୍ଦ୍ଦେଶିତ । ଅଧ୍ୟୟନର ସହ-ଲେଖକ ଡିପ୍‌ମାଇଣ୍ଡ୍‌ର ସହ-ପ୍ରତିଷ୍ଠାତା ଶେନ୍‌ ଲେଗ୍‌ ବିଶେଷକରି କହିନାହାନ୍ତି ଯେ ମାନବତା ବିଲୁପ୍ତିରେ ଏଜିଆଇ ପରିଣାମ ଦେବ । ଏହା ପରିବର୍ତ୍ତେ ଏଜିଆଇର ବିପଦକୁ କମାଇବା ପାଇଁ ଗୁଗଲ୍‌ ଓ ଅନ୍ୟ ଏଆଇ କମ୍ପାନିଗୁଡ଼ିକ କିଭଳି ପଦକ୍ଷେପ ନେବା ଉଚିତ୍‌, ତାହା ଉପରେ ଫୋକସ୍‌ କରିଛନ୍ତି ।

ଅଧ୍ୟୟନ ଉନ୍ନତ ଏଆଇର ବିପଦକୁ ୪ ପ୍ରମୁଖ ବିଭାଗ ଯଥା- ଅପବ୍ୟବହାର, ଭୁଲ ମାର୍ଗ, ତ୍ରୁଟି ଓ ଢାଞ୍ଚାଗତ ବିପଦରେ ବିଭକ୍ତ କରିଛି । ଏହା ମଧ୍ୟ ଡିପ୍‌ମାଇଣ୍ଡ୍‌ର ବିପଦ ପ୍ରଶମନ ରଣନୀତି ଉପରେ ଫୋକସ୍‌ କରିଛି, ଯାହା ଅପବ୍ୟବହାରକୁ ରୋକିବାରେ କେନ୍ଦ୍ରିତ, ଯେଉଁଠି ଲୋକେ ଅନ୍ୟର କ୍ଷତି କରିବାକୁ ଏଆଇ ବ୍ୟବହାର କରୁଛନ୍ତି ।

ଗତ ଫେବ୍ରୁଆରୀରେ ଡିପ୍‌ମାଇଣ୍ଡ୍‌ର ସିଇଓ ଡେମିସ୍‌ ହାସାବିସ୍‌ କହିଥିଲେ, ଏଜିଆଇ ମଣିଷ ଅପେକ୍ଷା ଅଧିକ ସ୍ମାର୍ଟ । ଆଗାମି ୫ କିମ୍ବା ୧୦ ବର୍ଷରେ ଏହାର ଅଭ୍ୟୁଦୟ ଆରମ୍ଭ ହେବ । ଏହାର ବିକାଶ ଉପରେ ନଜର ରଖିବାକୁ ଜାତିସଂଘ ଭଳି ଏକ ସଂଗଠନର ଗଠନ ଉପରେ ମଧ୍ୟ ସେ ଜୋର୍‌ ଦେଇଥିଲେ । ଅସୁରକ୍ଷିତ ପ୍ରୋଜେକ୍ଟଗୁଡ଼ିକର ଯାଞ୍ଚ୍‌ ଓ ସେଗୁଡ଼ିକ ସହ ମୁକାବିଲା ପାଇଁ ଏଜିଆଇକୁ ଆଇଏଇଏ ଭଳି ଏକ ପ୍ରତିଷ୍ଠାନ ସହ ଯୋଡ଼ିବାକୁ ହେବ । ଏଜିଆଇ ଏଆଇକୁ ଆଉ ପାଦେ ଆଗକୁ ନେଇଛି । ଏଆଇ କାର୍ଯ୍ୟ ଉପରେ ଫୋକସ୍‌ କରେ । ଅନ୍ୟପକ୍ଷେ, ଏଜିଆଇର ଲକ୍ଷ୍ୟ ଏଭଳି ବୁଦ୍ଧିମତା ପ୍ରାପ୍ତ କରିବା ଯାହା କାର୍ଯ୍ୟର ବିସ୍ତୃତ ଶୃଙ୍ଖଳାରେ ଉପଯୋଗ ହୋଇପାରିବ । ଠିକ୍‌ ମାନବ ବୁଦ୍ଧିମତା ଭଳି । ସଂକ୍ଷେପରେ କହିଲେ, ଏଜିଆଇ ବୁଝିବା, ଶିଖିବା ଏବଂ ବିଭିନ୍ନ କ୍ଷେତ୍ରରେ ଜ୍ଞାନର ଉପଯୋଗ କରୁଥିବା ମଣିଷ ଭଳି ସାମର୍ଥ୍ୟଯୁକ୍ତ ଏକ ମେସିନ୍‌ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.