ପ୍ରମୁଖ ଖବର
  • ଇଣ୍ଡିଆନ୍‌ ଓଭରସିଜ୍‌ କଂଗ୍ରେସର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସାମ୍‌ ପିଟ୍ରୋଡା
  • ||
  • ଭୁବନେଶ୍ୱର : ଅନ୍‌ଲାଇନ୍‌ ଟ୍ରେଡିଂ ନାଁରେ ୬୧ ଲକ୍ଷ ଠକେଇ, ମାଷ୍ଟରମାଇଣ୍ଡ୍‌ ୪ ରାଜ୍ୟରେ ମୋଷ୍ଟ୍‌ ୱାଣ୍ଟେଡ୍
  • ||
  • ଭୁବନେଶ୍ୱର : ମେ ଚତୁର୍ଥ ସପ୍ତାହରେ ମାଟ୍ରିକ୍‌ ଫଳ ! ହ୍ୱାଟସ୍‌ଆପ୍‌ରେ ପରୀକ୍ଷାର୍ଥୀ ପାଇବେ ରେଜଲ୍ଟ
  • ||
  • ନୂଆଦିଲ୍ଲୀ : ସମୂହ ଛୁଟିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଶତାଧିକ କ୍ରିଉ ମେମ୍ଵର, ୭୦ରୁ ଅଧିକ ଉଡ଼ାଣ ବାତିଲ୍
  • ||
  • ପୁରୀ : ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି, ସନ୍ଧ୍ୟା ୬ଟାରୁ ରାତି ୧୨ଟା ଦର୍ଶନ ମନା
  • ||
  • ଭୁବନେଶ୍ୱର : ଜନପଥରେ ମୋଦିଙ୍କ ରୋଡ୍‌ ସୋ', ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଏସ୍‌ପିଜି, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଭୁବନେଶ୍ଵର : ଆଜି ୭ ଜିଲ୍ଲାରେ ନିର୍ଧୁମ ବର୍ଷିବ, ୧୦ ଯାଏ ବିସ୍ତୀର୍ଣ୍ଣ ଅଞ୍ଚଳରେ ବର୍ଷା
  • ||
  • ଭୁବନେଶ୍ଵର : ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍, ରାସ୍ତା ପାରି ହେଉଥିବା ବେଳେ ଦମ୍ପତିଙ୍କ ଉପରେ ଚଢ଼ିଗଲା ଟ୍ରକ୍
  • ||

ଆଜିଓ ପକ୍ଷରୁ ନେଟଫ୍ଲିକ୍ସ ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ସିରିଜ୍‌ ହୀରାମଣ୍ଡି: ଦ ଡାଏମଣ୍ଡ ବଜାର ଦ୍ୱାରା ଅନୁପ୍ରାଣିତ ସ୍ୱତନ୍ତ୍ର ଏଥିନିକ କଲେକ୍ସନ ଉନ୍ମୋଚିତ

ବେଙ୍ଗାଲୁରୁ / ଭୁବନେଶ୍ୱର : ଭାରତର ଅଗ୍ରଣୀ ଫ୍ୟାଶନ୍‌ ଇ-ଟେଲର୍‌ ଆଜିଓ ପକ୍ଷରୁ ନେଟଫ୍ଲିକ୍ସ ଏବଂ ସଞ୍ଜୟ ଲୀଲା ଭନସାଲୀଙ୍କ ଚର୍ଚିତ ସିରିଜ୍‌ ହୀରାମଣ୍ଡି: ଦ ଡାଏମଣ୍ଡ ବଜାର ଦ୍ୱାରା ଅନୁପ୍ରାଣିତ ଏକ ସ୍ୱତନ୍ତ୍ର କଲେକ୍ସନ୍‌ ର ଶୁଭାରମ୍ଭ ଘୋଷଣା କରାଯାଇଛି । ଆଜିଓ ଦ୍ୱାରା ହାଉସ୍‌ ଅଫ୍‌ ଏଥନିକ୍ସ ଅଧୀନରେ ଉପସ୍ଥାପିତ ହୋଇଥିବା ଏହି ସୀମିତ ସଂସ୍କରଣ ସଂଗ୍ରହ ଗ୍ରାହକଙ୍କ ପାଇଁ ଏହି ଧାରାବାହିକ ଦ୍ୱାରା ଅନୁପ୍ରାଣିତ ୨୫୦ ରୁ ଅଧିକ ଶୈଳୀର ଏଥିନିକ ପୋଷାକ କିଣିବାର ସୁଯୋଗ ନେଇଆସିଛି ।

ଏହି ନୂଆ କଲେକ୍ସନ ହୀରାମଣ୍ଡି ସିରିଜରେ ବ୍ୟବହୃତ ରଙ୍ଗ, ସିଲୁଇଟ୍‌, ପୋଷାକ ଏବଂ ଅଳଙ୍କାର ଦ୍ୱାରା ଅନୁପ୍ରାଣିତ ହୋଇଛି । ଏହି ରେଞ୍ଜରେ ଶୁଦ୍ଧ ରେଶମ, ଟିସୁ, ଜର୍ଜେଟ୍‌ ଏବଂ ବ୍ରୋକେଡ୍‌ ପରି ପୋଷାକ ଅନ୍ତର୍ଭୁକ୍ତ ରହିଛି, ଯାହା ଦୁନିଆର ସମ୍ପନ୍ନତାକୁ ପ୍ରତିପାଦିତ କରୁଛି ଏବଂ ନେଟଫ୍ଲିକ୍ସ ଓ ସଞ୍ଜୟ ଲୀଲା ଭନସାଲୀଙ୍କ ଏହି ସିରିଜରେ ପୁନଃ ସୃଜନ କରାଯାଇଛି । ଏଥିରେ ବିଶେଷ ଭାବରେ ହସ୍ତତନ୍ତ ନିର୍ମିତ ପାରମ୍ପରିକ ଡବକା ଏମ୍ବ୍ରୋଡୋରୀ, ପାର୍ସୀ ଏମ୍ବ୍ରୋଡୋରୀ, ବିଡ୍‌ ୱାର୍କ ସହିତ ସିରିଜ୍‌ ଦ୍ୱାରା ଅନୁପ୍ରାଣିତ ଡିଜିଟାଲ୍‌ ପ୍ରିଣ୍ଟ୍‌ ମଧ୍ୟ ରହିଛି  । ମହିଳା ଆଧାରିତ କଲେକ୍ସନରେ ଶରାରା, କୁର୍ତ୍ତା ସୁଟ୍‌ ସେଟ୍‌, ଲେହେଙ୍ଗା ଏବଂ ଶାଢ଼ୀ ସାମିଲ ରହିଛି ଯାହାର ମୂଲ୍ୟ ୪,୦୦୦ ଟଙ୍କାରୁ ଆରମ୍ଭ କରି ୧,୫୦,୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି  । ଏଥିସହ, ଏହି କଲେକ୍ସନରେ ଶୋ’ର ପ୍ରମୁଖ ମହିଳା ଚରିତ୍ରମାନଙ୍କ ପରିହିତ ସଞ୍ଜୟ ଲୀଲା ଭନସାଲୀଙ୍କ ଦଳ ଦ୍ୱାରା ଡିଜାଇନ୍‌ ହୋଇଥିବା ବଛା ବଛା ପୋଷାକର ଅଫିସିଆଲ୍‌ ପୁନ ସୃଜନ ମଧ୍ୟ ରହିବ । 

ଆଜିଓ ଏବଂ ନେଟଫ୍ଲିକ୍ସ ମଧ୍ୟରେ ଏହି ସହଭାଗିତା ସେହି ଦୁନିଆର ଏକ ଝଲକ ପ୍ରଦାନ କରିବା ଏବଂ ଏହାକୁ ପ୍ରଶଂସକଙ୍କ ନିକଟରେ ସୁଲଭ ତଥା ବ୍ୟାପକ ଭାବରେ ଉପଲବ୍ଧ କରାଇବାକୁ ଲକ୍ଷ୍ୟ ରଖିଛି । 

ଆଜିଓ ହାଉସ୍‌ ଅଫ୍‌ ଏଥନିକ୍ସ ହେଉଛି ଏକ କ୍ୟୁରେଟେଡ୍‌ ଷ୍ଟୋର ଯେଉଁଥିରେ ବିବା, ଇଣ୍ଡି ପିକ୍ସ, ନାଇରିକା, ରିତୁ କୁମାରଙ୍କ ପକ୍ଷରୁ ଆରକେ, ସତ୍ୟ ପଲ, ରିଭା, ଗ୍ଲୋବାଲ ଦେଶୀ, ଗୁଲମୋହର ଜୟପୁର, ସୋଚ ଏବଂ ଫାବ-ଇଣ୍ଡିଆ ଭଳି ପ୍ରମୁଖ ବ୍ରାଣ୍ଡ ରହିଛି   । ୩ ଲକ୍ଷରୁ ଅଧିକ ଶୈଳୀ ଓ ଷ୍ଟାଇଲ ସହିତ, ଆଜିଓ ହାଉସ୍‌ ଅଫ୍‌ ଏଥନିକ୍ସ ସଜାତୀୟ ଫ୍ୟାଶନ କିଣାକିଣି ପାଇଁ ଭାରତର ସବୁଠାରୁ ପ୍ରିୟ ଗନ୍ତବ୍ୟସ୍ଥଳ ପାଲଟିଛି ।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.