ଭୁବନେଶ୍ବର, ୮।୫, ଭୁବନେଶ୍ବରଏୟାର ପୋର୍ଟରୁ ଚୋରା ସୁନା ଜବତ। ପ୍ରାୟ ୩ କେଜି ୭୭ ଗ୍ରାମର ସୁନା ଜବତ କଲା ଡିଆରଆଇ। ଜବତ ସୁନାର ମୂଲ୍ୟ ୨କୋଟି ୭୯ ଲକ୍ଷ ଟଙ୍କା।
୪ଜଣ ଯାତ୍ରୀ ଦୁବାଇରୁ ଭୁବନେଶ୍ବର ଆସିଥିଲେ। ଭୁବନେଶ୍ବର ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ଯାତ୍ରୀଙ୍କୁ ଯାଞ୍ଚ ବେଳେ ବ୍ୟାଗରେ ୧୨ଟି କ୍ୟାପସୁଲ ସୁନା ଥିବା ଜଣାପଡିଥିଲା । ପରେ ଏହାକୁ ଓଜନ କରିବାରୁ ଏହା ୩ କେଜି ୭୭ ଗ୍ରାମ ହୋଇଥିଲା। ସୁନା ଚୋରା ଚାଲାର କରିବା ଅଭିଯୋଗରେ ୪ ଜଣ ଯାତ୍ରୀଙ୍କୁ ଡିଆରଆଇ ଗିରଫ କରିଛି।