ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପଦମପୁରରେ ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର, ବିକାଶ ବିରୋଧୀଙ୍କୁ ମୁହଁତୋଡ ଜବାବ ଦିଅ

ଭୁବନେଶ୍ବର,୮।୫ :  ପଦମପୁରରେ  କାର୍ତ୍ତିକ ପାଣ୍ଡିଆନ ନିର୍ବାଚନ ପ୍ରଚାର  କରିବା ସହ ବିଜେପି   ଉପରେ ବର୍ଷିଛନ୍ତି। ବିକାଶ ବିରୋଧୀଙ୍କୁ ମୁହଁତୋଡ  ଜବାବ  ଦେବାକୁ ସେ ଜନସାଧାରଣଙ୍କୁ କହିଛନ୍ତି। ପଦମପୁରକୁ ଜିଲ୍ଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କଲେ। ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ମଧ୍ୟ ଜାଗା ଚିହ୍ନଟ କରାଗଲା । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ତାକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି। କୋର୍ଟରେ କେସ୍‌ କରି ଆପଣମାନଙ୍କ ହକ୍‌କୁ ଛଡାଇନେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଯାହା କଲେ ବି ସଫଳ ହେବେ ନାହିଁ, ଆମେ ସବୁଠି ଲଢି ପଦମପୁରକୁ ଜିଲ୍ଲା କରିବୁ। 

ଚାଷୀମାନଙ୍କ ଫସଲ ବୀମା ପାଇଁ କେନ୍ଦ୍ର ସରକାର ପ୍ରିମିଅମ ମାଗୁଛି। ନବୀନ ସରକାର ଚାଷୀଙ୍କ ପାଇଁ ପ୍ରିମିଅମ ଦେଇ ଆପଣମାନଙ୍କ ବୋଝ ହାଲ୍‌କା କରିଛନ୍ତି।କେନ୍ଦୁପତ୍ର ତୋଳାଳୀ ମାନଙ୍କ ପାଇଁ ଜିଏସଟି ଉଠାଇବାକୁ ନବୀନ ବାବୁ ବହୁତ ଥର କେନ୍ଦ୍ରକୁ ଅନୁରୋଧ କରିଛନ୍ତି।, କିନ୍ତୁ ସେମାନେ ଉଠାଇଲେ ନାହିଁ, ନବୀନ ବାବୁ କିନ୍ତୁ କେନ୍ଦୁପତ୍ର ଉପରେ ଜିଏସଟିଉଠାଇଦେଲେ। ବୋନସ ମଧ୍ୟ ୨୫ ରୁ ବଢାଇ ୫୦ ପ୍ରତିଶତ କଲେ। ସାରା ଦେଶରେ କେନ୍ଦୁପତ୍ର ତୋଳାଳୀ ମାନଙ୍କୁ ସବୁଠାରୁ ଅଧିକ ବୋନସ ଦେଉଛନ୍ତି ନବୀନ ସରକାର ।ମା’ ସମଲେଇଙ୍କ ପ୍ରକଳ୍ପକୁ ମଧ୍ୟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ, ଗୋଟିଏ ଗରିବ ଲୋକ ଜରିଆରେ ସୁପ୍ରିମ କୋର୍ଟ ରେ କେସ୍‌ କଲ। ସେଠାରେ ସୁପ୍ରିମ କୋର୍ଟ ଓକିଲଙ୍କ ଫିସ୍‌ ହେଉଛି ୩୦ ଲକ୍ଷ ଟଙ୍କା। ଆପଣ ଜାଣନ୍ତୁ ଚକ୍ରାନ୍ତ କିଏ କରିଥିଲା।ନବୀନ ବାବୁ ସୁପ୍ରିମ କୋର୍ଟରେ ଲଢି ପ୍ରକଳ୍ପ କଲେ। ଆଜି ସେମାନେ ଯାଇକି ମା’ଙ୍କ ଦର୍ଶନ କରୁଛନ୍ତି।ଜଗନ୍ନାଥ ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପ ବନ୍ଦ କରିବା ପାଇଁ ସେମାନେ ହାଇକୋର୍ଟ ସୁପ୍ରିମକୋର୍ଟ ସବୁଠି କେସ୍‌ କରିଛନ୍ତି, କିନ୍ତୁ ସଫଳ ହେଲେନି ।

ବିଜୁ ଏକ୍‌ସପ୍ରେସ ୱେ ଯୋଗୁ ସବୁଠାରୁ ଅଧିକ ଲାଭା ପାଇବ ପଦମପୁର ସବ୍‌ଡିଭିଜନ।      ପଡୋଶୀ ଛତିଶଗଡରେ ଆଜି ପର୍ଯ୍ୟନ୍ତ ନକ୍‌ସଲ ସମସ୍ୟା ଅଛି, ଡବଲ ଇଞ୍ଜିନ ସରକାର କିଛି କରିପାରୁନି। ଏବେ ବି ଅଶାନ୍ତ, କିନ୍ତୁ ଓଡିଶାରେ ନବୀନ ଇଞ୍ଜିନ ସରକାର ବିକାଶ ଜରିଆରେ ନକ୍‌ସଲ ସମସ୍ୟା ଦୂର କରିଛନ୍ତି, ଓଡିଶାରେ ଶାନ୍ତି ଅଛି।

ନବୀନ ସରକାର ପ୍ରତି ପଞ୍ଚାୟତକୁ କୋଟିଏ ଟଙ୍କା ଲେଖାଏ ଦେଉଛନ୍ତି, ସାରା ଭାରତରେ ପଞ୍ଚାୟତକୁ ସବୁଠାରୁ ଅଧିକ ଟଙ୍କା ଦେଉଛନ୍ତି ନବୀନ ସରକାର। ସେହିପରି ବିକାଶର ହିସାବ ଦେଇଥିଲେ ପାଣ୍ଡିଆନ।ପାଇକମାଳ ଏନଏସି ହେଲା, ପିଏଚସି କୁ ସିଏଚସି କରାଗଲା।

ଏଠାରେ ଦୁଇ ଭଉଣୀ ପରିଣୀତା ମିଶ୍ର ଲୋକସଭା ଓ ବର୍ଷାସିଂ ବରିହା ବିଧାନ ସଭା ପାଇଁ ଛିଡା ହୋଇଛନ୍ତି। ସେମାନେ ଆପଣମାନଙ୍କ ସେବା ପାଇଁ ଆସିଛନ୍ତି।   ଡବଲ ଶଙ୍ଖରେ ଭୋଟ ଦେଇ ସେମାନଙ୍କୁ ଜିତାନ୍ତୁ ଓ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.