ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ : କଂଗ୍ରେସ

ଭୁବନେଶ୍ଵର, ୦୮/୦୫ : ପ୍ରେସ୍‌ମିଟ୍ କରି ବିଜେପି ଉପରେ ବର୍ଷିଲା କଂଗ୍ରେସ। ଏଆସିସି ମୁଖପାତ୍ର ଶମା ମହମଦ କହିଛନ୍ତି ଯେ, ବିଜେପି କ୍ଷମତାକୁ ଆସିଲେ ବଦଳିବ ସମ୍ବିଧାନ। ସେଥିପାଇଁ ୪ଶହ ପାର ନାରା ଦେଉଛନ୍ତି । ବିଜେପିର ଦିୟାକୁମାରୀ, ଅରୁଣ ଗୋଭିଲ ପ୍ରମୁଖ କ୍ଷମତାକୁ ଆସିଲେ ସମ୍ବିଧାନ ବଦଳିବା କଥା କହୁଛନ୍ତି। ଆରଏସଏସର ମୋହନ ଭାଗବତ ସଂରକ୍ଷଣ ହଟାଇବା କଥା ଭାଷଣରେ କହିଛନ୍ତି। ଏମିତି କହି ଆମ୍ବେଦକରଙ୍କ ଅପମାନ କରିଛନ୍ତି।

ସେ ପୁଣି କହିଛନ୍ତି ଯେ, କଂଗ୍ରେସ କେବେ ସଂରକ୍ଷଣ ହଟାଇବା ସପକ୍ଷରେ କହିନି। ୫୦ ପ୍ରତିଶତରୁ ଅଧିକ ଦେବା ସପକ୍ଷରେ ଆମ ନେତା ରାହୁଲ ଗାନ୍ଧୀ କହିଛନ୍ତି। କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମାତ୍ର ୩ଜଣ ଦଳିତ। ୪ଜଣ sc/st। ବିଶ୍ୱବିଦ୍ୟାଳୟ କୁଳପତି, ଆଇଆଇଟି ପ୍ରଫେସରରେ ଦଳିତ, sc,stଙ୍କ ସଂଖ୍ୟା ନଗଣ୍ୟ। କିନ୍ତୁ ଦେଶରେ ସଫେଇ କର୍ମଚାରୀ ଶତ ପ୍ରତିଶତ sc। ବିଜେପି ଜାତି ଜନଗଣନା କରୁନାହିଁ । ଆଜି ରାଜନାଥ ସିଂ ଆସୁଛନ୍ତି। ତାଙ୍କୁ ଏ ସମ୍ପର୍କରେ ପ୍ରଶ୍ନ କରନ୍ତୁ। ଓଡ଼ିଶାରେ ୮୦ ପ୍ରତିଶତରୁ ଅଧିକ ଦଳିତ, sc,st ଓ ସଂଖ୍ୟାଲଘୁ। ହେଲେ ଏଠି ମଣ୍ଡଳ କମିଶନ ସୁପାରିଶ ଲାଗୁ ହେଉନି। ବିଜେଡି କୋର୍ଟରେ ମାମଲା କରୁଛି। ବିଜେଡି, ବିଜେପି ଲଢ଼ିବା କଥା କହୁଛନ୍ତି। ହେଲେ ରାଜ୍ୟସଭାରେ ମିଶିକି କାମ କରୁଛନ୍ତି। ଅଶ୍ୱିନୀ ବୈଷ୍ଣବଙ୍କୁ ମିଳିତ ଭାବେ ପଠାଇଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଜଙ୍ଗଲ ଆଇନ ଆଣିବ। ୪୦୦ ପାର ସମ୍ବିଧାନ ବଦଳିବା ପାଇଁ ବିଜେପି ଆଣିବାକୁ ଚାହୁଁଛି। କଂଗ୍ରେସ ବିହାରରେ ମେଣ୍ଟ ସରକାର ଥିବା ବେଳେ ଜାତି ଜନଗଣନା କରିଛୁ। ଓଡ଼ିଶାରେ ବି କରିବୁ। ଓଡ଼ିଶାରେ ସାମ୍ବାଦିକତା କ୍ଷେତ୍ରରେ ମହିଳା ସଂରକ୍ଷଣ ଆବଶ୍ୟକ ବୋଲି ସେ କହିଛନ୍ତି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.