ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୬୪ ସପିଂ ମଲ୍‌ ଭୂତ ବଙ୍ଗଳା, ଭୁବନେଶ୍ୱରରେ ୫୦% ମଲ୍‌ ଖାଲି

ନୂଆଦିଲ୍ଲୀ, ୦୮/୦୫ : ଗତ ଦୁଇ ଦଶକରେ ମଲ୍‌ରେ ସପିଂ କରିବାର ନିଶା ଲୋକଙ୍କ ମଧ୍ୟରେ ବଢ଼ିଛି । ଏଥିପାଇଁ ବଡ଼ ବଡ଼ ସହରରେ ବହୁ ସଂଖ୍ୟାରେ ମଲ୍‌ ଖୋଲିଥିଲା ଏବଂ ଏଠାରେ ବ୍ୟବସାୟିକ ନିବେଶ ମଧ୍ୟ ବୃଦ୍ଧି ପାଇଥିଲା । କିନ୍ତୁ ମଲ୍‌ ପରମ୍ପରାରୁ ହୁଏତ ଏବେ ଲୋକଙ୍କ ମୋହ ଭାଙ୍ଗିଗଲାଣି । ଏକ ରିପୋର୍ଟ ଅନୁସାରେ, ଦେଶର ୮ ପ୍ରମୁଖ ସହରରେ ଖାଲି ପଡ଼ିଥିବା ସପିଂ ମଲ୍‌ ସଂଖ୍ୟା ୫୭ରୁ ବଢ଼ି ୬୪ ହୋଇଛି । ଭାରତରେ ପ୍ରାୟ ୬୪ଟି ସପିଂ ମଲ୍‌ ଏବେ ଭୂତ ବଙ୍ଗଳା ପାଲଟିଥିବା ନାଇଟ୍‌ ଫ୍ରାଙ୍କ୍‌ ଇଣ୍ଡିଆର ଏକ ନୂଆ ରିପୋର୍ଟରୁ ଜଣାପଡ଼ିଛି ।  

ଯେଉଁ ମଲ୍‌ଗୁଡ଼ିକରେ ୪୦%ରୁ ଅଧିକ ରିଟେଲ୍‌ ସ୍ପେସ୍‌ ଖାଲି ପଡ଼ିଥାଏ ସେଗୁଡ଼ିକୁ ଘୋଷ୍ଟ ମଲ୍‌ ବା ନିଷ୍କ୍ରିୟ ମଲ୍‌ ଭାବେ ବର୍ଗୀକରଣ କରାଯାଏ । ୮ଟି ପ୍ରମୁଖ ସହରରେ ଏହି ବର୍ଗୀୟ ମଲ୍‌ ସଂଖ୍ୟା ୨୦୨୨ରେ ୫୭ ଥିବାବେଳେ ୨୦୨୩ରେ ୬୪କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି । ରିଟେଲ ନିବେଶକ ମଲ୍‌ରେ କମର୍ସିଆଲ ସ୍ପେସ୍‌ କିଣିବା ବଦଳରେ ପ୍ରିମିୟମ୍‌ ପ୍ରପର୍ଟିରେ ନିବେଶକୁ ପ୍ରାଥମିକତା ଦେଉଛନ୍ତି । ତେବେ ୨୯ଟି ସହରରେ ସପିଂ ସେଣ୍ଟର ଏବଂ ବଡ଼ ବଡ଼ ବଜାରଗୁଡ଼ିକୁ ଅନୁଶୀଳନ କରାଯାଇ ‘ଥିଙ୍କ୍‌ ଇଣ୍ଡିଆ ଥିଙ୍କ୍‌ ରିଟେଲ ୨୦୨୪’ ଶୀର୍ଷକ ଏହି ରିପୋର୍ଟକୁ ଜାରି କରାଯାଇଛି । ରିପୋର୍ଟ ଅନୁସାରେ, ୮ ପ୍ରମୁଖ ମହାନଗରରେ ବହୁ ସଂଖ୍ୟାରେ ରିଟେଲ୍‌ ପ୍ରପର୍ଟି ଖାଲି ପଡ଼ିଛି । ବିଶେଷକରି ସପିଂକୁ ନେଇ ଗ୍ରାହକଙ୍କ ସ୍ୱାଦରେ ବୃହତ୍‌ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅଧିକାଂଶ ଲୋକେ ଉନ୍ନତ ସପିଂ ଅନୁଭୂତି ଲାଭ କରିବାକୁ ଏବେ ଅନ୍‌ଲାଇନ୍‌ ସପିଂ ତଥା ବଡ଼ ବଡ଼ ସପିଂ ସେଣ୍ଟର ଆଡ଼କୁ ମୁହାଁଉଛନ୍ତି । ଏହା ନିଷ୍କ୍ରିୟ ମଲ୍‌ ସଂଖ୍ୟା ବଢ଼ିବାର ଏକ ପ୍ରମୁଖ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ନାଇଟ୍‌ ଫ୍ରାଙ୍କ୍‌ ଇଣ୍ଡିଆର ସଦ୍ୟ ରିପୋର୍ଟ ଅନୁସାରେ, ଦିଲ୍ଲୀ ଏନ୍‌ସିଆର୍‌ରେ ଏଭଳି ନିଷ୍କ୍ରିୟ ମଲ୍‌ ସଂଖ୍ୟା ସବୁଠାରୁ ଅଧିକ  । ଏହା ପଛକୁ ରହିଛି ମୁମ୍ବାଇ ଏବଂ ବେଙ୍ଗାଲୁରୁ । ଘୋଷ୍ଟ୍‌ ବା ନିଷ୍କ୍ରିୟ ସପିଂ ସେଣ୍ଟର ବଢ଼ିବା ଫଳରେ ୨୦୨୩ରେ ପ୍ରାୟ ୬୭୦୦ କୋଟି ଟଙ୍କାର କ୍ଷତି ଘଟିଛି । 

ସପିଂ ମଲ୍‌ଗୁଡିକ ଭୂତ ବଙ୍ଗଳା ପାଲଟିବା ଘଟଣା କେବଳ ଜାତୀୟ ସ୍ତରରେ ନୁହେଁ, ରାଜଧାନୀ ଭୁବନେଶ୍ୱରରେ ବି ସମାନ ସ୍ଥିତି । ଏକ ଆକଳନ ମୁତାବକ, ରାଜଧାନୀର ପ୍ରାୟ ୮ ପ୍ରମୁଖ ମଲ୍‌ ମଧ୍ୟରୁ ୪ଟି ବା ୫୦% ମଲ୍‌ର ସ୍ଥିତି ଏବେ ଭଲ ନାହିଁ । ଜୟଦେବ ବିହାର ସ୍ଥିତ ପାଲ୍‌ହାଇଟ୍ସ ମଲ୍‌ ପୂର୍ବରୁ ଏକ ପ୍ରମୁଖ ସିଟି ସେଣ୍ଟର ଥିବା ବେଳେ ଏବେ ଏଠାରେ ଥିବା ଶପ୍‌ ଗୁଡିକ ଏବେ ଖାଲି । ସବୁଠୁ ବେଶି ଖରାପ ସ୍ଥିତିରେ ରହିଛି ସ୍ଥାନୀୟ ରାମ ମନ୍ଦିର ନିକଟ ଫୋରମ ମାର୍ଟ । ଏକଦା ଏହା ରାଜଧାନୀର ଅତି ଲୋକପ୍ରିୟ ସ୍ଥଳ ଭାବେ ଜଣାଶୁଣା ଥିବା ବେଳେ ଏବେ ଜନଶୂନ୍ୟ । ଏଠାରେ ଥିବା ସିଂହଭାଗ ଶପ୍‌ ଖାଲିପଡୁଛି । ସେହିଭଳି ଶହୀଦନଗର ସ୍ଥିତ ବିଏମ୍‌ସି ଭବାନୀ ମଲ୍‌ର ସ୍ଥିତି ମଧ୍ୟ ଊଣା ଅଧିକେ ସମାନ । ଏହାବାଦ ହଂସପାଳ ସ୍ଥିତ ସିମ୍ପୋନି ମଲ୍‌ର ପ୍ରାୟ ୯୦ ଭାଗ ଶପ୍‌ ଅବ୍ୟବହୃତ ପଡିରହିଛି । ରସୁଲଗଡ ସ୍ଥିତ ଏସ୍‌ପ୍ଲାନେଡ, ପାତ୍ରପଡାର ଡିଏନ୍‌ ରେଗାଲିଆ, କଳ୍ପନାର ଉତ୍କଳ କନିକା ଗ୍ୟାଲେରିଆ ଏବଂ ନୟାପଲ୍ଲୀର କ୍ରିଷ୍ଣାପ୍ଲାଜା ଭଳି ମଲ୍‌ ଗୁଡିକର ସ୍ଥିତି ଭଲ ରହିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.