ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆମ ଭୋଟ, ଆମ ରୁଚି; ଭୋଟ୍‌ ସଚେତନତା ପାଇଁ ରୁଚି ଚା’ର ଅଭିନବ ବାର୍ତ୍ତା

ଭୁବନେଶ୍ୱର, ୮/୫ : ଓଡିଶାର ଘରେ ଘରେ ବେଶ୍‌ ଲୋକପ୍ରିୟ ୪୮ବର୍ଷର ରୁଚି ଫୁଡଲାଇନ୍‌ ପକ୍ଷରୁ ଉତ୍ପାଦିତ ରୁଚି ଚା’ର ଜନସଚେତନତାମୂଳକ ବାର୍ତ୍ତା ସମ୍ବଳିତ ନୂଆ ଟିଭି ବିଜ୍ଞାପନ ଲୋକାର୍ପିତ ହୋଇଛି । ଅଳ୍ପଦିନ ଭିତରେ ରୁଚି ବ୍ରାଣ୍ଡ ଚା’ ନିଜର ସ୍ୱାଦ ଓ ଗୁଣାତ୍ମକ ମାନ ଯୋଗୁ ଗ୍ରାହକମାନଙ୍କ ଦ୍ୱାରା ବେଶ୍‌ ଆଦୃତି ହୋଇଥିବାରୁ ଏହାର ଲୋକପ୍ରିୟତାକୁ ଆଖି ଆଗରେ ରଖି ଏକ ଅଭିନବ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି । ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ସମସ୍ତ ଭୋଟରମାନଙ୍କୁ ସଚେତନ କରିବା ସହିତ କାହାଦ୍ୱାରା ପ୍ରଭାବିତ ନ ହୋଇ ନିଜର ମୂଲ୍ୟବାନ ଭୋଟ ଦେବାକୁ ମଧ୍ୟ ଏହି ବିଜ୍ଞାପନ ବାର୍ତାରେ କୁହାଯାଇଛି  । ବିଶେଷ କରି ସ୍ୱତଃପ୍ରବୃତ ଭାବରେ ନିଜର ନିଷ୍ପତ୍ତି ନିଜେ ନେବାକୁ ରୁଚି ନିଜର ଟ୍ୟାଗ୍‌ ଲାଇନ୍‌ରେ ବାର୍ତ୍ତା ଦେଇ କହିଛି ‘ଆମ ଭୋଟ୍‌-ଆମ ରୁଚି’  । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ବଜାରରେ ‘ରୁଚି’ର ୪ ପ୍ରକାର ଚା’- ଉତ୍କଳ ଡଷ୍ଟ, ଉତ୍କର୍ଷ ପ୍ରିମିୟମ, ଇଲାଇଚ୍‌ ଓ ଉତ୍କର୍ଷ ଲିଫ୍‌ ମିଳୁଛି  । 

ଆଜି ଭୁବନେଶ୍ୱରଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ଡ. ଶରତ କୁମାର ସାହୁ କହିଥିଲେ ଯେ, ଓଡ଼ିଶାର ପ୍ରିୟ ଗ୍ରାହକମାନଙ୍କୁ ସବୁବେଳେ ନୂଆ ସ୍ୱାଦ ଓ ନୂଆ ଚଏସ୍‌ର ସାମଗ୍ରୀ ଯୋଗାଇ ଦେବା ଆମର ମୂଳ ଲକ୍ଷ୍ୟ  । ସେଥିପାଇଁ ଉଚ୍ଚ ଗୁଣମାନଯୁକ୍ତ ବିଶୁଦ୍ଧ ଓ ବେଶ୍‌ ସ୍ୱାସ୍ଥ୍ୟ ଉପଯୋଗୀ ରୁଚି ଚା’ ଲୋକମାନଙ୍କ ପାଇଁ ବିଶେଷ ଗ୍ରହଣୀୟ ହୋଇପାରିଛି  । ‘ରୁଚି’ର ନିର୍ଦ୍ଦେଶକ ଅରବିନ୍ଦ ସାହୁ କହିଥିଲେ ଯେ, ପୂର୍ବଭାରତରେ ଉତ୍ପାଦିତ ହେଉଥିବା ସବୁଠାରୁ ଭଲ ଚା’ ‘ରୁଚି’ ପକ୍ଷରୁ ଆମଦାନୀ କରି ଏହାର ବଜାର ପ୍ରବେଶ କରାଯାଇଛି  । ବର୍ତ୍ତମାନ ସମୟରେ ଯୁବବର୍ଗ ସମେତ ସବୁ ଶ୍ରେଣୀର ଗ୍ରାହକମାନଙ୍କୁ ଆମେ ଏକ ସଚେତନ ବାର୍ତ୍ତା ଦେଇ ନିଜର ସଠିକ ଓ ଉଚିତ ନିଷ୍ପତ୍ତି ନେବା ପାଇଁ ଏହି ବିଜ୍ଞାପନ ମାଧ୍ୟମରେ ନିବେଦନ କରିଛୁ  । ଓଡ଼ିଶାର ଶିଳ୍ପ ମାନଚିତ୍ରରେ ଦୀର୍ଘ ୪୮ବର୍ଷର ଅନୁଭୂତି ଓ ଅଭିଜ୍ଞତା ଏବଂ ସବୁ ଶ୍ରେଣୀର ଗ୍ରାହକମାନଙ୍କ ଗ୍ରହଣୀୟତା ପାଇଁ ‘ରୁଚି’ ଏବେ ୩୦୦ରୁ ଊର୍ଦ୍ଧ୍ବ ସାମଗ୍ରୀ ଉତ୍ପାଦନ ଓ ବିପଣନ କରୁଛି ।

ଅନ୍ୟମାନଙ୍କ ମଧ୍ୟରେ ‘ରୁଚି’ର ନିର୍ଦ୍ଦେଶିକା ସଙ୍ଗୀତା ସାହୁ, ନିର୍ଦ୍ଦେଶିକା ସଲିନା ସାହୁ ଓ ନିର୍ଦ୍ଦେଶିକା ରଶ୍ମୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ‘ରୁଚି’ର ମାର୍କେଟିଂ ହେଡ଼୍‌ ଦେବବ୍ରତ ପଟ୍ଟନାୟକ ଅତିଥିମାନଙ୍କୁ ସ୍ୱାଗତ କରିବା ସହିତ ରୁଚି ଦମଦାର୍‌ ଚା’ କିଭଳି ଅଳ୍ପଦିନ ମଧ୍ୟରେ ଗ୍ରାହକମାନଙ୍କ ପାଖରେ ଆଦୃତ ହୋଇପାରିଛି ଏବଂ ରୁଚି ଚା’ର ଚାହିଦା ଓ ଏହାର ବଜାର ଉପଯୋଗିତା ସଂପର୍କରେ ଉଲ୍ଲେଖ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ ସେଲ୍‌ସ ବିଭାଗ ମୁଖ୍ୟ ଦିଲ୍ଲୀପ କୁମାର ସାହୁ, ଲୋକସଂପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁ, ନ୍ୟାୟବ୍ରତ ରାଉତ, ହ୍ୱାଇଟ୍‌ କାନ୍‌ଭାସର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା, ଚିଣ୍ଟୁ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.