ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ପୁରୀରେ ବିଶ୍ୱ ରେଡକ୍ରସ୍ ଦିବସ ପାଳିତ

ପୁରୀ, ୮/୫ : ରେଡକ୍ରସ୍ ବିଶ୍ୱର ସର୍ବବୃହତ ମାନବ ସେବାକାରୀ ଅନୁଷ୍ଠାନ। ଏହା ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଭେଦଭାବ ନରଖି ସେବା ଦେଇ ଥାଏ। ଏହାର ପ୍ରତିଷ୍ଠାତା ସାର୍ ହେନେରୀ ଡୁନାଣ୍ଟଙ୍କ ନିସ୍ୱାର୍ଥପର ସେବା ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଥିବ। ପୁରୀ ଜିଲ୍ଲା ରେଡକ୍ରସ୍ ଶାଖା ସେହିପରି ମାନବ ସେବାକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି ଓ ଏହି ସେବାକୁ ଆହୁରି ପରିବ୍ୟାପ୍ତ କରିବାକୁ ଆହ୍ୱାନ ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା। ଆଜି ବିଶ୍ୱ ରେଡ଼କ୍ରସ୍ ଦିବସ ଅବସରରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରେଡ଼କ୍ରସ ପତାକାକୁ ଉତ୍ତୋଳନ କରି ସମସ୍ତ ସ୍ୱଛାସେବୀମାନେ ଉତ୍କୃଷ୍ଟ ସେବା ପ୍ରଦାନ ସହ ଭେଦଭାବ ନରଖି କାର୍ଯ୍ୟ କରିବାକୁ ଶ୍ରୀ ବେହେରା ପରାମର୍ଶ ଦେଇଥିଲେ। ହେନେରୀ ଡୁନାଣ୍ଟଙ୍କ ସେବା, ସଂଘର୍ଷ ଓ ଆଦର୍ଶ ସମ୍ପର୍କରେ ସେ ଆଲୋକପାତ କରିଥିଲେ। 

ସୂଚନାନୁଯାୟୀ, ଆଜି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ପରିସରର ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ରେଡକ୍ରସ୍‌ର ସମ୍ପାଦକ ତଥା ଡେପୁଟି କଲେକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା, କର୍ମଚାରୀ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ଓସଡମା ପ୍ରକଳ୍ପ ଅଧିକାରୀ ସୁକାନ୍ତ କୁମାର ଦାଶ, ଜରୁରୀ ବିଭାଗ ଉପବିଭାଗୀୟ ଅଧିକାରୀ ମନସୁର ଅଲ୍ଲୀ ସାହା, କାର୍ଯ୍ୟ କାରିଣୀ ସଦସ୍ୟା ମଧୁମିତା ମହାପାତ୍ର, ରାଧାକାନ୍ତ ଦାସ, ନାରାୟଣ ଚନ୍ଦ୍ର ଦାଶ ଜୁନିଅର ରେଡକ୍ରସ ଅଧିକାରୀ ବିଦ୍ୟାଧର ମିଶ୍ର, ଯୁଗ୍ମ ସମ୍ପାଦକ ଗୀତାଞଳି ପଣ୍ଡା, କାର୍ଯ୍ୟ କାରିଣୀ ସଦସ୍ୟ ଜୟନ୍ତୀ ମହାପାତ୍ର, ନିର୍ମଳା ଫତେସିଂ, ସଦସ୍ୟ ଶ୍ୟାମ ପ୍ରକାଶ ସେନାପତି, ରେଡକ୍ରସ କର୍ମଚାରୀ ଆଦିତ୍ୟ କୁମାର ବରାଳ, ବିଶ୍ୱଭୂଷଣ ଦାଶ, ଆଜୀବନ ସଦସ୍ୟ, ଜୁନିୟର ରେଡକ୍ରସ ସଦସ୍ୟ, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ପ୍ରମୁଖ ଯୋଗ ଦେଇଥିଲେ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.