ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ରାୟଗଡାରେ ରାଜନାଥଙ୍କ ନିର୍ବାଚନ ପ୍ରଚାର, ମୋଦିଙ୍କ ସମୟରେ ହୋଇଛି ବିକାଶ

Published By : Prameya | May 8, 2024 7:21 PM

 ରାୟଗଡା,୮।୫ : ମୁଁ ଓଡିଶାକୁ ବହୁ ବାର ଆସିଛି।  ହେଲେ ଏବେ ଏଠାରେ ମୋଦିଙ୍କ ଶାସନ ସମୟରେ ବିକାଶ ହୋଇଛି। ଲୋକଙ୍କ ଉନ୍ନତି ହୋଇଛି। ଓଡିଶା ଜଗନ୍ନାଥଙ୍କ ଭୂମି। ପୁରା ବିଶ୍ବ ଏଥିପାଇଁ ଓଡିଶାକୁ ଚିହ୍ନୁଛି ବୋଲି ରାୟଗଡା ବାରିଝୁଲାଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର  ଅବସରରେ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଲେ ମୋଦିଙ୍କ ଶାସନ କାଳର ୨୫ କୋଟି ଲୋକ ଗରିବରୁ ମୁକ୍ତି ପାଇଛନ୍ତି। ଲୋକଙ୍କୁ ପକ୍କା ଘର, ପାନୀୟ ଜଳ, ଗ୍ୟାସ , ଆୟୁଷ୍ମାନ ଯୋଜନାରେ ଚିକିତ୍ସା ମାଗଣାରେ ଯୋଗାଇ ଦିଆଯାଉଛି। ମୋଦି ରାମ ମନ୍ଦିର ପ୍ରତିଷ୍ଠା କଲେ । ୩୭୦ ଧାରା ଉଚ୍ଛେଦ କଲେ । ଆଗକୁ ରାମ ରାଜ୍ୟ ପ୍ରତିଷ୍ଠା ହେବାକୁ ଯାଉଛି କହିଛନ୍ତି।  

ଭ୍ରଷ୍ଟାଚାର ପ୍ରସଙ୍ଗ ଉଠାଇ କଂଗ୍ରେସକୁ କଲେ ଟାର୍ଗେଟ ।ଏବେ ସାରା ପୃଥିବୀରେ ଭାରତର ମାନ ବଢିଛି। ଭାରତ କଣ କହୁଛି ତାହା ଶୁଣିବାକୁ ଅନ୍ତର୍ଜାତୀୟ ସ୍ତରରେ ସମସ୍ତ ଦେଶର ବଡ ନେତା ଶୁଣିବାକୁ ବ୍ୟଗ୍ର। ମୋଦି ସରକାର ଶାସନକୁ ଆସିବା ପୂର୍ବରୁ ଭାରତ ଅର୍ଥନୈତିକ ସ୍ତରରେ ୧୧ ତମ ସ୍ଥାନରେ ଥିଲା। ଏହା ଏବେ ୫ମ ସ୍ଥାନରେ ପହଞ୍ଚିଛି। ଆଗକୁ ଏହା ଆମେରିକା ଓ ଚୀନ ପରେ ୩ୟ ସ୍ଥାନରେ ରହିବ।  ଦେଶରୁ ଦୁର୍ନୀତି ହଟିବ। ତେଣୁ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେଇ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଠନ ପାଇଁ ଆଶୀର୍ବାଦ କରିବାକୁ ସେ ଅନୁରୋଧ  କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.