ପ୍ରମୂଖ ଖବର
  • ମହଜୁଦ ଅଛି ଆବଶ୍ୟକୀୟ ଇନ୍ଧନ, ଆତଙ୍କିତ ନହେବାକୁ IOCLର ପରାମର୍ଶ
  • ||
  • ସୀମାବର୍ତ୍ତୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥାହେଲେ ପ୍ରଧାନମନ୍ତ୍ରୀ, ଗୁଜୁରାଟ, ପଞ୍ଜାବ, ରାଜସ୍ଥାନ ସିଏମ୍‌ଙ୍କ ସହ ଆଲୋଚନା
  • ||
  • ଆଇପିଏଲ୍‌କୁ ନେଇ ବିସିସିଆଇ ବଡ଼ ନିଷ୍ପତ୍ତି..ଭାରତ- ପାକ୍ ଯୁଦ୍ଧ ସ୍ଥିତି ପରେ ଅଧାରୁ IPL ଟୁର୍ଣ୍ଣାମେଣ୍ଟ ସ୍ଥଗିତ
  • ||
  • ଶିମିଳିପାଳ ପାଦ ଦେଶରୁ ତିନି ଶିକାରୀ ଗିରଫ, ୩ ବନ୍ଧୁକ ଜବତ
  • ||
  • ବଢୁଛି ଭାରତ-ପାକିସ୍ତାନ ଉତ୍ତେଜନା, ସ୍ଥଳପଥ ପରେ ଜଳପଥରେ ବି ହାଇଆଲର୍ଟ ଜାରି
  • ||
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ଦରଦାମ ସମସ୍ୟା ଉତ୍କଟ, ଏକାଧିକ ଚାକିରି କରୁଛନ୍ତି ଆମେରିକୀୟ

Published By : Prameya | April 22, 2025 8:03 AM

ନୂଆଦିଲ୍ଲୀ ୨୨/୦୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ଦ୍ୱିତୀୟ କାର୍ଯ୍ୟକାଳରେ ଆକ୍ରାମକ ବାଣିଜ୍ୟିକ ନିଷ୍ପତ୍ତି ନେଉଛନ୍ତି । ବିଶ୍ୱର ଅନେକ ଦେଶ ଉପରେ ତଗ୍‌ଡ଼ା ଶୁଳ୍କ ଲଦିବାକୁ ଘୋଷଣା କରିଛନ୍ତି ଯେ । ଅବଶ୍ୟ ଚୀନ୍‌କୁ ଛାଡ଼ି ଅନ୍ୟ ଦେଶଗୁଡ଼ିକୁ ୯୦ ଦିନର ମହଲତ ଦେଇଛନ୍ତି ଟ୍ରମ୍ପ । ଏହାସତ୍ତେ୍ୱ ଏକ ବଡ଼ ଧରଣର ସଂକଟ ଉଭୟ ଆମେରିକା ଏବଂ ବିଶ୍ୱ ଅର୍ଥନୀତି ଆଡ଼କୁ ମାଡ଼ି ଆସୁଥିବା ଆଶଙ୍କା କରାଯାଉଛି । 

ଏହି ଟାରିଫ୍‌ କାରଣରୁ ବିଶ୍ୱ ଆର୍ଥିକ ମାନ୍ଦାବସ୍ଥା ଏବଂ ଦରଦାମ ସମସ୍ୟା ଅଧିକ ତେଜିବା ନେଇ ଅନୁମାନ କରାଯାଉଛି । ଆମେରିକୀୟମାନେ ଏବେଠୁ ଏହାର ପ୍ରଭାବକୁ ଅନୁଭବ ମଧ୍ୟ କଲେଣି । ସ୍ଥିତି ଏଭଳି ହୋଇଛି ଯେ, ଗୋଟିଏ ଚାକିରିରେ ସେମାନେ ଗୁଜରାଣ ମେଣ୍ଟାଇ ପାରୁନାହାନ୍ତି । ଘର ଚଳାଇବା ପାଇଁ ଏକସଙ୍ଗେ ଏକାଧିକ ଚାକିରି କରିବାକୁ ବାଧ୍ୟ ହେଉଛନ୍ତି । ମାର୍ଚ୍ଚରେ ଦେଶରେ ମଲ୍ଟିପଲ୍‌ ଚାକିରି କରୁଥିବା ଲୋକଙ୍କ ସଂଖ୍ୟା ୭୬,୦୦୦ ବଢ଼ି ରେକର୍ଡ ୮୯.୪ ଲକ୍ଷରେ ପହଞ୍ଚିଛି ।

ଏହି ସଂଖ୍ୟା ୨୦୧୯ର ସ୍ତରଠାରୁ ୫ ଲକ୍ଷ ଅଧିକ । ଆମେରିକାରେ ମୋଟ କର୍ମଚାରୀଙ୍କ ମଧ୍ୟରୁ ୫.୫% ଏକସଙ୍ଗେ ଏକାଧିକ ଚାକିରି କରୁଥିବା ରିପୋର୍ଟରୁ ଜଣାପଡ଼ିଛି । ଏ ସଂଖ୍ୟା ୨୦୦୯ରୁ ସର୍ବାଧିକ । ଏହିଭଳି ଭାବେ ଦେଶରେ ୩ କୋଟି ଲୋକ ପାର୍ଟ-ଟାଇମ୍‌ ଜବ୍‌ କରୁଛନ୍ତି । ଏହା ଆମେରିକା ଇତିହାସରେ ତୃତୀୟ ବୃହତ୍‌  । ଆମେରିକାରେ ଅନେକ ବର୍ଷ ହେବ ଲୋକଙ୍କ ପାରିଶ୍ରମିକ ବଢ଼ିନାହିଁ କିନ୍ତୁ ଏହି ଅବଧିରେ ଦେଶରେ ଦରଦାମ୍‌ ବଡ଼ ମାତ୍ରାରେ ବୃଦ୍ଧି ପାଇଛି । ଏହି କାରଣରୁ ଲୋକଙ୍କ ପାଇଁ ଘର ଚଳାଇବା କଷ୍ଟକର ହେଉଛି ଏବଂ ସେମାନେ ଏକାଧିକ ଚାକିରି କରିବାକୁ ବାଧ୍ୟ ହେଉଛନ୍ତି । 

ଆମେରିକାରେ ୨୦୨୪ର ପ୍ରଥମ ୩ ମାସରେ କ୍ରେଡିଟ୍‌ କାର୍ଡ ଖିଲାପୀ ୪୬୦୦ କୋଟି ଡଲାରରେ ପହଞ୍ଚିଛି, ଯାହା ୨୦୧୦ ପରେ ସବୁଠାରୁ ଅଧିକ । ଏ ବର୍ଷ ଏହା ୨୦୧୦ର ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିବାର ଆଶଙ୍କା କରାଯାଉଛି । ୨୦୨୩ ତୁଳନାରେ ଏହା ୫୦%ରୁ ଅଧିକ ବଢ଼ିବା ଅନୁମାନ କରାଯାଉଛି । ଏଥିରୁ ସ୍ପଷ୍ଟ ହୋଇଯାଇଛି ଯେ, ଲୋକେ ଦରଦାମ ବୃଦ୍ଧି ମଧ୍ୟରେ ଅଣନିଃଶ୍ୱାସୀ ହୋଇପଡ଼ିଛନ୍ତି ଏବଂ କ୍ରେଡିଟ୍‌ କାର୍ଡରେ କିଣାକିଣି କରି ଏହାକୁ ପରିଶୋଧ କରିପାରୁନାହାନ୍ତି । ଏଭଳି ପରିସ୍ଥିତିରେ ଫେଡେରାଲ ରିଜର୍ଭ ସୁଧ ହାରକୁ ନ ଖସାଇ ଏହାକୁ ଉଚ୍ଚା ରଖିଛି । ଫଳରେ ୨୦୨୩ ମଧ୍ୟଭାଗରେ କ୍ରେଡିଟ୍‌ କାର୍ଡ ବକେୟା ପ୍ରଥମ ଥର ୧ ଟ୍ରିଲିୟନ ଡଲାର ପାର୍‌ କରିଛି । 

କରୋନା ମହାମାରୀ ସମୟରେ ଯୋଗାଣ ସମସ୍ୟା ଦେଖାଦେଇଥିଲା । ଏହାସତ୍ତେ୍ୱ ଲୋକେ ବହୁ ମାତ୍ରାରେ ଖର୍ଚ୍ଚ କଲେ । ଫଳରେ ଦରବୃଦ୍ଧି ସ୍ଥିତି ଉତ୍କଟ ହେଲା । ଦରଦାମ ନିୟନ୍ତ୍ରଣ ପାଇଁ ଫେଡେରାଲ ରିଜର୍ଭ ୨୦୨୨ରୁ ସୁଧ ହାର ବଢ଼ାଇଛି । ଯେଉଁ ଲୋକମାନେ କ୍ରେଡିଟ୍‌ କାର୍ଡରେ ଖର୍ଚ୍ଚ କଲେ ଏବଂ ସମ୍ପୂର୍ଣ୍ଣ ବକେୟା ପରିଶୋଧ କରିପାରିଲେ ନାହିଁ ସେମାନଙ୍କୁ ଅଧିକ ସୁଧ ଗଣିବାକୁ ପଡ଼ିଲା । ଗତ ସେପ୍ଟେମ୍ବର ସୁଦ୍ଧା ୧୨ ମାସରେ ଲୋକେ ସୁଧ ଆକାରରେ ୧୭୦୦୦ କୋଟି ଡଲାର ଦେଇଛନ୍ତି । ସୁଧ ଏବଂ ଅଧିକ ବିଲ୍‌ ଭରିବା କାରଣରୁ ଲୋକଙ୍କ ବ୍ୟାଙ୍କ ଖାତାରେ ଟଙ୍କା କମିଗଲା । ବିଶେଷ କରି କମ୍‌ ଆୟ କରୁଥିବା ଲୋକଙ୍କୁ କ୍ରେଡିଟ୍‌ କାର୍ଡ ବିଲ୍‌ ଭରିବାରେ ସମସ୍ୟା ହେଲା । ଏଭଳି ସ୍ଥିତିରେ ସେମାନେ ଏକାଧିକ ଚାକିରି କରିବାକୁ ବାଧ୍ୟ ହୋଇଛନ୍ତି । 

ଅନୁମାନ କରାଯାଉଥିଲା ଯେ, ଫେଡେରାଲ ରିଜର୍ଭ ସୁଧ ହାରକୁ ଦ୍ରୁତ ବେଗରେ ଖସାଇବ । କିନ୍ତୁ ଏବେ ଏଭଳି ଅନୁଭବ ହେଉନାହିଁ । ଅଧିକାରୀମାନଙ୍କ କହିବାନୁସାରେ, ଏ ବର୍ଷ ସୁଧ ହାର ମାତ୍ର ୦.୫% କମିବ । ପୂର୍ବରୁ ୧% ଖସିବା ନେଇ ଆକଳନ କରାଯାଉଥିଲା । ଗତ ବର୍ଷକରେ ପ୍ରାୟ ୬୦୦୦ କୋଟି ଡଲାର କ୍ରେଡିଟ୍‌ କାର୍ଡ ଋଣକୁ କ୍ଷମା କରାଯାଇଛି । ଏହାସତ୍ତେ୍ୱ ଲୋକଙ୍କ ଉପରେ ୩୭୦୦ କୋଟି ଡଲାରର ଋଣ ବକେୟା ଅଛି । ଏହାର ଅର୍ଥ ଆଗକୁ ଲୋକଙ୍କ ସମସ୍ୟା ଆହୁରି ବଢ଼ିପାରେ । ଟ୍ରମ୍ପ ଯେଉଁଭଳି ଭାବେ ଟାରିଫ୍‌ ବଢ଼ାଉଛନ୍ତି ତାହା ଆଗାମୀ ଦିନରେ ମୁଦ୍ରାସ୍ଫୀତିକୁ ଆହୁରି ତେଜିପାରେ ଏବଂ ସୁଧ ହାର ବଢ଼ିପାରେ । ଫଳରେ ଲୋକଙ୍କ ପକେଟ୍‌ରୁ ଆହୁରି ଟଙ୍କା ଯିବ ବୋଲି ଅନୁମାନ କରାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.