ଲଣ୍ଡନ,୨୨।୬: ବ୍ରିଟେନ୍ ରାଜନୀତିରେ ସୋମବାର ଦେଖିବାକୁ ମିଳିଛି ଐତିହାସିକ ଅସ୍ଥିରତା। ପ୍ରଧାନମନ୍ତ୍ରୀ କୀର ଷ୍ଟାର୍ମର ଡାଉନିଂ ଷ୍ଟ୍ରୀଟ୍ରେ ସକାଳେ ସାମ୍ବାଦିକ ସମ୍ମିଳନୀ କରି ଲେବର ପାର୍ଟିର ନେତୃତ୍ବ ଓ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ପାର୍ଟି ଭିତରେ ବଢୁଥିବା ଅସନ୍ତୋଷ, ସଂସଦୀୟ ବିଦ୍ରୋହ ଓ ନିକଟରେ ହୋଇଥିବା ଉପ-ନିର୍ବାଚନରେ ମିଳିଥିବା ପରାଜୟ ପରେ ଚାପରେ ନିଆଯାଇଥିଲା ଏହି ନିଷ୍ପତ୍ତି ବ୍ରିଟିସ୍ ରାଜନୀତିରେ ନୂଆ ମୋଡ ପ୍ରମାଣିତ ହୋଇଛି। ଷ୍ଟାର୍ମରଙ୍କ ଇସ୍ତଫା ସହିତ ଗ୍ରେଟର ମଞ୍ଚେଷ୍ଟରର ମେୟର ଆଣ୍ଡି ବର୍ନହାମ ଲେବର ପାର୍ଟିର ନୂଆ ନେତା ଓ ବ୍ରିଟେନ୍ର ଆଗାମୀ ପ୍ରଧାନମନ୍ତ୍ରୀ ହେବାର ସବୁଠାରୁ ବଡ଼ ଦାବିଦାର ପାଲଟିଛନ୍ତି।
ଆଣ୍ଡି ବର୍ନହାମ (୫୬)ଙ୍କ ଜନ୍ମ ୭ ଜାନୁଆରୀ ୧୯୭୦ ରେ ହୋଇଥିଲା। ବର୍ତ୍ତମାନ ସେ ଗ୍ରେଟର ମଞ୍ଚେଷ୍ଟରର ମେୟର ଓ ନିକଟରେ ମେକରଫିଲ୍ଡରୁ ସାଂସଦ ଭାବରେ ଚୟନ ହୋଇଥିଲେ। ଲେବର ପାର୍ଟି ତାଙ୍କୁ ପାରମ୍ପାରିକ ବାମପନ୍ଥୀ ଓ ଉତ୍ତର ଇଂଲଣ୍ଡର ସବୁଠାରୁ ମଜବୁତ ଚେହେରା ବୋଲି କୁହାଯାଏ। ତାଙ୍କୁ ‘କିଙ୍ଗ ଅଫ୍ ଦ ନର୍ଥ’ ଉପାଧି ଦିଆଯାଇଛି। ବର୍ନହାମ୍ ୧୯୯୦ ଦଶକରୁ ରାଜନୀତିରେ ପାଦ ରଖିଛନ୍ତି। ଗାର୍ଡନ ବ୍ରାଉନ୍ ସରକାରରେ ସ୍ବାସ୍ଥ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ରହିଛନ୍ତି। ୨୦୧୦ ଓ ୨୦୧୫ ରେ ପାର୍ଟି ନେତୃତ୍ବ ରେଡ୍ରେ ସାମିଲ ହୋଇଛନ୍ତି, କିନ୍ତୁ ଆଡ ମିଲିବ୍ୟାଣ୍ଡ ଓ ଜେରେମି କର୍ବିନରୁ ହାରିଯାଇଥିଲେ।
ଆଣ୍ଡି ବର୍ନହାମ୍ କିଏ ?
୨୦୧୭ ରୁ ଲଗାତାର ତିନିଥର ଭାରି ସଂଖ୍ୟାରେ ଗ୍ରେଟର ମଞ୍ଚେଷ୍ଟାରୁ ମେୟର ଚୟନ ହୋଇଥିଲେ। କୋଭିଡ୍-୧୯ ସଙ୍କଟ ବେଳେ ଉତ୍ତର ଇଂଲଣ୍ଡର ହିତକୁ ଦୃଷ୍ଟିରେ ବିଶ୍ବରେ ରାଷ୍ଟ୍ରୀୟ ସ୍ତରର ଖ୍ରାତି ଅର୍ଜନ କରିଥିଲେ। ଷ୍ଟାର୍ମରଙ୍କ ମଧ୍ୟ-ମାର୍ଗର ରଣନୀତି ସବୁଠାରୁ ଅଲଗା, ବର୍ନହାମ୍ଙ୍କୁ ଅଧିକ ବାମପନ୍ଥୀ, ଆଞ୍ଚଳିକ ନ୍ୟାୟ ଓ ‘ରେଡ୍ ଓ୍ବାଲ’ ସିଟ୍ର ସମର୍ଥନ ଭାବରେ ଦେଖାଯାଉଛି। ଶୁକ୍ରବାର ମେକରଫିଲ୍ଡି ଉପନିର୍ବାଚନରେ ବର୍ନିହାମ୍ ସମର୍ଥିତ ପ୍ରାର୍ଥୀଙ୍କ ବିପୁଳ ବିଜୟ ତାଙ୍କ ଦାବିକୁ ଆହୁରି ମଜବୁତ କରିଛି। ଏହି ବିଜୟ ସହିତ ଲେବର ସାଂସଦଙ୍କ ଭିତରେ ବିଶ୍ବାସ ବଢିଛି ଯେ, ୨୦୨୯ ସାଧାରଣ ନିର୍ବାଚନରେ ରିଫର୍ମ ୟୁକେର ବଢୁଥିବା ପ୍ରଭାବକୁ ରୋକିବା ପାଇଁ ବର୍ନହାମ୍ ସବୁଠାରୁ ଉପଯୁକ୍ତ ପ୍ରାର୍ଥୀ ପ୍ରମାଣିତ ହୋଇପାରନ୍ତି।
ମେକରଫିଲ୍ଡ ଉପ-ନିର୍ବାଚନ ଓଲଟାଇଲା ସମୀକରଣ
ସୋମବାର ଇସ୍ତଫା ଘୋଷଣା କରି ଷ୍ଟାର୍ମର କହିଛନ୍ତି, ମୁଁ ସବୁ ନିଷ୍ପତ୍ତି ଦେଶକୁ ପ୍ରଥମେ ଆଗରେ ରଖି ନେଇଥାଏ। ଏବେ ସମୟ ଆସିଛି, ପାର୍ଟିର ନୂଆ ନେତୃତ୍ବ ଚୟନ କରି ଆଗକୁ ବଢିବା। ମୁଁ ନିଜ ଉତ୍ତରାଧିକାରୀଙ୍କୁ ପୂର୍ଣ୍ଣ ସମର୍ଥନ ଦେବି ଓ କ୍ଷମତା ସୁଚାରୁ, ଶାନ୍ତିପୂର୍ଣ୍ଣ ଏବଂ ବ୍ୟବସ୍ଥିତ ଭାବରେ ସୁନିଶ୍ଚିତ କରିବି। ଷ୍ଟାର୍ମର ନିଜର କାର୍ଯ୍ୟକାଳ ପୂରଣ ନକରି ଇସ୍ତଫା ଦେଇଥିବା ଷଷ୍ଠ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ଷ୍ଟାର୍ମରଙ୍କ ଉପରେ ବଢୁଛି ଚାପ ଓ ବିଦ୍ରୋହ
ଗତ କିଛି ସପ୍ତାହ ହେବ ଷ୍ଟାର୍ମର ସରକାର ଆର୍ଥିକ ମାନ୍ଦାବସ୍ତା, ଆବ୍ରାଜନ୍, ଶକ୍ତି ସଙ୍କଟ ଓ ସ୍ଥାନୀୟ ନିର୍ବାଚନରେ ଲଗାତାର ପରାଜୟର ସାମନା କରୁଛନ୍ତି। ସ୍ବାସ୍ଥ୍ୟ ସଚିବ ଭେସ୍ ଷ୍ଟେ୍ରଟିଙ୍ଗଙ୍କ ସହିତ ବହୁ ମନ୍ତ୍ରୀଙ୍କ ଇସ୍ତଫା ଓ ୯୫ ରୁ ଅଧିକ ଲେବର ସାଂସଦଙ୍କ ଦ୍ବାରା ବର୍ନହାମ୍ଙ୍କ ସମର୍ଥନ କରୁଥିବା ସଙ୍କେତ ସ୍ଥିତି ଆହୁରି ବଢାଇ ଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ରବିବାର ସୋସିଆଲ ମିଡିଆରେ ଷ୍ଟାର୍ମରଙ୍କ ଇସ୍ତଫାର ଭବିଷ୍ୟବାଣୀ କରିଛନ୍ତି, ଯାହାକି ବ୍ରିଟିସ୍ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ଏବେ ଆଗକୁ କ’ଣ ହେବ ?
ପାର୍ଟି ସୁତ୍ର ଅନୁସାରେ ବର୍ନହାମ୍କୁ ଲେବରର ୮୧ ସାଂସଦର ସମର୍ଥନ ସହଜରେ ମିଳିପାରିବ। ନେତୃତ୍ବ ନିର୍ବାଚନୀ ପକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବାର ସମ୍ଭାବନି ରହିଛି। ସେଭଳି ଭେନ୍ସ ଷ୍ଟ୍ରୀଟିଙ୍ଗ ଅନ୍ୟ ସମ୍ଭାବିତ ପ୍ରାର୍ଥୀ ରହିଛନ୍ତି, କିନ୍ତୁ ବର୍ନହାମ୍ ଏବେ ସବୁଠାରୁ ଆଗରେ ଅଛନ୍ତି। ତାଙ୍କର ଏଜେଣ୍ଡା ଉତ୍ତର ଇଂଲଣ୍ଡକୁ ମଜବୁତ କରିବା, ରିଫର୍ମ ୟୁକେର ପପୁଲିଜିମ୍ର ମୁକାବିଲା ଓ ‘ଫେୟାର ବ୍ରିଟେନ୍’ ତିଆରି କରିବା ଉପରେ କେନ୍ଦ୍ରିତ ରହିଛି।
ଆହୁରି ପଢନ୍ତୁ :Telegram: ନା ଅଛି HR, ନା ବଡ଼ ଅଫିସ୍ ! ମାତ୍ର ୩୦ ଜଣ କର୍ମଚାରୀ ସମ୍ଭାଳୁଛନ୍ତି ୧୦୦ କୋଟି ୟୁଜର୍ସ