ପ୍ରମୂଖ ଖବର
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||
  • ଅକ୍ଷୟ ତୃତୀୟରେ ଚାଷୀଙ୍କୁ ମିଳିଲା ସିଏମ୍‌ କିଷାନ ଟଙ୍କା, ୧୦୨୫ କୋଟି ଟଙ୍କା ବାଣ୍ଟିଲେ ସରକାର
  • ||
  • ଭୁବନେଶ୍ୱର : ରାଜଧାନୀ ଅଭାବନୀୟ ଘଟଣା; ରାସ୍ତାରେ ଜଳିଗଲେ କଲେଜ ଛାତ୍ର, ତଦନ୍ତ କରୁଛି ପୋଲିସ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରିବେ ମଦନମୋହନ
  • ||
  • ଅକ୍ଷୟ ତୃତୀୟାଠାରୁ ବିନ୍ଦୁସାଗରରେ ଚନ୍ଦନ ଯାତ୍ରା, ୨୨ ଦିନ ଚାପ ଖେଳିବେ ଶ୍ରୀଲିଙ୍ଗରାଜ
  • ||
  • ବିଶାଖାପାଟଣାର ସୀମାଞ୍ଚଳମ୍ ମନ୍ଦିରରେ ଅଘଟଣ; ପାଚେରି ଭୁଶୁଡ଼ି ୮ ଜଣଙ୍କର ମୃତ୍ୟୁ, ଅନେକ ଆହତ
  • ||
  • ଭଦ୍ରକ : ମିଶ୍ରପୁର ଗ୍ରାମରେ ଅଘଟଣ, ନଈରେ ପଡ଼ି ନାବାଳିକା ମୃତ
  • ||

ଅପପୁଷ୍ଟି ଅପବାଦରୁ ମୁକୁଳୁନି ଅନୁଗୁଳ ; ୫ ବର୍ଷରେ ଅପପୁଷ୍ଟିର ଶିକାର ୧୭୧୦ ଶିଶୁ

Published By : Prameya | March 30, 2025 11:41 PM

ଅନୁଗୁଳ,୩୦/୩ : ଶିଶୁଙ୍କ କୁପୋଷଣ ଦୂର କରିବାକୁ ସରକାରଙ୍କର କାହିଁ କେତେ ଯୋଜନା । ଗର୍ଭସ୍ଥ ଶିଶୁଠୁ ଆରମ୍ଭ କରି ୬ ବର୍ଷ ବୟସ ପର୍ଯ୍ୟନ୍ତ ପୁଷ୍ଟିକର ଖାଦ୍ୟ ଯୋଗାଇ ଦେବାକୁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଖାଦ୍ୟାଭାବ ଦୂର କରିବାକୁ ଛତୁଆଠୁ ନେଇ ଅଣ୍ଡା, ଲଡୁଠୁ ଶୁଖିଲା ରାସନ ପର୍ଯ୍ୟନ୍ତ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଛି । ସେପଟେ ସ୍ୱାସ୍ଥ୍ୟ ବିଭାଗର ମଧ୍ୟ ମାଳ ମାଳ କାର୍ଯ୍ୟକ୍ରମ । ଏହାସତ୍ତେ୍ୱ ଅପପୁଷ୍ଟି ଅପବାଦରୁ ମୁକୁଳି ପାରୁନି ଶିଳ୍ପ ଜିଲ୍ଲା ଅନୁଗୁଳ । ପ୍ରତି ବର୍ଷ ୨୦୦ରୁ ଊଦ୍ଧ୍ୱ ର୍ ଶିଶୁ କୁପୋଷଣର ଶିକାର ହେଉଥିବା ବେଳେ ଗତ ୫ ବର୍ଷରେ ଜିଲ୍ଲାରେ ୧୭୧୦ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଥିବା ସରକାରୀ ତଥ୍ୟ କହୁଛି । ଶିଶୁ ଅପପୁଷ୍ଟି ରୋକିବା ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଳ ମାଳ ଯୋଜନା କାର୍ଯ୍ୟକ୍ଷମ ହେଉଛି । କୁପୋଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଉଦ୍ୟମ ଜାରି ରଖିଥିବା ବେଳେ ତୃଣମୂଳସ୍ତରରେ ସରକାରୀ ଯୋଜନା ଠିକ୍‌ରେ ପହଞ୍ଚି ପାରୁନଥିବାରୁ କୁପୋଷଣ ନିୟନ୍ତ୍ରଣକୁ ଆସିପାରୁନଥିବା ଅଭିଯୋଗ ହୋଇଛି । ଜିଲ୍ଲାର ଅନୁଗୁଳ ବ୍ଲକ୍‌ ଅନ୍ତର୍ଗତ ସାତକୋଶିଆ, ପାଳଲହଡ଼ା, କିଶୋରନଗର, ବଅଁରପାଳ ଅଞ୍ଚଳର ଶିଶୁ କୁପୋଷଣର ଶିକାର ହେଉଥିବା ବେଳେ ପାଳଲହଡାରେ ଏହି ହାର ଅଧିକ । ସରକାରୀ ତଥ୍ୟ ମୁତାବକ, ଅନୁଗୁଳ ଜିଲ୍ଲାରେ ୨୦୧୯-୨୦ ମସିହାରେ ଅପପୁଷ୍ଟି ମାତ୍ରା ଥିଲା ବେଶ୍‌ ଉଦ୍‌ବେଗଜନକ । ଏହିବର୍ଷ ୫୬୬ ଜଣ ଶିଶୁ କୁପୋଷଣର ଶିକାର ହୋଇଥିଲେ । ସେହିପରି ୨୦୨୦-୨୧ ବର୍ଷରେ ୪୫୯ ଜଣ, ୨୦୨୧-୨୨ରେ ୨୮୮ ଜଣ, ୨୦୨୨ ୨୩ ବର୍ଷରେ ୧୯୬ ଜଣ ଓ ୨୦୨୩-୨୪ରେ ୨୦୧ ଜଣ ଶିଶୁ ଗମ୍ଭୀର କୁପୋଷଣର ଶିକାର ହୋଇଛନ୍ତି । ଚଳିତ ବର୍ଷ ମଧ୍ୟ ଏହି ସଂଖ୍ୟା ୨ ଶହ ଉପରେ ଥିବା ସରକାରୀ ସୂତ୍ରରୁ ଜଣାପଡ଼ ିଛି । ଅପପୁଷ୍ଟି ନିୟନ୍ତ୍ରଣ ପାଇଁ ବ୍ୟାପକ ସରକାରୀ ବ୍ୟବସ୍ଥା ସତ୍ତେ୍ୱ ବାର୍ଷିକ ୨ ଶହରୁ ଊଦ୍ଧ୍ୱର୍ ଶିଶୁ କୁପୋଷଣର ଶିକାର ହେବାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି । ପରିପୂରକ ପୁଷ୍ଟି ଯୋଜନା ମାଧ୍ୟମରେ ଅଙ୍ଗନବାଡି କେନ୍ଦ୍ରରେ ପଞ୍ଜିକୃତ ୬ ମାସରୁ ୬ ବର୍ଷର ଶିଶୁମାନଙ୍କୁ ମାସିକ ୨୫ ଦିନ ହିସାବରେ ବାଷି ର୍କ ୩୦୦ ଦିନ ପୁଷ୍ଟିକର ଖାଦ୍ୟ ଯୋଗାଇ ଦିଆଯାଉଛି । ସେହିପରି ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୁଷ୍ଟି ଯୋଜନା ମାଧ୍ୟମରେ ଅପପୁଷ୍ଟି ଶିକାର ଶିଶୁମାନଙ୍କୁ ଛତୁଆ ଓ ଅଣ୍ଡା ପ୍ରଦାନର ବ୍ୟବସ୍ଥା ରହିଛି । ମାତ୍ର କିଛି ଅଞ୍ଚଳରେ ଶିଶୁଙ୍କ ପାଖରେ ଏହି ଯୋଜନା ପହଞ୍ଚି ପାରୁନାହିଁ । ଛତୁଆର ମାନ ଠିକ୍‌ ରହୁନଥିବା ବେଳେ ନିୟମିତ ଅଣ୍ଡା ମିଳୁନାହିଁ । ଅଣ୍ଡାର ଚଢ଼ା ଦର ଯୋଗୁଁ ଅଙ୍ଗନବାଡି କର୍ମୀ ଅଣ୍ଡା ଯୋଗାଉ ନାହାନ୍ତି । ଶିଶୁଙ୍କ ପାଖରେ ସରକାରୀ ଯୋଜନା ପହଞ୍ଚୁଛି କି ନାହିଁ, ଠିକ୍‌ରେ ମନିଟରିଂ କରାଯାଉନାହିଁ । ଏଥିପ୍ରତି ମହିଳା ଓ ଶିଶୁ ବିକାଶ ବିଭାଗ ଅଧିକ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ ପାଇଛି । ସେପଟେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ୫ ବର୍ଷରୁ କମ୍‌ ଶିଶୁଙ୍କ ପାଇଁ ଆଇରନ୍‌ ସିରପ୍‌ ଯୋଗାଇ ଦିଆଯାଉଛି । ଏହି ସିରପ୍‌ ଶିଶୁ ପ୍ରତି ସପ୍ତାହରେ ଦୁଇ ଥର ଖାଇବାର ନିୟମ ରହିଛି । ସରକାର ପର୍ଯ୍ୟାପ୍ତ ଆଇରନ୍‌ ସିରପ ଯୋଗାଇ ଦେଉଥିଲେ ହେଁ ଅନେକ ଶିଶୁଙ୍କ ପାଖରେ ପହଞ୍ଚୁଛି କି ନାହିଁ, ଜଗିବାକୁ କେହି ନାହିଁ । ସେହିପରି ଗ୍ରାମୀଣ ସ୍ୱାସ୍ଥ୍ୟ ପରିମଳ ପୁଷ୍ଟିସାଧାନ ଦିବସ କାଗଜ କଲମରେ ହେଉଥିବା ବେଳେ ଏହାକୁ ଠିକ୍‌ରେ ମନିଟରିଂ କରାଯାଉନାହିଁ । ସେହିପରି ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବିଦ୍ୟାଳୟମାନଙ୍କରେ ଆୟୋଜିତ ହେଉଛି । କିନ୍ତୁ ଅଙ୍ଗନବାଡି କେନ୍ଦ୍ରକୁ ଠିକ୍‌ରେ ଯାଞ୍ଚ କରାଯାଉନଥିବା ଅଭିଯୋଗ ହୋଇଛି । ଏ ସଂକ୍ରାନ୍ତରେ ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଜିଲ୍ଲାରେ ଅପପୁଷ୍ଟି ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ଅପପୁଷ୍ଟି ରୋକିବା ଦିଗରେ ଯେତିକି ସରକାରୀ ଯୋଜନା କାର୍ଯ୍ୟକ୍ଷମ ହେଉଛି, କୁପୋଷଣ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣକୁ ଆସିବା କଥା । ଏହାସତ୍ତେ୍ୱ ବାଷି ର୍କ ୨୦୦ରୁ ଊଦ୍ଧ୍ୱ ର୍ ଶିଶୁ ଅପପୁଷ୍ଟିର ଶିକାର ହେବା ଚିନ୍ତାର ବିଷୟ । ଏ ଦିଗରେ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଅପପୁଷ୍ଟି ଶିଶୁଙ୍କ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏନ୍‌ଆର୍‌ସି କାର୍ଯ୍ୟକ୍ଷମ ହେଉଥିବା ସେ ପ୍ରକାଶ କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.