ହିନ୍ଦୋଳ,୧୭/: ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଡାପଡା ଗ୍ରାମରେ ଏକ ଭଡ଼ା ଘରେ ଚାଲିଥିବା ବେଆଇନ କ୍ଲିନିକ ଉପରେ ଚଢଉ । କ୍ଲିନିକରେ ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗ ହୋଇଥିଲା । ଏହି ଚଢଉରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ବେଡାପଡା ଗ୍ରାମରେ ଏକ ଭଡା ଘରେ ଚାଲିଥିଲା ବେଆଇନ କ୍ଲିନିକ I ସେଠାରେ ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗ ହେବା ପରେ ରାସୋଳ ଏବଂ ମୋଟଙ୍ଗା ଥାନା ମିଳିତ ଭାବରେ ଚଢ଼ଉ କରିଥିଲେ I ବେଡାପଡା ଗ୍ରାମରେ ଉକ୍ତ କ୍ଲିନିକଟି ଭଡା ଘରେ ଦୀର୍ଘ ଦିନ ହେବ ଚାଲୁଥିଲା I ତେବେ ଚଢ଼ଉ ସମୟରେ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି I ଏହି କ୍ଲିନିକରେ ଆହୁରି ଅନେକ ମୁଷ୍ଟିମେୟ ଲୋକଙ୍କ ସମ୍ପୃକ୍ତି ଥିବାନେଇ ପୋଲିସ ସନ୍ଦେହ କରୁଛି I କଟକ ଜିଲ୍ଲା ପାଞ୍ଚଗାଁ ଅଂଚଳରୁ ଜଣେ, ପରଜଙ୍ଗ ବ୍ଲକ କୁମୁସୀ ଅଂଚଳରୁ ଜଣେ ଏବଂ ଚାନ୍ଦପୁର ଅଞ୍ଚଳରୁ ଦୁଇଜଣଙ୍କ ସହ ଜଣେ ଗାଡ଼ି ଚାଳକକୁ ଗିରଫ କରାଯାଇଥିବା ସୂଚନା ମିଳିଛି I କ୍ଲିନିକରେ ବ୍ୟବହୃତ ଅଲଟ୍ରା ସାଉଣ୍ଡ ମେସିନକୁ ଜବତ କରି ରାସୋଳ ପୋଲିସ ନିଜ ହେପାଜତକୁ ନେଇଛି I