ପ୍ରମୁଖ ଖବର
  • IPL 2024ରେ ସୁପରଜାଏଣ୍ଟ୍‌ସ-ମୁମ୍ବାଇ ଇଣ୍ଡିଆନ ମୁକାବିଲା, ମନ୍ଥର ପିଚ୍‌ରେ ପେସ୍‌ ପରୀକ୍ଷା
  • ||
  • ହିଞ୍ଜିଳିରୁ ନାମାଙ୍କନ ଭରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ତାରାତାରିଣୀଙ୍କ ଦର୍ଶନ ପରେ ପ୍ରାର୍ଥିପତ୍ର ଦାଖଲ
  • ||
  • ତାତି ଯନ୍ତ୍ରଣା ଆହୁରି ୧୦ ଦିନ: ଦୁଇ ଦିନ ପାଇଁ ରେଡ୍‌ ୱାର୍ଣ୍ଣିଂ, ମେ' ୨ରେ ଉପକୂଳରେ ସାମାନ୍ୟ କମିପାରେ
  • ||

ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା, ବାଲେଶ୍ଵରରେ ସର୍ବାଧିକ ରେକର୍ଡ

ଭୁବନେଶ୍ଵର, ୧୭/୦୪ : ବୁଧବାର ଦିନ ସାଢେ ୧୧ଟାରେ ୪୦ ଡିଗ୍ରୀ ଛୁଇଁଲା ତାପମାତ୍ରା। ବାଲେଶ୍ଵରରେ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହୋଇଛି। ତା ପଛକୁ ଭବୁବନେଶ୍ଵରରେ ୩୯.୯ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୩୯.୪ ଡିଗ୍ରୀ, ଝାରସୁଗୁଡ଼ାରେ ୩୮.୮ ଡିଗ୍ରୀ, ସମ୍ଵଲପୁରରେ ୩୮.୮ ଡିଗ୍ରୀ, ହୀରାକୁଦରେ ୩୮.୨ ଡିଗ୍ରୀ, କେନ୍ଦୁଝରରେ ୩୭.୪ ଡିଗ୍ରୀ, ରାଉରକେଲାରେ ୩୭ ଡିଗ୍ରୀ, ପାରାଦ୍ଵୀପରେ ୩୪.୭ ଡିଗ୍ରୀ, ଗୋପାଳପୁରରେ ୩୩.୮ ଡିଗ୍ରୀ, ପୁରୀରେ ୩୪.୬ ଡିଗ୍ରୀ ରେକର୍ଡ ହୋଇଛି। 

ସୂଚନାନୁଯାୟୀ, ଆଜିଠାରୁ ଗ୍ରୀଷ୍ମ ପ୍ରବାହର ପ୍ରକୋପ ଆହୁରି ଭୟଙ୍କର ହେବ । ୩ ଦିନ ଯାଏ ପ୍ରଚଣ୍ଡରୁ ପ୍ରଚଣ୍ଡତର ହେବ ଗ୍ରୀଷ୍ମ ପ୍ରବାହ। ୧୮ ଓ ୧୯ ତାରିଖରେ ୪୫ ଡିଗ୍ରୀ ସେଲ୍‌ସିୟସ୍‌ ଡେଇଁଯିବ ଦିନ ତାପମାତ୍ରା । ଅବିରତ ନିଆଁ ବର୍ଷା ଲାଗି ରହିବ । ରାତିରେ ମିଳିବ ନାହିଁ ଆଶ୍ୱସ୍ତି । ତତଲା ହାୱା ପ୍ରବାହିତ ହେବ । ଏମିତି ଭୟାନକ ସତର୍କ ଘଣ୍ଟି ବଜାଇଛି ପାଣିପାଗ ବିଭାଗ । 


  • prameyanews
  • PrameyaOdia
  • prameya
  • Heat Wave
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.