ପ୍ରମୁଖ ଖବର
  • ଭୁବନେଶ୍ୱର : ଜାତୀୟ ସ୍ତରୀୟ ଗବେଷଣା ସୁଯୋଗ, ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୩୦୦ ଶିକ୍ଷାର୍ଥୀ ଚୟନ
  • ||
  • ଭୁବନେଶ୍ୱର : ମହିଳାଙ୍କ ସୁରକ୍ଷା ପାଇଁ ନିଯୁକ୍ତ ହୋଇଥିଲେ; ତାଲିମ ନେଇଥିଲେ ୨୪୮ ଜଣ, ଏବେ ବନ୍ଦ ହୋଇଗଲା ଏସ୍‌ଓପି ବ୍ୟବସ୍ଥା
  • ||
  • ପଶ୍ଚିମବଙ୍ଗରେ ଥମୁନି ନିର୍ବାଚନୀ ହିଂସା, ଜଣେ ଟିଏମସି କର୍ମୀଙ୍କୁ ହତ୍ୟା, ପୁଣି ବିଜେପି ବିରୋଧରେ ଦଳ ଆଣିଲା ଅଭିଯୋଗ
  • ||
  • ବାଂଲାଦେଶ ମୁହାଁ ବାତ୍ୟା, ପ୍ରଭାବରେ ୪ଜିଲ୍ଲାରେ ବର୍ଷା ଓ ପବନ ସମ୍ଭାବନା, ୪ ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଆଲର୍ଟ
  • ||
  • ରାଜ୍ୟରେ ତୃତୀୟ ପର୍ଯ୍ୟାୟ ମତଦାନ, ୬ ଲୋକସଭା ଓ ୪୨ ବିଧାନସଭା ଆସନରେ ଭୋଟିଂ, ୪୪୭ ପ୍ରାର୍ଥୀଙ୍କ ହେବ ଭାଗ୍ୟ ପରୀକ୍ଷା
  • ||
  • ଦେଶରେ ଷଷ୍ଠ ପର୍ଯ୍ୟାୟ ମତଦାନ, ୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳରେ ଚାଲିଛି ଭୋଟ୍, ୫୮ ସଂସଦୀୟ କ୍ଷେତ୍ରରେ ମତଦାନ ଆରମ୍ଭ
  • ||
  • ସୃଷ୍ଟି ହେଲା ଅବପାତ: ୨୫ ରାତିରୁ ଉପକୂଳରେ ବର୍ଷା, ୨୬ରେ ଭୀଷଣ ବାତ୍ୟା ରୂପ ନେବ
  • ||

ରାଜନୈତିକ ଦଳକୁ ସିଇଓଙ୍କ କଡ଼ା ଚେତାବନୀ: ରାଲିରେ ଛୋଟ ପିଲାଙ୍କୁ ମନା, ଅଭିଯୋଗ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର,୨୯/୦୪: ନିର୍ବାଚନ ରାଲିରେ ଛୋଟ ପିଲାଙ୍କୁ ନିୟୋଜିତ କରିବା ଉପରେ ରୋକ୍‌ ଲଗାଯାଇଛି । ଯଦି କୌଣସି ରାଜନୈତିକ ଦଳ ରାଲି କିମ୍ବା ନିର୍ବାଚନୀ କାର୍ଯ୍ୟରେ ଛୋଟ ପିଲାଙ୍କୁ ବ୍ୟବହାର କରନ୍ତି  ତାହା ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏପରି କଡ଼ା ଚେତାବନୀ ଦେଇଛନ୍ତି ସିଇଓ ନିକୁଞ୍ଜ ବିହାରୀ ଧଳ ।  

ରାଜନୈତିକ ଦଳ ଦ୍ୱାରା ଶୋଭାଯାତ୍ରା,  ପ୍ରଚାର ଆଦି କାର୍ଯ୍ୟରେ ଶିଶୁମାନଙ୍କୁ  ନିୟୋଜିତ କରାଯାଉଥିବା ନେଇ ମୁଖ୍ୟ  ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ  ଅନେକ ଅଭିଯୋଗ ହସ୍ତଗତ  ହୋଇଥିଲା । ଏହି ପରିପ୍ରେକ୍ଷୀରେ  ଶିଶୁମାନଙ୍କୁ କୌଣସି ନିର୍ବାଚନ ସମ୍ପର୍କିତ  କାର୍ଯ୍ୟକଳାପରେ ନିୟୋଜିତ ନକରିବା  ପାଇଁ ଏବଂ ଭାରତ ନିର୍ବାଚନ ଆୟୋଗଙ୍କ  ନିୟମାବଳୀ ମାନିବାକୁ ରାଜ୍ୟର ସମସ୍ତ  ସ୍ୱୀକୃତିପ୍ରାପ୍ତ ଜାତୀୟ ଏବଂ ରାଜ୍ୟସ୍ତରୀୟ  ରାଜନୈତିକ ଦଳ, ଅଣପଞ୍ଜିକୃତ  ରାଜନୈତିକ ଦଳର ସଭାପତିଙ୍କୁ ଅବଗତ  କରାଯାଇଛି ବୋଲି ଶ୍ରୀ ଧଳ କହିଛନ୍ତି । 

ଭାରତ ନିର୍ବାଚନ ଆୟୋଗ ଜାରି  କରିଥିବା ନିର୍ଦ୍ଦେଶନାମା ଅନୁଯାୟୀ  ମୁଖ୍ୟତଃ ସମସ୍ତ ରାଜନୈତିକ ଦଳ ପ୍ରାର୍ଥୀ  ଶିଶୁମାନଙ୍କୁ କୌଣସି ପ୍ରକାର ନିର୍ବାଚନ  ସମ୍ପର୍କିତ କାର୍ଯ୍ୟରେ ନିୟୋଜନ କରିବାରୁ  ନିବୃତ୍ତ ରହିବେ ଏବଂ ଶିଶୁଶ୍ରମିକ  ପ୍ରତିରୋଧ ଓ ନିୟନ୍ତ୍ରଣ ଆଇନ ଉଲ୍ଲଂଘନ  କରିବେ ନାହିଁ  । ଏହା ସହ ନ୍ୟାସନାଲ  କମିଶନ୍‌ ଫର ପ୍ରୋଟେକସନ୍‌ ଅଫ୍‌  ଚାଇଲ୍ଡ ରାଇଟ୍‌ (ଏନ୍‌ସିପିସିଆର୍‌)ର  ପ୍ରଚଳିତ ନିୟମ ମାନିବେ  । ରାଜନୈତିକ  ଦଳମାନେ କୌଣସି ପ୍ରକାର ନିର୍ବାଚନ  ପ୍ରଚାର, ଭୋଟ ପାଇଁ ପ୍ରବର୍ତ୍ତାଇବା,  ଶୋଭାଯାତ୍ରା, ପଦଯାତ୍ରା, ପୋଷ୍ଟର  ପାମ୍ପଲେଟ୍‌ ବଣ୍ଟନ, ସ୍ଲେଗାନ୍‌ବାଜି, ପ୍ରଚାର  ଶୋଭାଯାତ୍ରା, ନିର୍ବାଚନ ସଭା ଇତ୍ୟାଦିରେ  ଶିଶୁମାନଙ୍କୁ ବ୍ୟବହାର କରିବା ଅନୁଚିତ 

ଏତଦ୍‌ବ୍ୟତୀତ କାଖରେ ଶିଶୁଙ୍କୁ  ଧରି ନିର୍ବାଚନୀ ଶୋଭାଯାତ୍ରାରେ ସାମିଲ  ହେବା, ଗାଡ଼ିରେ ଶିଶୁଙ୍କୁ ନେଇ ରାଲିରେ  ଯିବା ଓ ଶିଶୁଙ୍କୁ ନିର୍ବାଚନ ପ୍ରଚାର  ଶୋଭାଯାତ୍ରା ଇତ୍ୟାଦିରେ ବ୍ୟବହାର  କରିବା ନିୟମାବଳୀର ଉଲ୍ଲଂଘନ  ବୋଲି ଧରାଯିବ । ନିର୍ବାଚନ କମିଶନ  ଏନେଇ ୨୦୧୪ ଅଗଷ୍ଟ ୪ ତାରିଖରେ  ମୁମ୍ବାଇ ହାଇକୋର୍ଟ ଦେଇଥିବା ଏକ  ରାୟର ଉଦାହରଣ ଦେଇଥିଲେ ।  ମାମଲାରେ ପ୍ରଦାନ କରିଥିବା ରାୟ  ଅନୁସାରେ କୌଣସି ରାଜନୈତିକ ଦଳ  ଶିଶୁମାନଙ୍କୁ ନିର୍ବାଚନ କାର୍ଯ୍ୟକଳାପରେ  ସାମିଲ କରିପାରିବେ ନାହିଁ।

  • prameyanews
  • PrameyaOdia
  • prameya
  • Odisha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.