ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚିନ୍ତାରେ ଅଭିଭାବକ: ବଢ଼ିଚାଲିଛି ‘ଗାଲୁଆ’ ରୋଗ, ଅଧିକ ପିଲା ଆକ୍ରାନ୍ତ ହେଉଛନ୍ତି

ଭୁବନେଶ୍ୱର,୨୯/୦୪: ବଢ଼ିଚାଲିଛି ପିଲାଙ୍କ ‘ମମ୍ପସ୍‌’ ବା  ‘ଗାଲୁଆ’ ରୋଗ । ଗତ ୬ ମାସ  ହେଲାଣି ‘ଗାଲୁଆ’ ସାଙ୍ଘାତିକ  ରୂପ ନେଇଛି । ‘ମମ୍ପସ୍‌’ ଭାଇରସ  ସଂକ୍ରମଣରେ ପିଲାମାନେ ଯନ୍ତ୍ରଣା  ଭୋଗୁଛନ୍ତି । ପ୍ରତିଦିନ ଗାଲୁଆରେ  ଆକ୍ରାନ୍ତ ହୋଇ ଭୁବନେଶ୍ୱର  ଏମ୍‌ସକୁ ପ୍ରାୟ ୬ ଜଣ ଶିଶୁ ଚିକିତ୍ସା  ପାଇଁ ଆସୁଥିଲା ବେଳ କ୍ୟାପିଟାଲ୍‌  ହସ୍ପିଟାଲ୍‌କୁ ଆସୁଥିବା ଶିଶୁଙ୍କ ସଂଖ୍ୟା ପ୍ରାୟ  ୨୦ । ଏହା ଏକ ସଂକ୍ରାମକ ରୋଗ ହୋଇଥିବାରୁ  ଅଭିଭାବକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।  

ଏମ୍‌ସ୍‌ ଶିଶୁ ରୋଗ ବିଶେଷଜ୍ଞ ପ୍ରଫେସର  ରଶ୍ମୀରଞ୍ଜନ ଦାସ କହନ୍ତି, ଗତ ୬ ମାସ ହେଲାଣି  ମମ୍ପସ୍‌ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବଢ଼ିଛି । ଏହା  ଭୂତାଣୁ ଜନିତ ସଂକ୍ରମଣ । ବିଶେଷ କରି ୩ରୁ ୭  ବର୍ଷ ପିଲାଙ୍କ କ୍ଷେତ୍ରରେ ଏହା ଅଧିକା ମାତ୍ରାରେ  ଦେଖାଦେଉଛି । ସଂକ୍ରମଣ ହେଲେ ପିଲାଙ୍କ ଗାଲ  ଫୁଲି ଯାଉଛି । ତେବେ ପିଲାମାନେ ୫ରୁ ୭ଦିନ  ଭିତରେ ସୁସ୍ଥ ହୋଇଯାଉଛନ୍ତି । କିଶୋର କିଶୋରୀ  ବି ଏଥିରେ ସଂକ୍ରମିତ ହେଉଛନ୍ତି । ହେଲେ  ସେମାନଙ୍କ ସଂଖ୍ୟା କମ୍‌ । ଗାଲୁଆ  ସଂକ୍ରମଣ ଭବିଷ୍ୟତରେ ସଂକ୍ରମିତଙ୍କ  ପ୍ରଜନନ କ୍ଷମତା ଉପରେ ପ୍ରଭାବ  ପକାଇଥାଏ ବୋଲି ସେ କହିଛନ୍ତି ।  

ପ୍ରଫେସର ଦାସ କହିଛନ୍ତି, ମମ୍ପସ୍‌  ଟିକା ବଜାରରେ ଉପଲବ୍ଧ । ସରକାର  ଏହାକୁ ଯୋଗାଇ ଦେଉନାହାନ୍ତି ।  ଇଣ୍ଡିଆନ୍‌ ଏକାଡେମୀ ଅଫ୍‌ ପେଡିଆଟ୍ରିକ୍ସ  ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଟିକା ଦେବା  ପାଇଁ ଅନୁରୋଧ କରାଯାଇଛି । ମମ୍ପସ  ସଂକ୍ରମଣ ହେଲେ ପିଲାଙ୍କୁ ଜ୍ୱର ହେବା ସହ ମୁଣ୍ଡବିନ୍ଧା  ଓ ଶରୀରରେ ଯନ୍ତ୍ରଣା ହୋଇଥାଏ । ଯଦି କୌଣସି  ଶିଶୁ ସଂକ୍ରମିତ ଅଛନ୍ତି, ତାଙ୍କ ପାଖକୁ ପିଲାଙ୍କୁ  ମିଶିବା ପାଇଁ ବାରଣ କରନ୍ତୁ ବୋଲି ସେ କହିଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.