ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଜେଡି ଲୋକସଭା ସାଂସଦ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

କେନ୍ଦୁଝର  ସଦର ,୨୯/୪ : ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ବିଜେଡିର ‌ଲୋକସଭା ସାଂସଦ ପ୍ରାର୍ଥୀ ଭାବେ ଧନୁର୍ଜୟ ସିଦ୍ଧୁ ପ୍ରଥମ ସାଂସଦ ପ୍ରାର୍ଥୀ ଭାବେ ଆଜି ଚାରି ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ଘସିପୁରା ନିର୍ବାଚନମଣ୍ଡଳୀର ବିଧାୟକ ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର, ଚମ୍ପୁଆ ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ, ପାଟଣା ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକ, ସଦର ବିଧାୟିକା ପ୍ରାର୍ଥୀ ମୀନା ମାଝୀ, ତେଲକୋଇ ବିଧାୟକ ପ୍ରାର୍ଥୀ ମାଧବ ସର୍ଦ୍ଦାର, କରଞ୍ଜିଆ ବିଧାୟିକା ପ୍ରାର୍ଥୀ ବାସନ୍ତୀ ହେମ୍ବ୍ରମ, ଜିଲ୍ଲା ବିଜେଡ଼ି ସଭାପତି କୁଶ ଆପଟ୍ଟଙ୍କ ସମେତ ଜିଲ୍ଲାର ବହୁ ବିଜେଡ଼ି କର୍ମୀ ନେତା ଉପସ୍ଥିତ ଥିଲେ । 

ପ୍ରଥମେ ବିଜେଡ଼ି ନେତା ଓ କର୍ମୀମାନେ କାଳୀ ପଡ଼ିଆରୁ ଏକ ବିଶାଳ ରାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲା ନିର୍ବାଚନ ଅଧିକାରୀଙ୍କଠାରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.