ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରକାରକୁ ଆସିଲେ ଅର୍ଥନୀତିକ ସର୍ବେକ୍ଷଣ କରାଇବ କଂଗ୍ରେସ, ଗୁଜରାଟରେ ରାହୁଲ ଗାନ୍ଧୀ ଦେଲେ ପ୍ରତିଶ୍ରୁତି

ପାଟଣ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକଙ୍କୁ ମାଗିଲେ ଭୋଟ। ଦେଲେ ଦୃଢ ପ୍ରତିଶ୍ରୁତି। କହିଲେ , କଂଗ୍ରେସ ଯଦି କ୍ଷମତାକୁ ଫେରେ ତ ପ୍ରଥମେ ଅର୍ଥନୀତିକ ସର୍ବେକ୍ଷଣ କରାଇବ। ସୋମବାର ରାହୁଲ ଗାନ୍ଧୀ ଉତ୍ତର ଗୁଜରାଟର ପାଟଣ ସହରରେ ଏକ ନିର୍ବାଚନୀ ରାଲିକୁ ସମ୍ୱୋଧିତ କରିବା ବେଳେ କହିଥିଲେ , ଯଦି କେନ୍ଦ୍ରରେ ତାଙ୍କ ସରକାର ଗଠନ ହୁଏ ତ ସେ ପ୍ରାଥମିକତା ଆଧାରରେ ପୂରା ଦେଶରେ ଜାତି ଓ ଅର୍ଥନୀତିର ସର୍ବେକ୍ଷଣ କରାଇବେ। ଆହୁରି କହିଥିଲେ, ଦେଶର ୯୦ ପ୍ରତିଶତ ଜନସଂଖ୍ୟା ଏସସି , ଏସଟି ଓ ଓବିସିର , କିନ୍ତୁ ସେମାନଙ୍କୁ କର୍ପୋରେଟ୍‌ ମିଡ଼ିଆ , ଘରୋଇ ହସ୍ପିଟାଲ, ଘରୋଇ ବିଶ୍ୱବିଦ୍ୟାଳୟ ବା ସରକାରୀ କାର୍ଯ୍ୟାଳୟରେ ତାଙ୍କୁ ଉଚିତ୍‌ ପ୍ରତିନିଧିତ୍ୱ ମିଳୁ ନାହିଁ। 

ରାହୁଲ ଗାନ୍ଧୀ ବିଜେପି ଓ ଆରଏସଏସ୍‌ ଉପରେ ସମ୍ୱିଧାନ ବଦଳାଇବାକୁ ଷଡ଼ଯନ୍ତ୍ର ରଚିବାର ଅଭିଯୋଗ ଲଗାଇଛନ୍ତି। ସେ ଦାବି କରିଛନ୍ତି ଯେ,  କ୍ଷମତାସୀନ ଏନଡିଏ ସଂରକ୍ଷଣ ବିରୋଧରେ। ରାହୁଲ କହିଛନ୍ତି – ସଂରକ୍ଷଣର ଅର୍ଥ ଗରିବ, ଆଦିବାସୀ, ଦଳିତ ଓ ପଛୁଆବର୍ଗଙ୍କ ନ୍ୟାୟପୂର୍ଣ୍ଣ ଭାଗିଦାରୀ। ନରେନ୍ଦ୍ର ମୋଦି ଘରୋଇକରଣକୁ ଅସ୍ତ୍ର କରି ଆପଣଙ୍କ ଠାରୁ ଏହି ହକ୍‌ ଛଡ଼େଇ ନେବାକୁ ଚାହାନ୍ତି। ଆମେ କ୍ଷମତାକୁ ଆସିବା ପରେ ସର୍ବ ପ୍ରଥମେ ଜାତି ଓ ଅର୍ଥନୀତିକ ସର୍ବେକ୍ଷଣ କରାଇବୁ। ରାହୁଲ ପାଟନା ଲୋକସଭା ସିଟ୍‌ରୁ କଂଗ୍ରେସ ପ୍ରାର୍ଥୀ ଚନ୍ଦନଜି ଠାକୋରଙ୍କର ନିର୍ବାଚନ ପ୍ରଚାର କରିବାକୁ ସେଠାରେ ପହଞ୍ଚି ଥିଲେ। 

ରାହୁଲ ଗାନ୍ଧୀ କହିଥିଲେ , ଭାରତରେ ୪୦ ପ୍ରତିଶତ ଧନ ଉପରେ କେବଳ ୧ ପ୍ରତିଶତ ଲୋକଙ୍କ ଅଧିକାର ରହିଛି। ଏହା ଦେଶର ବାସ୍ତବତା। ପୁଣି ନରେନ୍ଦ୍ର ମୋଦି ଓ ବିଜେପିର ଲୋକେ କହୁଛନ୍ତି , ସଂରକ୍ଷଣ ବନ୍ଦ କରି ଦେବେ। ବର୍ତ୍ତମାନ ସମୟରେ ଦୁଇ ବିଚାରଧାରାର ଲଢେଇ ଚାଲିଛି। ଗୋଟେ ପଟେ କଂଗ୍ରେସ ଓ INDIA  ଗଠବନ୍ଧନ , ଯିଏ ସମ୍ୱିଧାନକୁ ରକ୍ଷା କରିବାରେ ଲାଗିଛନ୍ତି। ଅନ୍ୟପଟେ ମୋଦି ଓ ଆରଏସଏସ, ଯିଏ ସମ୍ୱିଧାନକୁ ଶେଷ କରିବାକୁ ଚେଷ୍ଟା କରୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.