ପ୍ରମୁଖ ଖବର
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଆମେରିକାରେ ୨ ଦିନରେ ୩୫ରୁ ଅଧିକ ଘୂର୍ଣ୍ଣିବାତ୍ୟା: ନବଜାତକ ସମେତ ୪ ମୃତ, ଶତାଧିକ ଆହତ

ୱାଶିଂଟନ୍‌,୩୦/୦୪: ଆମେରିକାର ଆୟୋବା ଓ ଓକ୍ଲାହୋମା ରାଜ୍ୟରେ ଗତ ଦୁଇ ଦିନରେ ୩୫ରୁ ଅଧିକ ଘୂର୍ଣ୍ଣିବାତ୍ୟା ହୋଇଛି । ୱାଶିଂଟନ୍‌ ପୋଷ୍ଟ୍‌ ଅନୁସାରେ, ଘୂର୍ଣ୍ଣିବାତ୍ୟା  ଯୋଗୁ ଜଣେ ନବଜାତକ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଶତାଧିକ ଆହତ ହୋଇଛନ୍ତି। କେବଳ ସଲ୍‌ଫର ସହରରେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ।  ଏଠାରେ ଅଧିକାଂଶ ଅଟ୍ଟାଳିକା ନଷ୍ଟ ହୋଇଯାଇଛି ଏବଂ ୫୦୦୦ରୁ ଅଧିକ ଲୋକ  ବାସଚ୍ୟୁତ ହୋଇଛନ୍ତି । ଆୟୋବା ଓ ଓକ୍ଲାହୋମାରେ ଘୂର୍ଣ୍ଣିବାତ୍ୟା ଯୋଗୁ ୫୦୦ରୁ ଅଧିକ  ଘର ନଷ୍ଟ ହୋଇଛି।

ଓକ୍ଲାହୋମାର ଗଭର୍ନର କେଭିନ ଷ୍ଟିଟ୍‌ କହିଛନ୍ତି, ପୂରା ସହର ନଷ୍ଟ  ହୋଇଯାଇଛି । ଲୋକଙ୍କ ବ୍ୟବସାୟ ନଷ୍ଟ ହୋଇଛି । ୨୦ ହଜାରରୁ ଅଧିକ ଘରେ ବିଜୁଳି  ଚାଲିଯାଇଛି । ଗତ ଶୁକ୍ରବାର ୭୦ ଘୂର୍ଣ୍ଣିବାତ୍ୟା ହୋଇଥିବାବେଳେ ଶନିବାର ଓ ରବିବାର  ୩୫ ଘୂର୍ଣ୍ଣିବାତ୍ୟା ରେକର୍ଡ ହୋଇଛି । ରାଷ୍ଟ୍ରପତି ଜୋ ବାଇଡେନ ଓକ୍ଲାହୋମା ଗଭର୍ନରଙ୍କୁ  ସାହାଯ୍ୟ ପ୍ରତିଶ୍ରୁତି ଦେଇଛନ୍ତି । 

ସୂଚନାଯୋଗ୍ୟ, ଓକ୍ଲାହୋମାର ପାଣିପାଗ ବିଭାଗ ଗତ  ରବିବାର ୨୫୦ ଘୂର୍ଣ୍ଣିବାତ୍ୟା ଓ ୪୯୪ ଭୟଙ୍କର ବାତ୍ୟାର ଚେତାବନୀ ଜାରି କରିଥିଲା । ଏହା  ପୂର୍ବରୁ ଏଠାରେ ୧୯୭୪ ଓ ୨୦୧୧ ମସିହାରେ ଏଭଳି ଭୟଙ୍କର ଘୂର୍ଣ୍ଣିବାତ୍ୟା ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.