ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସୁଟ୍‌କେଶରେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର, ହତ୍ୟାକାରୀ ନିଜାମ ବାନ୍ଧିଲା ପୋଲିସ

ମୁମ୍ବାଇ,୩୦/୦୪: ମୁମ୍ବାଇରେ ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ଭଳି ଏକ ଘଟଣା ସାମ୍‌ନାକୁ ଆସିଛି । ଥାନେରୁ ୭ ଦିନ ହେଲା ନିଖୋଜ ଥିବା ଜଣେ ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଏକ ସୁଟକେଶ  ଭିତରୁ ମିଳିଛି । ଏହି ଘଟଣାରେ ପୁଲିସ ନିଜାମ  ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ସେ ହତ୍ୟା ଘଟଣାକୁ ସ୍ୱୀକାର କରିଛି । 

ପୁଲିସର ସୂଚନା  ଅନୁଯାୟୀ ପୁନମ କ୍ଷୀରସାଗର ନାମକ ଏହି ଯୁବତୀ  ଜଣକ ମାନଖୁର୍ଦ୍ଦ ଅନ୍ତର୍ଗତ ସାଠେନଗର ଅଞ୍ଚଳରେ  ରୁହନ୍ତି । ସେ ପ୍ରତିଦିନ ନାଗପଡାକୁ କାମ କରିବାକୁ  ଆସନ୍ତି । କାମ କରିବାକୁ ଯିବା ଆସିବା ଭିତରେ  ନିଜାମ ନାମକ ଜଣେ ଯୁବକଙ୍କ ସହିତ ତାଙ୍କର  ସମ୍ପର୍କ ହୋଇଥିଲା । ନିଜାମ ଟ୍ୟାକ୍ସି ଚଳାଏ । ଗତ  ୧୮ ତାରିଖରେ ନିଜାମ ଉକ୍ତ ଯୁବତୀଙ୍କୁ କଲ୍ୟାଣ  ନେଇଯାଇଥିଲା । ସେଠାରେ ଯୁବତୀଙ୍କୁ ପାଣିରେ  ବୁଡାଇ ହତ୍ୟା କରିଥିଲା । ପରେ ହସ୍ପିଟାଲକୁ  ନେଇଥିଲା । କିନ୍ତୁ ଧରାପଡିଯିବା ଭୟରେ ବାଟରୁ  ଫେରାଇ ଆଣି ଘରକୁ ନେଇଯାଇଥିଲା । ସେଠାରେ  ମୃତଦେହକୁ ଖଣ୍ଡଖଣ୍ଡ କରି କାଟି ସୁଟକେଶରେ  ଭର୍ତ୍ତି କରିଥିଲା । ପରେ ଉକ୍ତ ସୁଟ୍‌କେଶକୁ ନେଇ ପାଣିରେ ଫିଙ୍ଗି ଦେଇଥିଲା । ତେବେ ତାର  ହାବଭାଗକୁ ଦେଖି କିଛି ଲୋକ ପୁଲିସକୁ ସୂଚନା  ଦେଇଥିଲେ । ପୁଲିସ ତାକୁ ଧରି ଥାନାକୁ ନେଇଯିବା  ପରେ ସେ ଦୋଷ ମାନିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.