ପ୍ରମୂଖ ଖବର
  • ମେକ୍ସିକୋ ଏବଂ ଇୟୁ ଉପରେ ଟାରିଫ୍‌ ବୋମା ପକାଇଲେ ଟ୍ରମ୍ପ, ଲାଗିବ ୩୦ ପ୍ରତିଶତ ଶୁଳ୍କ
  • ||
  • ପ୍ରଥମ ଥର ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କଲା ଇଟାଲୀ, ନେଦରଲ୍ୟାଣ୍ଡସକୁ ବି ମିଳିଲା ସୁଯୋଗ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା ; କଲେଜ ଅଧ୍ୟକ୍ଷ ନିଲମ୍ବିତ, ଏଚଓଡି ଗିରଫ
  • ||
  • ବ୍ରହ୍ମପୁର ରେଳ ଷ୍ଟେସନରୁ ୨ ଜଣଙ୍କ ମୃତଦେହ ଉଦ୍ଧାର, ବିଷ ପିଇ ଜୀବନ ହାରିଥିବା ସନ୍ଦେହ
  • ||
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଯୁଦ୍ଧ-ଗୃହଯୁଦ୍ଧର ହରଡ଼ଘଣାରେ ପାକିସ୍ତାନ, ପାକିସ୍ତାନଠୁ କାହିଁକି ଅଲଗା ହେବାକୁ ଚାହୁଁଛି ବଲୁଚିସ୍ତାନ ?

Published By : Swapna Ray | May 9, 2025 3:25 PM

ନୂଆଦିଲ୍ଲୀ, ୯।୫: ଆତଙ୍କବାଦକୁ ପ୍ରଶୟ ଦେଉଥିବା ପାକିସ୍ତାନ ଏବେ ହରଡ଼ଘଣାରେ । ଗୋଟେ ପଟେ ଭାରତ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରୁଛି, ଅନ୍ୟପଟେ ପାକ୍‌ ସେନା ଉପରେ ଲଗାତାର ଆକ୍ରମଣ କରୁଛି ବେଲୁଚିସ୍ତାନ । ପାକ୍ ସେନା ଉପରେ ଘନ ଘନ ମିସାଇଲ ଆଟାକ କରୁଛି ବାଲୁଚ୍ ଲିବରେସନ୍ ଆର୍ମି । ନିକଟରେ ରିମୋଟ କଣ୍ଟ୍ରୋଲ ଜରିଆରେ ପାକିସ୍ତାନ ଉପରେ ଏକ ଆଇଡି ଆକ୍ରମଣ କରିଥିଲା ବଲୁଚିସ୍ତାନ । ଯେଉଁଥିରେ ୧୨ ଜଣ ପାକ୍ ସେନାଙ୍କ ମୃତ୍ୟୁ ହୋଇଥିଲା । ଏବେ ପ୍ରଶ୍ନ ଉଠୁଛି ବେଲୁଚିସ୍ତାନ ପାକିସ୍ତାନକୁ କାହିଁକି ବିରୋଧ କରୁଛି ? ପାକିସ୍ତାନଠୁ କାହିଁକି ଅଲଗା ହେବାକୁ ଚାହୁଁଛି ? ଏହା ପଛରେ ଏକାଧିକ କାରଣ ରହିଛି । ସେସବୁ କାରଣ ବିଷୟରେ ଆସନ୍ତୁ ଜାଣିବା । 

ମୁଖ୍ୟ କାରଣ ହେଉଛି, ଏଠାକାର ବାସିନ୍ଦାଙ୍କ ସହ ଭେଦଭାବ । ବେଲୁଚିସ୍ତାନ ପାକିସ୍ତାନର ସେହି ଅଞ୍ଚଳ ଯେଉଁଠାରେ ସବୁଠୁ ଅଧିକ ଖଣିଜପଦାର୍ଥ ରହିଛି । କିନ୍ତୁ, ବିକାଶ କ୍ଷେତ୍ରରେ ଏହି ଅଞ୍ଚଳ ସବୁଠୁ ପଛରେ । ବଲୁଚିସ୍ତାନକୁ ନିକଟରେ ଥିବା ଗ୍ୱାଦରପୋର୍ଟକୁ ଚୀନକୁ ହସ୍ତାନ୍ତର କରିଛି ପାକିସ୍ତାନ । କିନ୍ତୁ, ଏହି ପ୍ରକଳ୍ପରେ ବଲୁଚିସ୍ତାନକୁ କୌଣସି ଲାଭ ମିଳିନଥିଲା । ଆଉ ଏବେ ବେଲୁଚ ବାସିନ୍ଦା ଲଗାତାର ପାକିସ୍ତାନ ଓ ଚାଇନାର ବିରୋଧ କରୁଛନ୍ତି । ଏବେ ପ୍ରଶ୍ନ ଉଠୁଛି ଏହି ବିରୋଧ କେବେଠୁ ଆରମ୍ଭ ହୋଇଛି ? ତେବେ ବଲୁଚିସ୍ତାନର କ୍ଷେତ୍ରଫଳ ପାକିସ୍ତାନର ୪୦% ସ୍ଥାନ । ଏଠାକାର ଜନସଂଖ୍ୟା ପାଖାପାଖି ଦେଢ଼ କୋଟି । ଯାହା ପାକିସ୍ତାନ ଜନସଂଖ୍ୟାର ମୋଟ୍ ୬% । ବଲୁଚିସ୍ତାନରେ ୭୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି । ଏହା ବ୍ୟତୀତ ବେଲୁଚ ଲୋକଙ୍କୁ ସେନାର ଉଚ୍ଚପଦସ୍ଥ ଅଧିକାରୀଙ୍କ ସ୍ଥାନରେ କେବେ ବି ନିଯୁକ୍ତି ମିଳେନାହିଁ । ମାନବ ଅଧିକାର କ୍ଷୁର୍ଣ୍ଣ ହୁଏ । ଏପରି ପରିସ୍ଥିତିରେ, ଲଗାତାର ପ୍ରତିବାଦରେ ବେଲୁଚିସ୍ତାନ ସ୍ୱାଧିନତାର ଦାବି କରିଆସୁଛନ୍ତି । 

ଦ୍ୱିତୀୟ ମୁଖ୍ୟ କାରଣ ହେଉଛି ବେଲୁଚ ନିଜର ଭିନ୍ନ ସାଂସ୍କୃତିକ ଓ ଭାଷାକୁ ବଜାୟ ରଖିବାକୁ ଚାହେଁ । ଯଦି କେହି ଏହା ବିରୋଧରେ ପ୍ରତିବାଦ କରନ୍ତି । ତେବେ ତାଙ୍କ ନାଗରିକ ଓ ସାମ୍ୱାଦିକମାନଙ୍କୁ ଆକ୍ରମଣ କରାଯାଏ । ଏପରିକି ଅପହରଣ ମଧ୍ୟ କରିନିଅନ୍ତି । ଏହି କାରଣରୁ ବଲୁଚିସ୍ତାନରେ ଦୀର୍ଘ ଦିନରୁ ପାକିସ୍ତାନ ବିରୋଧରେ ଯୁଦ୍ଧ ଚାଲିଆସୁଛି । 

ବେଲୁଚିସ୍ତାନ ପାକିସ୍ତାନ ଉପରେ ଏକାଧିକ ଥର ଆକ୍ରମଣ କଲାଣି । ଯେପରିକି ଫେବୃଆରୀ ୧, ୨୦୨୫ରେ ୧୮ ଜଣ ପାକିସ୍ତାନୀ ଯବାନଙ୍କୁ ମାରିଥିଲେ । ୧୨ ମାର୍ଚ୍ଚ ୨୦୨୫ରେ ଟ୍ରେନ୍ ହାଇଜାକ କରିଥିଲେ, ଯେଉଁଥିରେ ୨୦୦ ପାକିସ୍ତାନୀ ସୈନିକଙ୍କ ହତ୍ୟା କରିଥିଲେ । ୧୬ ମାର୍ଚ୍ଚ ୨୦୨୫ରେ ବସ୍ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ୯୦ ସୈନିକଙ୍କ ମୃତ୍ୟୁ ହୋଇଥିଲା । ସେହିପରି ୬ ମାର୍ଚ୍ଚ ୨୦୨୫ରେ ୬ ସୈନିକଙ୍କୁ ମାରିଥିଲେ । ୭ ମେ ୨୦୨୫ରେ ୧୨ ଜଣ ପାକ୍ ସେନାଙ୍କ ହତ୍ୟା କରିଥିଲେ । ନିଜ ସ୍ୱାଧୀନତା ନିଜ ସ୍ୱତନ୍ତ୍ରତା ପାଇଁ ବେଲୁଚ ଲଗାତାର ବିଦ୍ରୋହ କରୁଛନ୍ତି । ତେବେ ଏ ବେଲୁଚିସ୍ତାନର କାହାଣୀ କ’ଣ ? ଏହାର ଉତ୍ପତ୍ତି କେଉଁଠୁ ?

ବ୍ରିଟିଶ ଶାସନ ସମୟରେ, ଭାରତୀୟ ଉପମହାଦେଶରେ ଅନେକ ଗଡ଼ଜାତ ରାଜ୍ୟ ଥିଲା । ଯାହା ସିଧାସଳଖ ବ୍ରିଟିଶ ସାମ୍ରାଜ୍ୟ ଦ୍ୱାରା ଶାସିତ ନଥିଲା । ସ୍ୱାଧୀନତା ସମୟରେ, ଏହି ଗଡ଼ଜାତ ରାଜ୍ୟଗୁଡ଼ିକୁ ୩ଟି ବିକଳ୍ପ ଦିଆଯାଇଥିଲା । ଭାରତ ସହିତ ମିଶ୍ରଣ, ପାକିସ୍ତାନ ସହିତ ମିଶ୍ରଣ ନଚେତ୍ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ମାନ୍ୟତା । ବେଲୁଚିସ୍ତାନ ମଧ୍ୟ ଏହି ଗଡ଼ଜାତ ରାଜ୍ୟଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା, ଯେଉଁଥିରେ କଳାତ, ଖାରାନ, ଲସ୍ ବୁରା ଏବଂ ମକ୍ରାନ ଗଡ଼ଜାତ ରାଜ୍ୟ ମଧ୍ୟ ଅନ୍ତର୍ଭୁକ୍ତ ଥିଲା । ସେହି ସମୟରେ ବେଲୁଚିସ୍ତାନ ସ୍ୱାଧୀନ ରହିବାକୁ ଇଚ୍ଛା ପ୍ରକାଶ କରିଥିଲା । ଏହା ପରେ, ୧୯୪୭ରେ ମୁସଲିମ ଲିଗ୍ ଏବଂ କଳାତ ମଧ୍ୟରେ ଏକ ଘୋଷଣାପତ୍ର ସ୍ୱାକ୍ଷରିତ ହୋଇଥିଲା, ଯେଉଁଥିରେ କୁହାଯାଇଥିଲା କଳାତର ଏକ ପୃଥକ ପରିଚୟ ରହିବ । କଳାତର ସ୍ୱାଧୀନତାକୁ ସମ୍ମାନ ଦିଆଯିବ ବୋଲି ମହମ୍ମଦ ଅଲ୍ଲି ଜିହ୍ନା କହିଥିଲେ । ଏହା ପରେ ବେଲୁଚିସ୍ତାନର ସ୍ୱାଧୀନତା ମଧ୍ୟ ଘୋଷଣା କରାଯାଇଥିଲା । କିନ୍ତୁ ୧୯୪୮ ମସିହାରେ, ପାକିସ୍ତାନୀ ସେନା ଏକ ଅଭିଯାନ ଆରମ୍ଭ କରି କଳାତ ସମେତ ସମଗ୍ର ବେଲୁଚିସ୍ତାନକୁ କବଜା କରିନେଇଥିଲେ । ଯାହା ପରଠୁ ବେଲୁଚିସ୍ତାନ ଲଗାତାର ପାକିସ୍ତାନ ବିରୋଧରେ ବିଦ୍ରୋହ କରିଆସୁଛି । 

ଭାରତ-ପାକ୍ ଯୁଦ୍ଧ ବେଲୁଚିସ୍ତାନ ପାଇଁ ଏକ ନୂଆ ଆଶା ସଞ୍ଚାର କରିଛି । ଭାରତର ପୂରା ସପକ୍ଷରେ ରହିଛି ବେଲୁଚିସ୍ତାନ । ବେଲୁଚ ବିଦ୍ରୋହୀ ଭାରତ ପକ୍ଷରୁ ନୈତିକ ଓ ପରୋକ୍ଷ ସମର୍ଥନ ଆଶା କରୁଛନ୍ତି । ଏବେ ପ୍ରଶ୍ନ ଉଠୁଛି ଭାରତ ଓ ପାକ୍‌ ମଧ୍ୟରେ ଯୁଦ୍ଧ ଭିତରେ ବଲୁଚିସ୍ତାନ ସ୍ୱାଧୀନ ହେବ କି ? ଠିକ୍ ଯେମିତି ୧୯୭୧ରେ ଭାରତ ପାକିସ୍ତାନରୁ ବାଂଲାଦେଶକୁ ଅଲଗା କରିଥିଲା । ଭାରତ ବେଲୁଚିସ୍ତାନକୁ ଅଲଗା କରିବ କି ? ତେବେ ସମୟ କହିବ ସ୍ଥିତି କ’ଣ ହେଉଛି ? 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.