ଭୁବନେଶ୍ୱର ୧୮/୦୪: ବିଜୁ ଜନତା ଦଳରେ ସାମିଲ ହେଲେ ଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଶଙ୍ଖ ଭବନରେ ଚାଲିଥିବା ମହାମିଶ୍ରଣ ପର୍ବରେ ବର୍ଷା ପ୍ରିୟଦର୍ଶିନୀ ବିଜେଡିର ପ୍ରାଥମିକ ସଦ୍ୟସ ଭାବେ ଶିବିରରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ସାଂସଦ ସସ୍ମିତ ପାତ୍ର ସ୍ୱାଗତ କରିଛନ୍ତି। ୨୦୧୯ ନିର୍ବାଚନ ଓ କଟକ ମହାନଗର ନିଗମ ନର୍ବାଚନରେଷ୍ଟାର ପ୍ରଚାରକ ଭାବେ ବିଜେଡି ପାଇଁ ପ୍ରଚାର କରିଥିଲେ।
କିଛି ବର୍ଷ ହେବ ପାରିବାରିକ ବିବାଦ ଯୋଗୁଁ ଚର୍ଚ୍ଚାରେ ଥିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ସହ ଛାଡପତ୍ର ବିବାଦ ହାଇକୋର୍ଟରେ ପହଞ୍ଚିଥିଲା ।
ସୂଚନାଯୋଗ୍ୟ ଯେ, ୧୯୮୪ ମସିହା ଅଗଷ୍ଟ ୭ ତାରିଖରେ ବର୍ଷାଙ୍କ ଜନ୍ମ । ଜଣେ ଶିଶୁ କଳାକାର ଭାବେ ଓଲିଉଡ୍ରେ ଏଣ୍ଟ୍ରି ମାରିଥିଲେ ବର୍ଷା । ପରେ ପରେ ନିଜର ନିଖୁଣ ଅଭିନୟ ପାଇଁ ଆଗଧାଡିରେ ନାୟିକା ଭାବେ ବେଶ୍ ପରିଚିତ ହୋଇଥିଲେ । ଓଲିଉଡ୍ ସହ ବଙ୍ଗଳା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ବର୍ଷା ପ୍ରିୟଦର୍ଶିନୀ । ପରେ ଓଲିଉଡ୍ର ଷ୍ଟାର ନାୟକ ଅନୁଭବ ମହାନ୍ତିଙ୍କୁ ବିବାହ କରିଥିଲେ । ହେଲେ ଉଭୟଙ୍କ ପାରିବାରିକ ସମ୍ପର୍କ ଭଲରେ ଚାଲିନଥିଲା । ଏମିତିକି ଉଭୟଙ୍କ ପାରିବାରିକ ବିବାଦ କୋର୍ଟରେ ପହଞ୍ଚିଥିଲା । ଉଭୟଙ୍କ ଛାଡପତ୍ର ପାଇଁ ହାଇକୋର୍ଟ ଅନୁମତି ଦେଇସାରିଛନ୍ତି ।