ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନାମାଙ୍କନ ଦାଖଲ କଲେ ଫୁଲବାଣୀ କଂଗ୍ରେସ ପ୍ରାର୍ଥିନୀ ପ୍ରତିଭା କହଁର

ଫୁଲବାଣୀ,୧/୫ : ସାଧାରଣ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀପତ୍ର ଦାଖଲର ଷଷ୍ଠ ଦିନ। ଆଜି ଫୁଲବାଣୀ ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥିନୀ ପ୍ରତିଭା କହଁର ନାମାଙ୍କନ ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହିତ ସ୍ଥାନୀୟ ଫୁଲବାଣୀ ସାହି ବରାଳଦେବୀ ମନ୍ଦିରରୁ ବିରାଟ ପଟୁଆରରେ ଆସି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ରିଟର୍ଣ୍ଣିଂ ଅଫିସର ତଥା ଫୁଲବାଣୀ ଉପଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ ନାମାଙ୍କନ ପତ୍ର ଗ୍ରହଣ କରିଛନ୍ତି। 

ଆଜିର ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଚନ୍ଦ୍ର ଶେଖର ପରିଡା, ପ୍ରଚାର କମିଟି ଅଧ୍ୟକ୍ଷ ହେମନ୍ତ କର, ପୂର୍ବତନ ସାଂସଦ ରାଧାକାନ୍ତ ଦିଗାଲ, ଶ୍ରମିକ ନେତା ଘନକୁମାର ଶବର, ଜିଲ୍ଲା ସମ୍ପାଦକ ବସନ୍ତ କୁମାର ପାଢୀ, ନନ୍ଦ କିଶୋର ଦାଶ, ରଜତ ମହାନ୍ତିଙ୍କ ସମେତ ବିଭିନ୍ନ ବ୍ଲକ ସଭାପତି, ଦଳୀୟ ପଦାଧିକାରୀ ଓ କର୍ମୀ ଉପସ୍ଥିତ ଥିଲେ। ୧୯୮୫ ପରଠାରୁ କଂଗ୍ରେସ ଦଳ ଫୁଲବାଣୀ ଆସନରେ ସଫଳତାର ସ୍ବାଦ ଚାଖି ନଥିବା ବେଳେ ଏଥରକ ବିଜୟ ବାନା ଉଡାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦଳୀୟ ପ୍ରାର୍ଥୀନୀ ପ୍ରତିଭା।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.