ପ୍ରମୁଖ ଖବର
  • ବାଣୀବିହାରରେ ପୋଲିସ ଭ୍ୟାନ୍ ଦୁର୍ଘଟଣା ଗସ୍ତ, ୯ ପୋଲିସ କର୍ମୀ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

କେନ୍ଦୁପତ୍ର ବିକ୍ରି ପାଇଁ ୯୯ ଗାଁ ଏକାଠି, ୪୦୦୦ ମହିଳାଙ୍କୁ ମିଳିଛି କାମ

ଭୁବନେଶ୍ୱର, ୧।୫: କେନ୍ଦୁପତ୍ର ବିକ୍ରି ପାଇଁ ଏକାଠି ହୋଇଛନ୍ତି କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ଓ କୁନ୍ଦ୍ରା ବ୍ଲକ୍‌ର ୧୪ ପଞ୍ଚାୟତର ୯୯ ଗାଁ । ଆଦିବାସୀ ମା’ମାନଙ୍କ ଦ୍ୱାରା ସଂଗୃହୀତ କେନ୍ଦୁପତ୍ରକୁ ଉଚିତ୍‌ ମୂଲ୍ୟ ଦେବା ପାଇଁ ଏହି ଗାଁଗୁଡ଼ିକର ଗ୍ରାମସଭା ଏବେ ସଜାଗ । ମା’ମାନଙ୍କ ସାମଗ୍ରୀ ଯେପରି ନଷ୍ଟ ନ ହୁଏ ଏବଂ ସେମାନଙ୍କୁ ତୁରନ୍ତ ସେମାନଙ୍କର ପ୍ରାପ୍ୟ ମିଳିବ, ଏଥିପାଇଁ ଗ୍ରାମସଭା ଡକାଯାଇ କେନ୍ଦୁପତ୍ର ବିକ୍ରିବଟା କରିବାର ନିଷ୍ପତ୍ତି ନିଆଯାଇଛି । କୋରାପୁଟ ସମେତ ରାଜ୍ୟର ୧୩ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କେନ୍ଦୁପତ୍ର ଏକ ପ୍ରମୁଖ ବନଜାତ ଦ୍ରବ୍ୟ । ଏପ୍ରିଲରୁ ଜୁନ୍‌ ପର୍ଯ୍ୟନ୍ତ ଏହା ଶତାଧିକ ଗ୍ରାମୀଣ ଆଦିବାସୀ ମହିଳାଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ । ହେଲେ ସରକାରୀ ଉଦାସୀନତା ଓ ଭିତ୍ତିମୂମିର ଅଭାବ ଯୋଗୁଁ ଅନେକ ଗାଁ ସେମାନଙ୍କ ସଂଗୃହୀତ ସାମଗ୍ରୀକୁ ବିକ୍ରିବଟା କରିବାର ସୁଯୋଗ ପାଆନ୍ତି ନାହିଁ । 

ଫଳରେ ଗାଁକୁ ଆସୁଥିବା ସ୍ଥାନୀୟ ଛୋଟ ବେପାରୀଙ୍କୁ ଖୁବ୍‌ କମ୍‌ ମୂଲ୍ୟରେ ଏହାକୁ ବିକ୍ରି କରି ଦେଇଥାନ୍ତି । ଏମିତି ଏକ ଗାଁ ହେଲା ବୈପାରୀଗୁଡ଼ା ବ୍ଲକ୍‌ର କଲତ୍‌ଯୋଡ଼ି । ଯେଉଁଠି ପାଖାପାଖି ୮୦ ଆଦିବାସୀ ପରିବାର ରହୁଛନ୍ତି । ଚାଷ ଓ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରିବା ସେମାନଙ୍କ ରୋଜଗାରର ପ୍ରମୁଖ ମାଧ୍ୟମ । ମାତ୍ର ପ୍ରତିବର୍ଷ କେନ୍ଦୁପତ୍ର ଋତୁ ଆସିଲେ ସେମାନେ ଏହାକୁ ବିକ୍ରିବଟା କରି ପାରୁ ନ ଥିଲେ । ତେଣୁ ଏବର୍ଷ³ କେନ୍ଦୁପତ୍ର ଆସିବା ପୂର୍ବରୁ ଗାଁ ଲୋକେ ନିଷ୍ପତ୍ତି ନେଲେ ସେମାନଙ୍କ ସାମଗ୍ରୀ ବିକ୍ରି ହେବ । ଗାଁ ଲୋକେ ଏକାଠି ହେଲେ ଗ୍ରାମସଭା ଡାକିଲେ । ସାମଗ୍ରୀ କିପରି ସଂଗ୍ରହ କରାଯିବ ଏବଂ କିପରି ବିକ୍ରି କରାଯିବ, କିଏ ଏହାକୁ କିଣିବ, ଗ୍ରାମସଭା ଦ୍ୱାରା ଲୋକେ କିପରି ଉଚିତ୍‌ ଦାମ୍‌ ପାଇବେ ସେସବୁ ଧାର୍ଯ୍ୟ କରାଗଲା । ଏ ବାବଦରେ ଗାଁର ଗ୍ରାଭସଭା ସଦସ୍ୟ ଭକ୍ତରାମ ମାଝୀ କହନ୍ତି, ଆମ ଗାଁରେ ସରକାରୀ ଫଡ଼ି ନାହିଁ । ଗାଁଠାରୁ ୭ କିଲୋମିଟର ଓ ୧୨ କିଲୋମିଟର ଦୂରରେ ଦୁଇଟି ସରକାରୀ ଫଡ଼ି ଅଛି । ତାହା ପୁଣି ବର୍ଷରେ ମାତ୍ର ୩ ଦିନ ଖୋଲାଯାଏ । ଗାଁ ମହିଳାମାନଙ୍କ ପାଇଁ ପତ୍ର ତୋଳି ସନ୍ଧ୍ୟା ସୁଦ୍ଧା ଏହାକୁ ନେଇ ଫଡ଼ିରେ ବିକ୍ରି କରିବା କଷ୍ଟକର ହୋଇପଡ଼େ । ନିଜ ସାମଗ୍ରୀ ବିକିବାକୁ ଏବର୍ଷ ଗାଁ ଲୋକେ ନିଷ୍ପତ୍ତି ନେଲେ । ଲୋକଙ୍କ ନିଷ୍ପତ୍ତିକୁ ସହମତି ପ୍ରକାଶ କରି ଗାଁରେ ଗ୍ରାମସଭା ବସିଲା । ଯେଉଁଠି ଫଡ଼ି ପରିଚାଳନାର ସବୁ ନିଷ୍ପତ୍ତି ନିଆଗଲା । ସ୍ୱେଚ୍ଛାସେବୀ ସଙ୍ଗଠନ ସ୍ପ୍ରେଡ୍‌ ସହାୟତାରେ ଆମେ ଏବେ ଭଦ୍ରକ, ବାଲେଶ୍ୱର ଓ ମୟୂରଭଞ୍ଜର ବେପାରୀମାନଙ୍କ ସହ ଯୋଗାଯୋଗ କରି ସାମଗ୍ରୀ ବିକ୍ରି କରି ପାରୁଛୁ । ଏ ବାବଦରେ କଲତଯୋଡ଼ି ଗାଁର ମୁକ୍ତାଖରା(୪୫) କହନ୍ତି, ୯ ଦିନରେ ମୁଁ ଓ ପରିବାର ମିଶି ୬ ହଜାର ବିଡ଼ା ପତ୍ର ବିକିଛୁ । ଗୋଟେ ବିଡ଼ାରେ ୪୨ଟି ପତ୍ର ରହୁଛି । 

ସରକାର ଏଥିପାଇଁ ଚଳିତ ବର୍ଷ ୩ଟଙ୍କା ୨୦ ପଇସା ଦେଉଛନ୍ତି । ପୂର୍ବ ବର୍ଷ ସରକାର ୨ ଟଙ୍କା ୮୦ ପଇସାରେ ବିଡ଼ା ପିଛା ମୂଲ୍ୟ ଧାର୍ଯ୍ୟ କରିଥିଲେ । ଖୁଚୁରା ବ୍ୟବସାୟୀ ୨ଟଙ୍କା ୫୦ ପଇସାରେ କିଣୁଥିଲେ । ହେଲେ ଆମ ଗାଁରେ ଗ୍ରାମସଭା ଆମଠାରୁ ବିଡ଼ା ପିଛା ୪ ଟଙ୍କା ହିସାବରେ କିଣୁଛି । ଗାଦୁବାଗୁଡା ଗାଁର ଦୈମତି ଖିଲ (୩୦) କହନ୍ତି ଗ୍ରାମସଭାର ନିଷ୍ପତ୍ତି ଅନୁସାରେ ଗ୍ରାମସଭା ଆମଠାରୁ କଞ୍ଚାପତ୍ର କିଣୁଛି । ପରେ ତାକୁ ଶୁଖାଇ ବଡ଼ ବେପାରୀଙ୍କୁ ୫ଟଙ୍କା ୫୦ରେ ବିକ୍ରି କରୁଛି । ଯେଉଁଥିରେ ଗ୍ରାମସଭା ପତ୍ର ସବୁକୁ ପ୍ୟାକେଜିଂ କରି ଅଖାରେ ଭର୍ତ୍ତି କରିବାଠାରୁ ଆରମ୍ଭ କରି ତାକୁ ଶୁଖାଇବା ଓ ଏହାକୁ ପରିଚାଳନା କରିବା ସମସ୍ତ କାମ ତୁଲାଉଛି । ତେଣୁ ଗ୍ରାମସଭାକୁ ବିଡ଼ା ପିଛା ଦେଢ଼ ଟଙ୍କା ଦେବାରେ ଆମର କୌଣସି କ୍ଷତି ନାହି ବୋଲି ଆମେ ଅନୁଭବ କରୁଛୁ । ଖଜୁରୀପଡ଼ା ଗାଁର ଗୁପ୍ତେଶ୍ୱରୀ ମହିଳା ମହାସଂଘର ସଭାନେତ୍ରୀ ମାଳତୀ ନାୟକ କହନ୍ତି³ କିଛିବର୍ଷ ହେବ ସରକାର କେନ୍ଦୁପତ୍ର ତୋଳିବା ପାଇଁ ବ୍ୟବସ୍ଥା କରିଛନ୍ତି । ଏଥିପାଇଁ କେନ୍ଦୁପତ୍ର ତୋଳାଳିଙ୍କୁ ଫଡ଼ି କାର୍ଡ ମଧ୍ୟ ପ୍ରଦାନ କରିଛନ୍ତି । ଆମ ଗାଁରେ ମାତ୍ର ୫ ଜଣଙ୍କୁ ଫଡ଼ି କାର୍ଡ ମିଳିଛି । ଯାହା ମାଧ୍ୟମରେ ଜଣେ ସରକାରୀ ଫଡ଼ିରେ ଯାଇ କେନ୍ଦୁପତ୍ର ବିକିପାରିବ । ହେଲେ ସବୁ ଜାଗାରେ ଏହି ଫଡ଼ି ଖୋଲାଯାଉ ନ ଥିବାରୁ ଓ ସୀମିତ ସମୟ ପାଇଁ ଫଡ଼ି ଖୋଲୁଥିବାରୁ ଲୋକେ ଏହାକୁ ବିକି ପାରୁନାହାନ୍ତି । 

ଅପରପକ୍ଷେ ଗାଁର ୨୦୦ରୁ ଅଧିକ ମହିଳା ପତ୍ର ତୋଳିବା କାମରେ ଲାଗନ୍ତି । ଏମିତିରେ ୫ ଜଣ ମହିଳାଙ୍କୁ କାର୍ଡ ମିଳିବା ସମୁଦ୍ରକୁ ଶଙ୍ଖେ । ଗ୍ରାମସଭା ମହାସଂଘ ବୈପାରୀଗୁଡ଼ା ବ୍ଲକ୍‌ର ସଭାପତି ଧନପତି ଖିଲ କହନ୍ତି, ଏବେ ୯୯ଟି ଗାଁର ପାଖାପାଖି ୪୦୦୦ ମହିଳା ପ୍ରତିଦିନ କେନ୍ଦୁପତ୍ର ତୋଳୁଛନ୍ତି ଏବଂ ଗ୍ରାମସଭା ମାଧ୍ୟମରେ ଏହାକୁ ଦେଇ ଆର୍ଥିକ ସ୍ୱାବଲମ୍ବୀ ହୋଇ ପାରୁଛନ୍ତି । ସେହିପରି ଗୁପ୍ତେଶ୍ୱରୀ ମହିଳା ମହାସଂଘ ଅଧୀନରେ ୨୦୦୦ ମହିଳା କାମ କରୁଥିବା ବେଳେ ସମସ୍ତେ ବନବାସୀ ଓ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି । ତଳିତ ବର୍ଷ ସମସ୍ତ ମା’ମାନଙ୍କୁ ମହାସଂଘ କେନ୍ଦୁପତ୍ର ତୋଳିବା ଓ ଏହାକୁ ବିକ୍ରିବଟା କାମରେ ବ୍ୟବହାର କରିଛି । ଆସନ୍ତା ବର୍ଷ ସମସ୍ତ କେନ୍ଦୁପତ୍ର ତୋଳାଳିଙ୍କୁ କାର୍ଡ ଦିଆଯାଇ ଏହି କାମକୁ ଆଗକୁ ନେବା ଦିଗରେ ସଂଘ କାମ କରିବାକୁ ଯୋଜନା ରଖିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.