ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେ' ପହିଲାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

ରାଜନଗର, ୧।୫: ବଉଳା କୁମ୍ଭୀରଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଆସନ୍ତାକାଲି ଅର୍ଥାତ୍‌ ମେ' ପହିଲାରୁ ବନ୍ଦ ରହିବ । ସଂପ୍ରତି କୁମ୍ଭୀର ପ୍ରଜନନ ଋତୁ ଆରମ୍ଭ ହୋଇଥିବାରୁ ନଦୀ, ନାଳମାନଙ୍କରେ ଥିବା କୁମ୍ଭୀରମାନେ ବସା ବାନ୍ଧି ଅଣ୍ଡା ଦେବେ । ତେଣୁ ସେମାନଙ୍କର ମିଳନ ପର୍ବ ଓ ଅଣ୍ଡା ଦେବା ପ୍ରକ୍ରିୟାରେ ବାଧା ନଉପୁଜିବା ପାଇଁ ରାଜନଗର ବନଖଣ୍ଡ ପକ୍ଷରୁ ମେ’ ୧ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ପର୍ଯ୍ୟଟକଙ୍କ ନିମନ୍ତେ ବନ୍ଦ ରଖାଯିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି । 

ସୂଚନାଯୋଗ୍ୟ, ମା’ କୁମ୍ଭୀର ଅଣ୍ଡା ଦେଇ ସାରିବା ପରେ ଏହାକୁ ସୁରକ୍ଷା ଦେବା ପାଇଁ ସେଠାରେ ଜଗି ରହିଥାଏ । ମୁଖ୍ୟତଃ ଗୋଧି, ବାର୍‌ହା, ବିଲୁଆ ପ୍ରଭୃତି ବନ୍ୟଜୀବ କୁମ୍ଭୀର ବସାରୁ ଅଣ୍ଡା ଖାଇ ଯାଇଥାଆନ୍ତି । ସେଥିପାଇଁ ମା’ କୁମ୍ଭୀର ଛୁଆ ଫୁଟିବା ପର୍ଯ୍ୟନ୍ତ ଜଗି ରହିଥାଏ । ଏହି ସମୟରେ ସେ ଅଧିକ ହିଂସ୍ର ହୋଇ ଉଠିଥାଏ । ସେଥିପାଇଁ ଏହି କଟକଣା ଜାରି ହୋଇଥାଏ । ରେକର୍ଡ କହୁଛି, ୨୦୨୩ ଅଗଷ୍ଟ ପହିଲାଠାରୁ ୨୦୨୪ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଭିତରକନିକାକୁ ଦେଶ ବିଦେଶରୁ ୬୪,୭୫୧ ଜଣ ପର୍ଯ୍ୟଟକ ଆସିଛନ୍ତି । ସେମାନଙ୍କ ମଧ୍ୟରେ ୩୮,୯୪୮ ଜଣ ପୁରୁଷ ଓ ୨୧,୧୨୬ ଜଣ ମହିଳା, ୧୫୦୦ ଶିଶୁ ଓ ୩୦୫୧ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏହି ସମୟ ମଧ୍ୟରେ ଜର୍ମାନ, ଅଷ୍ଟ୍ରେଲିଆ, ୟୁକ୍ରେନ୍‌, ସୁଇଜରଲାଣ୍ଡ, ଆମେରିକା, ଫ୍ରାନ୍ସ ଓ ଋଷରୁ ୭୭ ଜଣ ପୁରୁଷ ଓ ୪୯ଜଣ ମହିଳା ପର୍ଯ୍ୟଟକଙ୍କୁ ମିଶାଇ ମୋଟ ୧୨୬ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବା ବନ ବିଭାଗ ପକ୍ଷରୁ ଜଣାପଡ଼ିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.