ପ୍ରମୂଖ ଖବର
  • ରାଜ୍ୟରେ ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ବିଜେଡିର ଟାର୍ଗେଟ, କୋର୍ଟଙ୍କ ସର୍ତ୍ତ ଅବମାନନା କରିଥିବା ଅଭିଯୋଗ

ବ୍ରହ୍ମପୁର, ୦୧/୦୫ : ବିଜେପି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଟାର୍ଗେଟ କଲା ବିଜେଡି। କୋର୍ଟଙ୍କ ସର୍ତ୍ତ ଅବମାନନା କରିଥିବା ଅଭିଯୋଗ କଲେ ବିଜେଡି ମୁଖପାତ୍ର ତୁମ୍ବାନାଥ ପଣ୍ଡା। ବ୍ରହ୍ମପୁରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଅଭିଯୋଗ କରିଛନ୍ତି। ୨୦୨୦ ମସିହାରେ ଟାଟା ମୋଟର୍ସରେ ଚାକିରି କରାଇଦେବାକୁ କହି ରାଜ୍ୟବାସୀଙ୍କ ଠାରୁ ଏପରିକି ଖାସ କରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଲୋକସଭା କ୍ଷେତ୍ରରୁ ବହୁ ଯୁବକଙ୍କ ଠାରୁ ବିଧାୟକ ତଥା ବର୍ତ୍ତମାନର ବ୍ରହ୍ମପୁର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିବା ପ୍ରଦୀପ ପାଣିଗ୍ରାହୀ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଇଥିବା ବିଜେଡି ଅଭିଯୋଗ କରିଛି। 

ଟାଟା ମୋଟର୍ସ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଏତଲା କ୍ରମେ କମ୍ପାନୀର ଇ-ମେଲ ଆଇଡିକୁ ଜାଲ କରି ନିଜକୁ କମ୍ପାନୀର ଏମଡି ଭାବେ ଦର୍ଶାଇ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ସହଯୋଗୀ ଆକାଶ ପାଠକ ଲୋକଙ୍କୁ ଠକିବାରେ ସଫଳ ହୋଇଥିଲେ। ଏହି ମାମଲା ବିଚାରାଧୀନ ରହିଛି। ଏହି ମାମଲାରେ ପ୍ରଦୀପ ପାଣିଗ୍ରାହୀ ଜେଲ ଯାଇ ଜରିମାନା ଅର୍ଥ ପୈଠ କରି କୋର୍ଟଙ୍କ ଠାରୁ ସର୍ତ୍ତମୂଳକ ଜାମିନ ପାଇ ଜେଲରୁ ମୁକୁଳିଛନ୍ତି। କୋର୍ଟଙ୍କ ସର୍ତ୍ତ ଥିଲା ଧାର୍ଯ୍ୟ ଦିନରେ କୋର୍ଟରେ ବ୍ୟକ୍ତିଗତ ହାଜର ହେବେ ଓ ମାମଲା ସଂକ୍ରାନ୍ତୀୟ କୌଣସି ବିବୃତି ଗଣମାଧ୍ୟମରେ ରଖିବେ ନାହିଁ। ତେବେ ସେ କୋର୍ଟଙ୍କ ଏହି ସର୍ତ୍ତକୁ ବାରମ୍ବାର ଅବମାନନା କରୁଥିବା ଦେଖାଯାଉଛି। ବିଭିନ୍ନ ଗଣମାଧ୍ୟମରେ ବିବୃତି ଦେବା ସହ ବର୍ତ୍ତମାନ ସୁଦ୍ଧା ୪ ରୁ ୫ଟି ଧାର୍ଯ୍ୟ ତାରିଖରେ ସେ କୋର୍ଟରେ ବ୍ୟକ୍ତିଗତ ହାଜର ହୋଇନାହାନ୍ତି।

ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ପ୍ରଦୀପ ପାଣିଗ୍ରାହୀ କୋର୍ଟଙ୍କୁ ତଥା ବିଚାର ବିଭାଗୀୟ ବ୍ୟବସ୍ଥାକୁ ସମ୍ମାନ ଦେଉନାହାନ୍ତି। ଠକେଇ, ଜାଲିଆତି ଓ ଜାଲ ଦସ୍ତାବିଜ ପ୍ରସ୍ତୁତି କରିବା ଓ ସେଗୁଡିକର ଉପଯୋଗ କରିବା ଆଦି ମାମଲା ରହିଛି। ତେବେ ବର୍ତ୍ତମାନ ସେ କୋର୍ଟଙ୍କ ସର୍ତ୍ତକୁ ଅବମାନନା କରୁଥିବା ଜଣେ ଆସାମୀ ବୋଲି ବିଜେଡି ବିବେଚନା କରୁଛି ବୋଲି ବ୍ରହ୍ମପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.