ନୂଆଦିଲ୍ଲୀ,୧୮।୧୨: ପଞ୍ଜାବରେ ପିଅରଲେସ୍ ଆଗ୍ରୋଟେକ୍ କର୍ପୋରେସନ୍ ଲିମିଟେଡ୍ ବା ପିଏସିଏଲ ସମ୍ପର୍କିତ ମନି ଲଣ୍ଡରିଂ ମାମଲରେ ଇଡିର ବଡ଼ ଧରଣର ଆକ୍ସନ। କେନ୍ଦ୍ରୀୟ ଏଜେନ୍ସି ଗୁରୁବାର ପିଏସିଏଲ ଏବଂ ଅନ୍ୟ ମାମଲାରେ ଚାଲିଥିବା ଯାଞ୍ଚ ମାମଲାରେ ପଞ୍ଜାବର ଲୁଧିୟାନାରେ ଥିବା ୩୪୩୬.୫୬ କୋଟି ଟଙ୍କା ୧୬୯ ଅଚଳ ସମ୍ପତ୍ତି ଜବତ କରିଛି। ଇଡି କହିଛି,ଏହାର ଯାଞ୍ଚ ବିଷୟରେ ଜଣାପଡିଛି। ଲକ୍ଷାଧିକ ନିବେଶକଙ୍କଠାରୁ ନିଆଯାଇଥିବା ଫଣ୍ଡର ଏକ ଅଂଶ ପିଏସିଏଲ ନାମରେ ୧୬୯ ଅସ୍ଥାବର ସମ୍ପତ୍ତିକୁ କିଣିବାରେ ବ୍ୟବହାର କରାଯାଇଥିଲା। ଏହାର ବର୍ତ୍ତମାନର ଦାମ୍ ୩୪୩୬.୫୬ କୋଟି ଟଙ୍କା।

ପ୍ରବର୍ତ୍ତନ ନିର୍ଦେଶାଳୟ ଦିଲ୍ଲୀ ଜୋନାଲ ଅଫିସ ଏହି ସମ୍ପତ୍ତିକୁ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ(ପିଏମ୍ଏଲଏ),୨୦୦୨ ଅନୁସାରେ,ଜବତ କରିଛି। ଏହି କାର୍ଯ୍ୟାନୁଷ୍ଠାନ ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଦ୍ବାରା ପିଏସିଏଲ ଲିମିଟେଡ୍ , ପିଜିଏଫ୍ ଲିମିଟେଡ୍, ଦିବଂଗତ ନିର୍ମଳ ସିଂହ ଭଙ୍ଗୁ ଓ ଅନ୍ୟମାନଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି),୧୮୬୦ର ଧାରା ୧୨୦-ବି ଓ ୪୨୦ ଅନୁସାରେ, ମାମଲା ରୁଜୁ କରାଯାଇଥିବା ଏଫ୍ଆଇଆର ଆଧାରରେ କରାଯାଇଥିବା ଯାଞ୍ଚ ପରେ କରାଯାଇଛି।

ଉଲ୍ଲେଖନୀୟ ଯେ, ଏହି ମାମଲା ପିଏସିଏଲ ଦ୍ବାରା ବହୁ ପରିମାଣରେ ଚାଲିଥିବା ଠକେଇ ପୋଞ୍ଜି ସ୍କିମ୍ ଓ ସାମୁହିକ ନିବେଶ ଯୋଜନା ସମ୍ପର୍କିତ ରହିଛି। ଏହି ଯୋଜନା ଅନୁସାରେ, ପିଏସିଏଲ ଓ ଏହାର ସହଯୋଗୀ କମ୍ପାନୀ ଭୁଲରେ ନିବେଶକଙ୍କଠାରୁ ପ୍ରାୟ ୪୮,୦୦୦ କୋଟି ଟଙ୍କା ଏକାଠି କରିଥିଲେ ଓ ଏହାକୁ ଶେଷ କରିଦେଇଥିଲେ। ଇଡି ଏହି ମାମଲାରେ ଏପର୍ଯ୍ୟନ୍ତ ୫,୬୦୨ କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିକୁ ଜବତ କରିଚି। ଏଥିରେ ସାରା ଦେଶରେ ଥିବା ପର୍ଲ ଗ୍ରୁପ୍ର ଗରୋଇ ସମ୍ପତ୍ତି ଓ ବିଦେଶୀ ସମ୍ପତ୍ତି ଉଭୟ ରହିଛି।

ଆହୁରି ପଢନ୍ତୁ: ଗୁଗୁଲ ଲଞ୍ଚ କଲା ଦୃତ, ଶସ୍ତା ଓ ଶକ୍ତିଶାଳୀ ‘ଜେମିନି-୩ ଫ୍ଲାସ୍’, ଓପନ ଏଆଇକୁ ମିଳିବ ସିଧା ଚ୍ୟାଲେଞ୍ଜ