ନୂଆଦିଲ୍ଲୀ,୦୧/୦୫:  ନାଗପୁର ବିଶ୍ୱବିଦ୍ୟାଳୟର ଗବେଷକମାନେ ମହାରାଷ୍ଟ୍ରର ଯବତମାଲରେ  ୩ ହଜାର ବର୍ଷ ପୁରୁଣା ସଭ୍ୟତାର ଅବଶେଷ ପାଇଥିବା ଦାବି କରିଛନ୍ତି। ଗବେଷକଙ୍କ ମତରେ  ଏହି ଅବଶେଷଗୁଡ଼ିକ ଲୌହ ଯୁଗର। ଏନେଇ  ନାଗପୁର ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱ ବିଭାଗର ମୁଖ୍ୟ ଡକ୍ଟର ପ୍ରଭାଶ ସାହୁ କହିଛନ୍ତି ଯେ , ତାଙ୍କର ଟିମ୍  ଦଳ ୨୦୨୩-୨୪ ମସିହାରେ ବାବୁଲଗାଓଁ ତାଲୁକାର ପାଚଖେଡ଼ ଗ୍ରାମ ଖନନ କରିଥିଲେ।

ବିଭାଗର ମୁଖ୍ୟଙ୍କ ସୂଚନା ଅନୁସାରେ, ପାଚଖେଡ଼ ଗାଁ ବାହାରେ ଏକ ପାହାଡ଼ ଅଛି । ଯେଉଁଠାରେ ଗତ ବର୍ଷ ଖନନ ସମୟରେ ଏକ ସାଂସ୍କୃତିକ ଐତିହ୍ୟ ମିଳିଥିଲା। ତାଙ୍କ ଟିମ ବିଶ୍ୱାସ କରନ୍ତି ଯେ ଅବଶେଷଗୁଡ଼ିକ ଲୌହ ଯୁଗର। ସେ କହିଥିଲେ ଯେ ଆବିଷ୍କାରର ସାଂସ୍କୃତିକ କ୍ରମ ଲୌହ ଯୁଗରୁ ଆରମ୍ଭ ହୁଏ, ଯାହା ମାଟିପାତ୍ର ଏବଂ କଳାକୃତିର ଅବଶେଷ ଉପରେ ଆଧାରିତ।

ଏହା ପରେ ସାତବାହନ ଯୁଗ, ମଧ୍ୟଯୁଗୀୟ ଯୁଗ ଏବଂ ତା'ପରେ ନିଜାମ ଯୁଗରେ ଏକ  ଟାୱାର ଭାବରେ ବ୍ୟବହୃତ ହେଉଥିଲା।  ବିଶେଷଜ୍ଞମାନଙ୍କ ସେଠାରେ ଚୂନପଥର  ଏବଂ ପରିଧିରେ କାଠ ସ୍ତମ୍ଭ ସହିତ ଗୋଲାକାର ଘର ପାଇଥିଲେ। ଏହା ବ୍ୟତୀତ, ମିଳିଥିବା ପ୍ରମାଣ ମଧ୍ୟରେ ଏକ ସମ୍ପୂର୍ଣ୍ଣ ଘର, ମାଟି ଚୁଲି, ମାଟିପାତ୍ର, ଲୁହା ଜିନିଷ, ପଥର ମୋତି, ଟେରାକୋଟା ମୋତି ଏବଂ ହାଡ଼ ଜିନିଷ ଅନ୍ତର୍ଭୁକ୍ତ।