ପ୍ରମୁଖ ଖବର
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

କେଲୁଅ ନଦୀରେ ବୁଡ଼ି ଯୁବକ ମୃତ

ବ୍ରହ୍ମବରଦା, ୨୦/୫  : ଧର୍ମଶାଳା ବ୍ଲକ କଦମପାଳ ପଞ୍ଚାୟତ  ନୋସ୍ତା ଗାଁ ରେ ଅଘଟଣ । ବ୍ରାହ୍ମଣୀର ଶାଖା କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ  ନୋଷ୍ଠା ଗ୍ରାମର ସୁଦାମ ଦାସଙ୍କ ସାନପୁଅ ବିକାଶ (୧୮)। 

ଘର ନିକଟସ୍ଥ  ନଦୀକୁ ବିକାଶ ଗାଧୋଇବାକୁ   ଯାଇଥିବା ସମୟରେ ଅଚାନକ ବୁଡି ଯାଇ ଥିଲେ   ।  ନଦୀ  ପାଣିରେ ଭାସୁଥିବା ସମୟରେ ଲୋକ ମାନେ ଦେଖି ନଦୀ ଭିତରୁ  ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ୧୦୮  ଆମ୍ବୁଲାନ୍ସ ଯୋଗେ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ   ମୃତ ଘୋଷଣା କରିଥିଲେ । ଶବ ବ୍ୟବଚ୍ଛେଦ ପରେ   ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । 

 ପଂଚାୟତ  ବିଜେଡି ସଭାପତି ଶରତ ଚନ୍ଦ୍ର ଜେନା ,ପଂଚାୟତ ସରପଞ୍ଚ ତୃପ୍ତିଲତା ମହାନ୍ତି ,ସମିତି ସଭ୍ୟ ପ୍ରଶାନ୍ତ ମହାନ୍ତି ଓ ବିଜେଡି ଜିଲ୍ଲା ଯୁବ ସମ୍ପାଦକ ବିବେକାନନ୍ଦ ମହାନ୍ତି , ୱାଡ଼ ର ମେମ୍ବର ଚନ୍ଦ୍ରାବତୀ ମଲ୍ଲିକ ମୃତକ ବିକାଶ ଙ୍କ ପରିବାର ବର୍ଗ ଙ୍କ ପାଖରେ ପହଂଚି  ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.