ପ୍ରମୂଖ ଖବର
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେକ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୫ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ବିଞ୍ଝାରପୁରରେ ନିର୍ବାଚନୀ ସଭା, ବିରୋଧୀଙ୍କ ଉପରେ ବର୍ଷିଲେ ପାଣ୍ଡିଆନ

ବିଞ୍ଝାରପୁର, ୨୫।୫(ଆପ୍ର):ଜୁନ ୧ ତାରିଖରେ ବିଞ୍ଝାରପୁର ସଂରକ୍ଷିତ ବିଧାନସଭା  ଆସନ ପାଇଁ ଭୋଟ ଗ୍ରହଣ କରାଯିବ।ଏହି ବିଧାନସଭା ଭୋଟ ଗ୍ରହଣ ପୂର୍ବରୁ ବିଞ୍ଝାରପୁରସ୍ଥିତ ଯଜ୍ଞ ପଡ଼ିଆରେ ଏକ ବିଶାଳ ନିର୍ବାଚନ ସଭାରେ ବିଜେଡିର ବରିଷ୍ଠ ନେତା ଭି.କେ.ପାଣ୍ଡିଆନ ଯୋଗଦେଇ ବିରୋଧୀଙ୍କୁ ଟାର୍ଗ଼େଟ କରିଛନ୍ତି । ବିରୋଧୀ ସବୁବେଳେ ମିଛ କହୁଛନ୍ତି । ଏପରିକି ବିରୋଧୀମାନେ ରାଜ୍ୟ ବାହାରୁ ଆସି ଆମର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରୁଛନ୍ତି ।ରାଜ୍ୟର ବିକାଶଧାରା ବଜାୟ ରଖିବାକୁ ହେଲେ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥିମାନଙ୍କୁ ଶଙ୍ଖଚିହ୍ନରେ ଭୋଟ ଦେଇ ଆର୍ଶିବାଦ ଦେବାକୁ ଅନୁରୋଧ କରିଥିଲେ।

ରାଜ୍ୟ ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ ଯୋଜନା ଯେପରିକି କାଳିଆ ଯୋଜନା, ମଧୁବାବୁ ପେନସନ ଯୋଜନା, ଲକ୍ଷ୍ମୀ ବସ, ବିଏସକେୱ୍ଜ।ଇ, ମମତା ଯୋଜନା, ଆଦି କିଏ କରିଛି ବୋଲି ଉପସ୍ଥିତ ଜନତାଙ୍କୁ ପଚାରି ଥିଲେ। ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ କୋଟି କୋଟି ଟଙ୍କା ବ୍ୟୟରେ ସ୍କୁଲ, କଲେଜ ରୂପାନ୍ତରିକରଣ ସହ ମନ୍ଦିର, ମସଜିଦର ପୁନଃ ଉଦ୍ଧାର ପାଇଁ ପାଣ୍ଠି ଯୋଗେଇ ଦିଆଯାଇଛି ବୋଲି ସୂଚନା ଦେଇଥିଲେ । ପ୍ରଭୁ ଜଗନ୍ନାଥ, ବାବା ବରୁଣେଶ୍ଵରଙ୍କ ଆର୍ଶିବାଦରୁ ନବୀନ ପଟ୍ଟନାୟକ ଜୁନ ୯ ତାରିଖରେ ପୁଣିଥରେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ । ଏହାପରେ ବିଜୁଳି ବିଲ ଛାଡ ଉପରେ ପ୍ରଥମେ ସ୍ଵାକ୍ଷର କରିବେ । ଏହାଦ୍ଵାରା ଓଡ଼ିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ । ମିଶନ ଶକ୍ତିର ମାଆ ମାନଙ୍କୁ ପେନସନ ଦିଆଯିବା ସହ ରାଜ୍ୟର ଅନ୍ୟ ମାନଙ୍କୁ ବିଏସକେୱ।ଇ ଯୋଜନାରେ ସାମିଲ କରାଯିବ । ଏହି ସବୁ ଯୋଜନା ବିରୋଧୀଙ୍କର ହଜମ ହେଉନାହିଁ । ତେଣୁ ଶଙ୍ଖ ଚିହ୍ନରେ ଭୋଟ ଦେଲେ ରାଜ୍ୟର ବିକାଶ ହେବା ସହିତ ବିରୋଧୀଙ୍କୁ ଉପଯୁକ୍ତ ଜବାବ ହେବ ବୋଲି  ପାଣ୍ଡିଆନ କହିଥିଲେ।

ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥିନୀ ପ୍ରମିଳା ମଲ୍ଲିକ, ସାଂସଦ ପ୍ରାର୍ଥିନୀ ଶର୍ମିଷ୍ଠା ସେଠି ଉଦବୋଧନ ଦେଇ ଉପସ୍ଥିତ ଜନତାଙ୍କୁ ରାଜ୍ୟ ସରକାରଙ୍କ ଜନହିତ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। 

ଆହୁରି ପଢନ୍ତୁ : ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ, ଅପରାହ୍ନ ୫ଟା ସୁଦ୍ଧା ୫୯.୬୦ ପ୍ରତିଶତ ଭୋଟିଂ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.