ଯାଜପୁର ୦୫/୦୫ : ଯାଜପୁର ଜିଲ୍ଲା ବେଙ୍ଗାପାଟିଆ ଗାଁରେ ଅଘଟଣ । ବିଦ୍ୟୁତ ଆଘାତରେ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ମା ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବିକ, ଯାଜପୁର ରୋଡ ଥାନା ବେଙ୍ଗପାଟିଆ ଗାଁର ଗଣେଷ ମଣ୍ଡଳଙ୍କ ଘରେ ବିଦ୍ୟୁତ ମରାମତି ହେଉଥିଲେ । ଏହି ସମୟରେ ହଠାତ୍ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ ବାପା ଗଣେଷ ମଣ୍ଡଳ, ପୁଅ ଆଶୁ ମଣ୍ଡଳ ଏବଂ ମା ତୁଳସୀ ମଣ୍ଡଳ । ତିନି ଜଣ ବିଦ୍ୟୁତ ସଂସ୍ପର୍ଶରେ ଆସି ଅଚେତ ହୋଇପଡିଥିଲେ । ଏହାପରେ ସମସ୍ତଙ୍କୁ ଉଦ୍ଧାର କରି ଦାନଗଦି ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ବାପା-ପୁଅକୁ ମୃତ୍ୟୁ ଘୋଷଣା କରାଯାଇଥିବା ବେଳେ ମା ଗୁରୁତର ହୋଇଛନ୍ତି । ଦାନଗଦୀ ମେଡିକାଲରେ ମା ତୁଳସୀ ମଣ୍ଡଳଙ୍କ ଚିକିତ୍ସା ଜାରି ରହିଛି ।