ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗୋଟିଏ ଫିଲ୍ମ ସାଇନ୍ କରିବାକୁ ଡିମାଣ୍ଡ୍ କରନ୍ତି ୪୦ କୋଟି, ୯ ବର୍ଷ ହେଲା ବଲିଉଡ୍‌କୁ ଦେଇ ନାହାଁନ୍ତି ଗୋଟିଏ ବି ହିଟ୍ ସିନେମା

ନୂଆଦିଲ୍ଲୀ, ୦୨/୦୬ : ବଲିଉଡ୍‌ର ଖୁବ୍ ଫେମସ୍ ଆକ୍ଟ୍ରେସ୍। ବଲିଉଡ୍‌କୁ ଭେଟି ଦେଇଛନ୍ତି ବହୁ ହିଟ୍ ସିନେମା। ଫିସ୍ ନେବା ତୁଳନାରେ ବଡ଼ ବଡ଼ ସୁପରଷ୍ଟାରଙ୍କୁ ଦିଅନ୍ତି ଟକ୍କର। ଗୋଟିଏ ଫିଲ୍ମ ସାଇନ୍ କରିବାକୁ ଡିମାଣ୍ଡ୍ କରନ୍ତି ୪୦ କୋଟି। ହେଲେ ୯ ବର୍ଷ ହେଲା ବଲିଉଡ୍‌କୁ ଦେଇ ନାହାଁନ୍ତି ଗୋଟିଏ ବି ହିଟ୍ ସିନେମା। ତାଙ୍କର ନେଟ୍‌ୱର୍ଥ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ। କୋଟିକୋଟି ସମ୍ପତ୍ତିର ମାଲିକାଣୀ ଏହି ହିରୋଇନ୍। ଆପଣ ଜାଣିଛନ୍ତି କି ? ଦେଶ ଛାଡ଼ି ବିଦେଶରେ ରହୁଥିବା ହିରୋଇନ୍ ଜଣଙ୍କ କିଏ ? 

ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହିରୋଙ୍କ ତୁଳନାରେ କମ୍ ଫିସ୍ ପାଆନ୍ତି ହିରୋଇନ୍। ଏଠାରେ ସୁପରଷ୍ଟାରଙ୍କୁ ଯେତିକି ଫିସ୍ ମିଳେ ତାହାର ଅଧାବି ପାଆନ୍ତିନି ବଡ଼ ବଡ଼ ଅଭିନେତ୍ରୀ। ହେଲେ ଏହି ମାମଲାରେ ସମ୍ପୂର୍ଣ୍ଣ ଭିନ୍ନ ଜଣେ ଫେମସ୍ ଆକ୍ଟ୍ରେସ୍। ଫିସ୍ ନେବା ତୁଳନାରେ ବଡ଼ ବଡ଼ ସୁପରଷ୍ଟାରଙ୍କୁ ଦିଅନ୍ତି ଟକ୍କର। ହେଲେ ଗତ ୯ ବର୍ଷ ହେଲା ସେ ବଲିଉଡକୁ ଗୋଟିଏ ବି ହିଟ୍ ଫିଲ୍ମ ଦେଇନାହାନ୍ତି। ୬ ବର୍ଷ ତଳୁ ଦେଶ ଛାଡି ସାରିଛନ୍ତି ଏହି ଅଭିନେତ୍ରୀ। ହେଲେ ନିୟମିତ ଅନ୍ତରାଳରେ ସେ ଭାରତ ଆସୁଛନ୍ତି। ଦେଶ ଛାଡ଼ିବା ପରେ ମଧ୍ୟ ବି କମିନି ତାଙ୍କ କ୍ରେଜ୍ । ତାଙ୍କର ନେଟ୍‌ୱର୍ଥ ହେଉଛି ୬୨୦ କୋଟି। 

ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆମେ ଆପଣଙ୍କୁ କହୁଛୁ, ସେ ଅନ୍ୟ କେହି ନୁହଁନ୍ତି। ସେ ହେଉଛନ୍ତି ଦେଶୀ ଗର୍ଲ... ପ୍ରିୟଙ୍କା ଚୋପ୍ରା। ଦେଶୀ ଗର୍ଲ ଏବେ ଦେଶ ଛାଡ଼ି ବିଦେଶରେ ରହୁଛନ୍ତି। ୫ ବର୍ଷ ହେଲା ବଲିଉଡରେ ପ୍ରିୟଙ୍କାର କୌଣସି ଫିଲ୍ମ ଆସିନାହିଁ। ଶେଷ ଥର ପାଇଁ ୨୦୧୯ରେ ଦ ସ୍କାଇ ଇଜ୍ ପିଙ୍କ୍ ଫିଲ୍ମରେ ସେ ଆସିଥିଲେ ନଜର। ସେ ହଲିଉଡରେ ବହୁ ପ୍ରୋଜେକ୍ଟ କରିସାରିଛନ୍ତି। ବଲିଉଡରେ ଗୋଟିଏ ଫିଲ୍ମ ପାଇଁ ପ୍ରିୟଙ୍କା ୧୪ ରୁ ୨୦ କୋଟି ନିଅନ୍ତି। ହେଲେ ହଲିଉଡରେ ଗୋଟିଏ ପ୍ରୋଜେକ୍ଟ ପାଇଁ ସେ ୪୦ କୋଟି ଡିମାଣ୍ଡ କରନ୍ତି। 'ସୋ ସିଟାଡେଲ' ପାଇଁ ତାଙ୍କୁ ମିଳିଥିଲା ଏତିକି ଫିସ୍। 

୨୦୦୦ ମସିହାରେ ମିସ୍ ୱାର୍ଲ୍ଡ ଟାଇଟଲ ଜିତିଥିଲେ ପ୍ରିୟଙ୍କା ଚୋପ୍ରା। ୨୦୦୨ରେ ଦକ୍ଷିଣ ଭାରତୀୟ ସିନେମାରେ କରିଥିଲେ ଡେବ୍ୟୁ। ଏହାପରେ ବଲିଉଡରେ ପାଦ ଥାପିଥିଲେ ପ୍ରିୟଙ୍କା। ତାଙ୍କ କ୍ୟାରିଅରରେ ସେ ଦେଇଛନ୍ତି ବହୁ ହିଟ୍ ଫିଲ୍ମ। ତାଙ୍କ ସମୟରେ ଟପ୍ ଅଭିନେତ୍ରୀଙ୍କ ମଧ୍ୟରେ ଥିଲେ ଜଣେ। ଶାହିଦ କପୁର, ଅକ୍ଷୟ କୁମାର ଏବଂ ଶାହରୁଖ ଖାନଙ୍କ ଭଳି ଆକ୍ଟରଙ୍କ ସହ ଅଫେୟାର ଥିବା ହୋଇଥିଲା ଚର୍ଚ୍ଚା। ଶେଷରେ ହଲିଉଡ କଳାକାର ନିକ୍ ଜୋନ୍‌ସଙ୍କୁ ବିବାହ କରିଥିଲେ ପ୍ରିୟଙ୍କା। ବିବାହ ପରେ ସେ ଆମେରିକାରେ ସେଟଲ ହୋଇଯାଇଛନ୍ତି। ହେଲେ ସେ ନିୟମିତ ବ୍ୟବଧାନରେ ଭାରତ ଆସନ୍ତି।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.