ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଥାନାରେ ରବିନା ଟଣ୍ଡନଙ୍କ ନାଁରେ ମିଛ ଅଭିଯୋଗ ! ଅଭିନେତ୍ରୀଙ୍କ ଘର ବାହାରେ ଲାଗିଥିବା ସିସିଟିଭିରୁ ଜଣାପଡ଼ିଲା ସତ

ମୁମ୍ୱାଇ : ରବିନା ଟଣ୍ଡନଙ୍କର ଭାଇରାଲ ଭିଡ଼ିଓ ପରେ ଏବେ କେସ୍‌ ସଂପର୍କିତ ସତ୍ୟାସତ୍ୟ ବାହାରକୁ ଆସିଛି। ଆଜି ସକାଳୁ ଇଣ୍ଟରନେଟ୍‌ରେ ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଅଭିନେତ୍ରୀ ଭିଡ଼କୁ ଶାନ୍ତ କରିବାର ଦେଖିବାକୁ ମିଳୁଛି। ଭିଡ଼ିଓରେ ଅଭିନେତ୍ରୀ ଧକ୍କା ନମାରିବାକୁ ଅପିଲ କରିବାର ଦେଖା ଯାଉଛି। ଏହି ମାମଲା ଅଭିନେତ୍ରୀଙ୍କ ଘର ବାହାରର। ପୀଡ଼ିତ ପକ୍ଷରୁ ଅଭିନେତ୍ରୀଙ୍କ ଉପରେ ନିଶାସକ୍ତ ସ୍ଥିତିରେ ମହିଳାଙ୍କ ସହ ମାରପିଟିର ଅଭିଯୋଗ ଲଗାଯାଇ ଥିଲା। କିନ୍ତୁ ଖର ପୁଲିସ ନିଜର ଷ୍ଟେଟମେଣ୍ଟରେ ଏହି ପୂରା ମାମଲାର ସତ ସାମନାରେ ରଖିଛି। ପୁଲିସ ଷ୍ଟେଟମେଣ୍ଟ ମୁତାବିକ, ପୀଡ଼ିତ ପକ୍ଷର ଅଭିଯୋଗ ମିଛ ଲାଗୁଛି। 

ଟାଇମ୍ସ ଅଫ୍‌ ଇଣ୍ଡିଆକୁ ଦେଇଥିବା ବୟାନରେ ପୁଲିସ କହିଛି କି, ରବିନା ଟଣ୍ଡନଙ୍କର ଡ୍ରାଇଭର ଘର ବାହାରେ ଗାଡ଼ି ପାର୍କ କରିବା ପାଇଁ ରିଭର୍ସ କରୁଥିଲେ। ଦ୍ୱିତୀୟ ପକ୍ଷ ସେଇ ବାଟ ଦେଇ ଯାଉଥିଲେ, ଯିଏ ଡ୍ରାଇଭରଙ୍କ ଉପରେ ଜୋରରେ ପାଟି କରି ଥିଲେ। ପୁଲିସ ମୁତାବିକ , କାହାକୁ ଆଘାତ ଲାଗିନି କି, କାହାର ମୁଣ୍ଡ ଫାଟିନି। ଦ୍ୱିତୀୟ ପକ୍ଷ ଡ୍ରାଇଭରକୁ ମାରିବାକୁ ଘେରି ଗଲେ। ଝଗଡ଼ାର ଶବ୍ଦ ଶୁଣି ରବିନା ଘରୁ ବାହାରକୁ ଆସିଲେ ଏବଂ ଝଗଡ଼ାକୁ ଶାନ୍ତ କରାଇବାକୁ ଚେଷ୍ଟା କରିଥିଲେ ,ଯେଉଁ ଭାଇରାଲୱ ଭିଡ଼ିଓ ସୋସିଆଲ ମିଡ଼ିଆରେ ମଧ୍ୟ ନଜର ଆସୁଛି। 


ରବିନାଙ୍କ ନିକଟତର ଲୋକଙ୍କ କହିବାନୁସାରେ , ଅଭିନେତ୍ରୀ ନିଜର ଦୁଇ ପିଲାଙ୍କ ସହ ଘରେ ଥିଲେ। ଘଟଣା ବିଷୟରେ ଶୁଣି ଅଭିନେତ୍ରୀ ଘର ବାହାରକୁ ଆସି ଥିଲେ ଏବଂ ନିଜ ଡ୍ରାଇଭରକୁ ସେମାନଙ୍କ କବଳରୁ ରକ୍ଷା କରି ଥିଲେ। ଏହି ସମୟରେ ଦ୍ୱିତୀୟ ପକ୍ଷ ଡ୍ରାଇଭର ଓ ଅଭିନେତ୍ରୀଙ୍କୁ ଗାଳି କରିବାକୁ ଲାଗିଲେ। ରବିନା ନିଶାରେ ଥିବାର କଥା ମିଛ ଥିବା କୁହାଯାଉଛି। ଏହି ସବୁ ମାମଲା ଅଭିନେତ୍ରୀଙ୍କ ଘର ବାହାରେ ଲାଗିଥିବା ସିସିଟିଭି ଫୁଟେଜ୍‌ରେ ମଧ୍ୟ ରେକର୍ଡ ହୋଇଛି। ମାମଲାଟି ଖର ପୁଲିସରେ ଯାଇ ପହଞ୍ଚିଲା , କିନ୍ତୁ ଉଭୟ ପକ୍ଷ ଏଫଆଇଆର ରୁଜୁ କରାଇଲେ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.