ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କୂଅରୁ ୩୫ ଫୁଟ୍‌ର ନାଗସାପ ଉଦ୍ଧାର, ଦମକଳ ବାହିନୀ ସାହାଯ୍ୟରେ ଉଦ୍ଧାର କଲେ ସ୍ନେକ୍ ହେଲ୍ପ ଲାଇନ୍ ଟିମ୍

ଚଣ୍ଡିଖୋଲ, ୨୯।୪: ଉଦ୍ଧାର ହେଲା ୩୫ ଫୁଟ୍‌ର ନାଗସାପ । ଚଣ୍ଡିଖୋଲ ନିକଟସ୍ଥ ନେଉଳପୁର ଗ୍ରାମର ମହମ୍ମଦ ରିହାନ୍‌ଙ୍କ ଶୁଖିଲା କୂଅରେ ଏକ ନାଗ ସାପ ଖସି ପଡ଼ି ଅଣ୍ଡା ଦେଇଥିଲା । ରିହାନ ରବିବାର ସ୍ନେକ୍ ହେଲ୍ପ ଲାଇନର ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକଙ୍କୁ ଫୋନ୍ କରି ସହାୟତା ମାଗିଥିଲେ । ଆଜି ସକାଳୁ ସ୍ନେକ୍ ହେଲ୍ପ ଲାଇନର ଏକ ଦୁଇ ଜଣିଆ ଟିମ୍ ଚଣ୍ଡିଖୋଲରେ ପହଞ୍ଚିଥିଲେ । ଚଣ୍ଡିଖୋଲ ସେକ୍ସନ ଫରେଷ୍ଟର ସୁଜିତ୍ ଜେନାଙ୍କ ଟିମ୍ ସହିତ ନେଉଳପୁର ଗ୍ରାମରେ ପହଞ୍ଚିଥିଲେ । କୂଅଟି ପ୍ରାୟ ୩୫ ଫୁଟ୍‌ରୁ ଅଧିକ ଗଭୀର । 

ତେବେ ଏତେ ଗଭୀର କୂଅ ଭିତରେ ପଶିବା ସହଜ ନଥିବାରୁ ସ୍ଥାନୀୟ ଦମକଳ ବାହିନୀକୁ ଡକାଯାଇଥିଲା । ଦମକଳ ବାହିନୀ ଆସିବା ପରେ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ରାଜେଶ୍ ସୂତାରଙ୍କୁ ସୁରକ୍ଷା ଉପକରଣ ପିନ୍ଧେଇବା ପରେ ସେ କୂଅ ଭିତରେ ପଶିଥିଲେ । ପ୍ରଥମେ ନାଗୁଣୀକୁ ଧରି ବ୍ୟାଗ୍‌ରେ ପୁରେଇ ବାନ୍ଧିବା ପରେ ବ୍ୟାଗ୍‌ଟିକୁ ରସି ସାହାଯ୍ୟରେ ଉପରକୁ ଅଣାଯାଇଥଲା । ପରେ ଏକ ବାଲଟିରେ ଅଣ୍ଡା ଗୁଡ଼ିକୁ ଉପରକୁ ଅଣାଯାଇଥିଲା । ନାଗ ସାପଟିକୁ ଡାଳିଯୋଡ଼ା ରେଞ୍ଜର ହିମାଂଶୁ ଶେଖର ପୃଷ୍ଟିଙ୍କ ଉପସ୍ଥିତିରେ ଜଙ୍ଗଲରେ ଛଡ଼ା ଯାଇଥିଲା ବେଳେ, ଅଣ୍ଡାଗୁଡ଼ିକ ନନ୍ଦନକାନନ ଚିଡ଼ିଆଖାନାକୁ କୃତ୍ରିମ ଉପାୟରେ ଫୁଟାଇବା ପାଇଁ ପଠାଇବାର ବ୍ୟବସ୍ଥା କରାଯାଇଛି ।

 

 

 

 

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.