ଭୁବନେ: ବିଲେଇ କରୁଛି ମୃତ୍ୟୁ ଭବିଷ୍ୟବାଣୀ। କ'ଣ ଚମକି ପଡ଼ିଲେ କି ? ହେଲେ ଏହା ସତ। ଆମେରିକାର ରୋଡ୍ ଆଇଲ୍ୟାଣ୍ଡରେ ରହୁଥିବା ଏମିତି ଏକ ବିଲେଇ ମୃତ୍ୟୁର ସଠିକ୍ ଭବିଷ୍ୟବାଣୀ କରୁଥିଲା। ଏହି ବିଲେଇ ଏକ ନର୍ସିଂ ହୋମ୍‌ରେ ରହୁଥିଲା। ଯେଉଁ ରୋଗୀ ମରିବାକୁ ଯାଉଥିଲା ବିଲେଇ ତାହାର ସଠିକ୍ ଭବିଷ୍ୟବାଣୀ କରିଦେଉଥିଲା। ହେଲେ ଆପଣ ଭାବୁଥିବେ ଏହା କେମିତି ସମ୍ଭବ ? କଥା କହିପାରୁ ନଥିବା ଗୋଟିଏ ପଶୁ କେମିତି କରୁଛି ମୃତ୍ୟୁର ସଠିକ୍ ଭବିଷ୍ୟବାଣୀ ? 

ଆମେରିକାର ରୋଡ୍ ଆଇଲ୍ୟାଣ୍ଡ ସ୍ଥିତ ଷ୍ଟିଅର ହାଉସ୍ ନିର୍ସିଂହୋମ୍ ସ୍ଥିତ ଡିମେନସିଆ ୟୁନିଟ୍ ରେ ଏହି ବିଲେଇ ବଢିଛି। ବ୍ରାଉନ ୟୁନିଭରସିଟିର ଜରାବିଜ୍ଞାନୀ ଡ. ଡେଭିଡ୍ ଡୋସା ତାଙ୍କ ବହି 'ମେକିଂ ରାଉଣ୍ଡ ବିଦ୍ ଓସ୍କାର ଦ ଡେଲି ଟେଲିଗ୍ରାଫ'ରେ ବିଲେଇ ବିଷୟରେ ଉଲ୍ଲେଖ କରିଛନ୍ତି। ୨୦୦୦ ମସିହାରେ ଥେରାପି ପାଇଁ ଏହି ଧଳା ରଙ୍ଗର ବିଲେଇଟିକୁ ହସ୍ପିଟାଲ ଆଣାଯାଇଥିଲା। ତାର ନାମ ଓସ୍କାର ରଖାଯାଇଥିଲା। ଏହାପରଠୁ ସେ ହସ୍ପିଟାଲରେ ରହୁଥିଲା। ବିଲେଇଟି ଦିନ ସାରା ହସ୍ପିଟାଲର ଗୋଟିଏ ରୁମରୁ ଆଉ ଗୋଟିଏ ରୁମ୍‌କୁ ଘୂରି ବୁଲୁଥିଲା। ରୋଗୀଙ୍କ ବେଡରେ ଯାଇ ଡିଆଁ କୁଦା କରୁଥିଲା। ହେଲେ ଯେଉଁ ରୋଗୀଙ୍କ ମୃତ୍ୟୁ ହେବାକୁ ଥାଏ ସେ ଆଗୁଆ ବାରିନିଏ। ସେହି ରୋଗୀଙ୍କ ବେଡ୍ ପାଖକୁ ଯାଇ ବିଲେଇଟି ଡେରି ହୋଇ ବସେ। ନର୍ସିଂହୋମ୍ ଷ୍ଟାଫ୍ ବିଲେଇକୁ ଯେତେ ଘଉଡାଇଲେ ବି ସେ ଯାଏ ନାହିଁ। ବାରମ୍ବାର ସେହି ରୁମ୍‌କୁ ଚାଲିଆସେ।

ଧୀରେ ଧୀରେ ନର୍ସିଂହୋମ୍ ଷ୍ଟାଫ୍ ବିଲେଇର ଏପରି ବ୍ୟବହାରକୁ ଦେଖି ତାର ଭବିଷ୍ୟବାଣୀ ବିଷୟରେ ବୁଝିଗଲେ। ଏହାପରେ ବିଲେଇ ଯେଉଁ ବେଡ୍ ର ରୋଗୀ ପାଖରେ ଯାଇ ବସେ ଖୁବଶୀଘ୍ର ତାର ମୃତ୍ୟୁ ହେବ ବୋଲି ଜାଣିପାରିଲେ। ଏପରିକି ବିଲେଇ ଆଗରେ ଡାକ୍ତରଙ୍କ ପ୍ରେଡିକ୍ସନ ମଧ୍ୟ କାମ କଲା ନାହିଁ। ଥରେ ଜଣେ ରୋଗୀଙ୍କର କିଛି ହେବ ନାହିଁ ବୋଲି ଡାକ୍ତର କହିଥିଲେ। ହେଲେ ବିଲେଇଟି ଯାଇ ସେହି ରୋଗୀଙ୍କ ପାଖରେ ଦୀର୍ଘ ସମୟ ଯାଏଁ ବସିରହିଲା। ସେହି ଦିନ ରାତିରେ ଉକ୍ତ ରୋଗୀଙ୍କ ମୃତ୍ୟୁ ହୋଇଗଲା। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। 

ଓସ୍କାର ପ୍ରାୟ ୧୦୦ ଜଣ ଲୋକଙ୍କ ମୃତ୍ୟୁ ଭବିଷ୍ୟବାଣୀ କରିଛି। ୨୦୨୨ ଫେବୃଆରୀ ୨୨ରେ ତାର ମୃତ୍ୟୁ ହୋଇଛି। ବୈଜ୍ଞାନିକ କୁହନ୍ତି, ପଶୁଙ୍କୁ କେମିକାଲ୍ ଚେଞ୍ଜ୍ ଏବଂ ବ୍ୟାବାହାରିକ ପରିବର୍ତ୍ତନର ଆଭାସ ଖୁବଶୀଘ୍ର ହୁଏ। ସେ ମରିବାକୁ ଯାଉଥିବା ବ୍ୟକ୍ତିର ମେଟାବଲିଜିମ୍ ଏବଂ ଉଷ୍ମତାକୁ ଅନୁଭବ କରିପାରେ। ସେମାନଙ୍କର ଘ୍ରାଣ ଶକ୍ତି ଅଧିକ ଥାଏ। ତେଣୁ ବିଲେଇ ଶୁଙ୍ଘି ଶରୀରରେ ହେବାକୁ ଯାଉଥିବା ବାୟୋଲୋଜିକାଲ ପ୍ରୋସେସ୍ ବିଷୟରେ ଜାଣିପାରେ। ତେଣୁ ବିଲେଇଟି ସଠିକ୍ ମୃତ୍ୟୁ ଭବିଷ୍ୟବାଣୀ କରିପାରେ। କୁହନ୍ତି ବିଲେଇ ରାସ୍ତା କାଟିଲେ ଅଶୁଭ। କାରଣ ଆସନ୍ନ ବିପଦକୁ ବିଲେଇ ବାରିପାରେ। ସେଥିପାଇଁ ତ ରାସ୍ତାରେ ଗଲାବେଳେ ବିଲେଇ ରାସ୍ତା କାଟିଲେ ଟିକିଏ ଅଟକି ଯାଆନ୍ତି ସମସ୍ତେ। ବିଶ୍ଵାସ ହେଉକି ଅନ୍ଧବିଶ୍ଵାସ ସମାଜରେ ଏକଥା ଊଣା ଅଧିକେ ପ୍ରଚଳିତ।

ଏହି ଖବରଟିକୁ ପଢନ୍ତୁପ୍ରସବ ପରର ଯନ୍ତ୍ରଣା, ଡିପ୍ରେସନର ଶିକାର ହେଉଛନ୍ତି ୮ ଜଣରେ ଜଣେ