ପ୍ରମୁଖ ଖବର
  • ମୁମ୍ବାଇରେ ଧୂଳିଝଡ଼ ସହ ପ୍ରବଳ ବର୍ଷା, , ହୋଡିଂ ଖସି ୧୪ ମୃତ, ୭୦ରୁ ଅଧିକ ଆହତ
  • ||
  • ମଙ୍ଗଳବାର ବାରାଣସୀ ଲୋକସଭା ଆସନରେ ପ୍ରାର୍ଥିପତ୍ର ଦାଖଲ କରିବେ ପ୍ରଧାନମନ୍ତ୍ରୀ
  • ||
  • IPL 2024: ସୁପରଜାଏଣ୍ଟ୍‌ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ, ଶେଷ ମ୍ୟାଚ୍‌, ଶେଷ ସୁଯୋଗ
  • ||
  • ପାଣିପାଗ ବିଭାଗର ପୂର୍ବାନୁମାନ, ମେ'୧୯ରେ ସୁଦ୍ଧା ଆଣ୍ଡାମାନ ଛୁଇଁବ ମୌସୁମୀ: ୧୭ରୁ ବଢ଼ିବ ତାତି
  • ||

ହଟିଲା ୪ ମାସର ପ୍ରତିବନ୍ଧକ; ଏବେ ପଡ଼ୋଶୀ ୪ଟି ଦେଶକୁ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୮/୦୪: ବାଂଲାଦେଶ, ସଂଯୁକ୍ତ ଆରବ ଏମିରେଟ (ୟୁଏଇ), ଭୁଟାନ, ବହରିନ, ମରିସସ୍‌ ଏବଂ ଶ୍ରୀଲଙ୍କା, ଏହି ୬ଟି ଦେଶକୁ ୯୯,୧୫୦ ଟନ୍‌ ପିଆଜ ରପ୍ତାନୀ କରିବାକୁ ଅନୁମତି ଦେଇଛନ୍ତି। ଗ୍ରାହକ ବ୍ୟାପାର ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି। ପର୍ଯ୍ୟାପ୍ତ ଘରୋଇ ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ପାଇଁ ପିଆଜ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ୨୦୨୩-୨୪ ରେ ଉଭୟ ଖରିଫ ଏବଂ ରବି ଫସଲର ଉତ୍ପାଦନ ଗତ ବର୍ଷ ତୁଳନାରେ କମ୍ ହେବ ଏବଂ ଆନ୍ତର୍ଜାତୀୟ ବଜାରରେ ଚାହିଦା ବୃଦ୍ଧି ପାଇଛି।

ଖାଦ୍ୟ ମନ୍ତ୍ରଣାଳୟର ବୟାନରେ କୁହାଯାଇଛି ଯେ ଏହି ଦେଶଗୁଡ଼ିକୁ ପିଆଜ ରପ୍ତାନୀ କରୁଥିବା ଏଜେନ୍ସି ନ୍ୟାସନାଲ କୋଅପରେଟିଭ୍ ଏକ୍ସପର୍ଟ ଲିମିଟେଡ୍ (ଏନସିଇଏଲ), ଘରୋଇ ପିଆଜକୁ ଇ-ପ୍ଲାଟଫର୍ମ ମାଧ୍ୟମରେ L1 ମୂଲ୍ୟରେ ରପ୍ତାନି କରିବାକୁ ଏବଂ ଗନ୍ତବ୍ୟ ଦେଶର ସରକାରଙ୍କ ଦ୍ବାରା ମନୋନୀତ ହୋଇଥିବା ସଂସ୍ଥାଗୁଡ଼ିକୁ ଆଲୋଚନାରେ ଧାର୍ଯ୍ୟ ହାରରେ ୧୦୦ ପ୍ରତିଶତ ଅଗ୍ରୀମ ଦେୟ ଆଧାରରେ ଯୋଗାଣ କରାଯାଇଥାଏ।

କ୍ରେତାମାନଙ୍କୁ ଏନ୍‌ସିଇଏଲ୍‌ର ଅଫର୍ ହାର ଗନ୍ତବ୍ୟ ବଜାର ଏବଂ ଆନ୍ତର୍ଜାତୀୟ ତଥା ଘରୋଇ ବଜାରରେ ପ୍ରଚଳିତ ମୂଲ୍ୟକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯାଇଛି। ୬ ଟି ଦେଶକୁ ରପ୍ତାନି ପାଇଁ ଆବଣ୍ଟିତ କୋଟା ଚାହିଦା ଅନୁଯାୟୀ ଯୋଗାଇ ଦିଆଯାଉଛି। ରପ୍ତାନି ପାଇଁ ଏନ୍‌ସିଇଏଲ୍‌ ଦ୍ୱାରା ରପ୍ତାନୀ କରାଯାଇଥିବା ପିଆଜର ମୁଖ୍ୟ ଯୋଗାଣକାରୀ ହେଉଛି ମହାରାଷ୍ଟ୍ର, ଯେଉଁଠାରେ ଦେଶର ସର୍ବାଧିକ ପିଆଜ ଉତ୍ପାଦନ ହୋଇଥାଏ। 

ସରକାର ବିଶେଷ ଭାବେ ପଶ୍ଚିମ ଏସିଆ ଏବଂ କେତେକ ୟୁରୋପୀୟ ଦେଶର ରପ୍ତାନି ବଜାର ପାଇଁ ବଢ଼ାଯାଇଥିବା ଦୁଇ ହଜାର ଟନ୍ ଧଳା ପିଆଜ ରପ୍ତାନି ପାଇଁ ମଧ୍ୟ ସରକାର ଅନୁମତି ଦେଇଥିଲେ। ବିଶୁଦ୍ଧ ଭାବେ ରପ୍ତାନିଭିତ୍ତିକ ହେବା କାରଣରୁ ଅଧିକ ବିହନ ମୂଲ୍ୟ, ଉତ୍ତମ କୃଷି ପଦ୍ଧତିକୁ ଗ୍ରହଣ ଏବଂ କଠିନ ସର୍ବାଧିକ ଅବଶିଷ୍ଟ ସୀମା (ଏମ୍‌ଆର୍‌ଏଲ୍‌) ଆବଶ୍ୟକତା ପାଳନ ହେତୁ ଧଳା ପିଆଜର ଉତ୍ପାଦନ ମୂଲ୍ୟ ଅନ୍ୟ ପିଆଜ ତୁଳନାରେ ଅଧିକ। ଗ୍ରାହକ ବ୍ୟାପାର ବିଭାଗର ମୂଲ୍ୟ ସ୍ଥିରତା ପାଣ୍ଠି (ପିଏସ୍‌ଏଫ୍‌) ଅଧୀନରେ ରବି -୨୦୨୪ ରୁ ପିଆଜ କ୍ରୟ କରିବାର ଲକ୍ଷ୍ୟ ଚଳିତ ବର୍ଷ ପାଞ୍ଚ ଲକ୍ଷ ଟନ୍ ସ୍ଥିର କରାଯାଇଛି।

You can also read: ୬୦୨୦ କର୍ମଚାରୀ ଛଟେଇ କରିବ ଟେସ୍‌ଲା, କାର୍ଲିଫର୍ଣ୍ଣିଆ ଓ ଟେକ୍ସାସ ପ୍ଲାଣ୍ଟର କର୍ମଚାରୀ ହେବେ ବିଦା



 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.