ପ୍ରମୁଖ ଖବର
  • ନୀଳଗିରିରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାରାଥନ ପ୍ରଚାର
  • ||
  • ଚିଲିକାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ପୁରୀ ଲୋକସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ୍ କଲେ
  • ||
  • ଟିମ୍‌ ଇଣ୍ଡିଆ ମୁଖ୍ୟ କୋଚ୍‌ ରେସ୍, ମାହେଲା ଜୟବର୍ଦ୍ଧନେଙ୍କୁ ବିସିସିଆଇର ପ୍ରସ୍ତାବ
  • ||
  • ଜୁଲାଇ ୪ରେ ବ୍ରିଟେନରେ ସାଧାରଣ ନିର୍ବାଚନ, ଆସନ୍ତା ସପ୍ତାହରେ ଭଙ୍ଗ ହେବ ସଂସଦ
  • ||
  • ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ପାଇଁ କାଉଣ୍ଟଡାଉନ୍ ଆରମ୍ଭ: ଗୁରୁବର ସନ୍ଧ୍ୟା ସରିବ ପ୍ରଚାର, ଶନିବାର ୫୮ ଆସନରେ ମତଦାନ
  • ||
  • କଣାସରେ ଘର ଭିତରକୁ ପଶିଗଲା ଟ୍ରାକ୍ଟର, ଦୁର୍ଘଟଣାରେ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ମେ’ ୨୯ରେ ପୁଣି ଓଡ଼ିଶା ଆସିବେ ମୋଦି, ୨୬ରେଭଦ୍ରକରେ ଭୋଟ୍‌ ମାଗିବେ ରାହୁଲ, ବାଲେଶ୍ୱରକୁ ଖଡ୍‌ଗେ
  • ||
  • ରଥ ଖଳା ହାଲ୍‌ଚାଲ୍‌...ରଥ ଗୁଜରେ ନୃସିଂହ ମୁଖ ଅଙ୍କନ, ରୂପକାରଙ୍କ କାର୍ଯ୍ୟାରମ୍ଭ, ଅର ଅନୁକୂଳ କଲେ ବିଶ୍ୱକର୍ମା
  • ||
  • ସନ୍ଧ୍ୟାରେ ସରିବ ତୃତୀୟ ପର୍ଯ୍ୟାୟ ଭୋଟ୍‌ ପ୍ରଚାର, ଶନିବାର ୬ ଲୋକସଭା, ୪୨ ବିଧାନସଭାରେ ଭୋଟ୍‌
  • ||
  • ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୨୪ ସୁଦ୍ଧା ଅବପାତ, ୨୫ରେ ଗଭୀର ଅବପାତ ସମ୍ଭାବନା, ଭଦ୍ରକ ଏବଂ ବାଲେଶ୍ୱରରେ ବର୍ଷିବ
  • ||

ମିଶିଯିବ ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାର ଲାଇନ୍ସ, ୭ ହଜାର କର୍ମଚାରୀଙ୍କ ପାଇଁ ହୋଇଛି ଖାସ୍‌ ଯୋଜନା

Image Courtesy: livefromalounge

ନୂଆଦିଲ୍ଲୀ:  ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାରଲାଇନ୍ସ ମର୍ଜ(ବିଲୟ) ହେବ । ଏହି ବିଲୟ ପ୍ରକ୍ରିୟା ଚଳିତ ବର୍ଷ ଶେଷ ହୋଇଯିବ । ଏନେଇ ଟାଟା ଗ୍ରୁପର ଉଭୟ ଏୟାର ଲାଇନର ସିଇଓ ଆଲୋଚନା କରିଛନ୍ତି । ବିଶେଷ କରି ଦୁଇ ଏୟାର ଲାଇନର କର୍ମଚାରୀଙ୍କ ସହିତ ମାରାଥନ୍‌ ଆଲୋଚନା ମଧ୍ୟ ସରିଛି । ଏହି ବିଲୟକୁ ନେଇ କର୍ମଚାରୀଙ୍କ ଆଶଙ୍କା ବୃଦ୍ଧି ପାଇଥିବାରୁ ସେମାନଙ୍କ  ଆତ୍ମବିଶ୍ବାସ ବଢ଼ାବାକୁ ପ୍ରୟାସ କରାଯାଇଛି । ଏହା ବ୍ୟତୀତ ପ୍ରାୟ ୭୦୦୦ କର୍ମଚାରୀଙ୍କ ଭବିଷ୍ୟତ ବିଷୟରେ ଏକ ଯୋଜନା ଚୂଡାନ୍ତ ହୋଇଥିବା ବେଳେ ସେମାନଙ୍କ ଭୂମିକା କଣ ରହିବ ସେହି  ବିଷୟରେ ସୂଚନା ମଧ୍ୟ ଦିଆଯାଇଛି। 

 ଏୟାର ଇଣ୍ଡିଆ ଏବଂ ଭିସ୍ତାରା ଏୟାରଲାଇନ୍ସର ମିଳିତ ଭାବେ ୨୩୫୦୦ କର୍ମଚାରୀ ଅଛନ୍ତି । ଏୟାର ଇଣ୍ଡିଆର ସିଇଓ ତଥା ଏମଡି କ୍ୟାମ୍ପବେଲ ୱିଲସନ ଏବଂ ଭିସ୍ତାରା ଏୟାରଲାଇନ୍ସର ସିଇଓ ବିନୋଦ କାନନ କହିଛନ୍ତି ଯେ ବିଲୟ ପରେ ଆମର ସମ୍ବଳ ବୃଦ୍ଧି ପାଇବ । ଆମେ ଦୁନିଆର ଅନେକ ମାର୍ଗରେ ଆମର ସେବା ଯୋଗାଇବାରେ ସକ୍ଷମ ହୋଇପାରିବୁ । 

 ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁଯାୟୀ, ଉଭୟ ଏୟାର ଲାଇନ୍‌ର ସିଇଓ କହିଛନ୍ତି ପ୍ରାୟ ୭୦୦୦ କର୍ମଚାରୀଙ୍କୁ ଫିଟମେଣ୍ଟ ଅଧୀନରେ ବିଭିନ୍ନ ଚାକିରି ଦିଆଯିବ । ଜୁନ୍ ଶେଷ ସୁଦ୍ଧା ସେମାନଙ୍କର ଫିଟମେଣ୍ଟ ଶେଷ ହେବ। ସେମାନଙ୍କର ଭୂମିକା ମଧ୍ୟ ଏକ ସମୟରେ ସ୍ଥିର ହେବ । ଏହି କାର୍ଯ୍ୟରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଏକ ବିଶ୍ବସ୍ତରୀୟ ପରାମର୍ଶଦାତା ସଂସ୍ଥାର ସାହାଯ୍ୟ ନିଆଯିବ । 

 

  • Air india
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.